ହାଇଦ୍ରାବାଦ:ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ମାଲାୟଲମ୍ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ବିଜୟ ବାବୁ (Vijay Babu) ଆସୋସିଏସନ୍ ଅଫ୍ ମାଲାୟଲମ୍ ଚଳଚ୍ଚିତ୍ର କଳାକାର (ଆମ୍ମା)ର କାର୍ଯ୍ୟନିର୍ବାହୀ କମିଟିରୁ ଇସ୍ତଫା ଦେଇଛନ୍ତି । ଆସୋସିଏସନକୁ 'ଅପମାନ'ରୁ ରକ୍ଷା କରିବା ପାଇଁ, ଅଭିନେତା ଯୌନ ନିର୍ଯାତନା ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ସଂଗଠନର କାର୍ଯ୍ୟନିର୍ବାହୀ କମିଟିଠାରୁ ଦୂରରେ ରହିବେ ।
ଆମ୍ମାଙ୍କ ସାଧାରଣ ସଚିବ ଏଦାବାଲା ବାବୁ ଏକ ଇସ୍ତାହାର ଜାରି କରିଛନ୍ତି, ‘ ଯେଉଁଥିରେ ଉଲ୍ଲେଖ ଅଛିକି, କିମିଟିକୁ ବିଜୟବାବୁ ଏକ ଚିଠି ପଠାଇଛନ୍ତି । ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାରୁ ସେ ସଂଗଠନକୁ ଅପମାନିତ କରିବାକୁ ଚାହୁଁ ନାହାନ୍ତି । ତେଣୁ ଯେ ପର୍ଯ୍ୟନ୍ତ ତାଙ୍କର ନିର୍ଦ୍ଦୋଷତା ପ୍ରମାଣିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଏଥିରୁ ଓହରିଛନ୍ତି । ଅର୍ଥାତ ଇସ୍ତଫା ଦେଇଛନ୍ତି । ଏନେଇ ଆମ୍ମା ସହ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ’
ଏହା ବି ପଢନ୍ତୁ: Vijay Babu Sexual Assault Case: ଯୌନ ଶୋଷଣ ମାମଲାରେ ଫସିଲେ ମାଲାୟଲମ୍ ଅଭିନେତା
ସେପଟେ, ଯୌନ ନିର୍ଯାତନା ମାମଲାରେ ବିଜୟ ବାବୁଙ୍କ ଜାମିନ ଆବେଦନ ଉପରେ ବିଚାର କରିବାକୁ ଶୁକ୍ରବାର ଦିନ କେରଳ ହାଇକୋର୍ଟ ମନା କରି ଦେଇଛନ୍ତି । ତାଙ୍କ ଜାମିନ ଆବେଦନ ପତ୍ରରେ ବିଜୟ ବାବୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ମହିଳା ତାଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରୁଛନ୍ତି । ଅଭିନେତାଙ୍କ ଓକିଲ ଏସ ରାଜୀବଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ପିଟିସନରେ ଦର୍ଶାଯାଇଛି ଯେ ଅଭିଯୋଗକାରୀ ତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି ।