ମୁମ୍ବାଇ:ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ତଥା ଅଭିନେତା ସତୀଶ କୌଶିକଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ସିଲଭର ସ୍କ୍ରିନରେ ଏପରି କମେଡି କରୁଥିଲେ ୟେ ତାଙ୍କର ଏକ ସାଧାରଣ ଡାଇଲଗ ଦର୍ଶକଙ୍କ ମୁହଁରେ ହସ ଆଣିଦେଉଥିଲା । ନିଜ ପ୍ରତିଭା ପାଇଁ ସତୀଶ ଅଭିନୟ ଦୁନିଆରେ ଛାଡି ଯାଇଛନ୍ତି ଅଲିଭା ସ୍ବାକ୍ଷର । ଉକୃଷ୍ଟ ଅଭିନୟ ତଥା ଶ୍ରେଷ୍ଠ କମେଡି ପାଇଁ ସେ ଦୁଇ ଦୁଇ ଥର ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହୋଇଥିଲେ ।
'ସାଜନ ଚଲେ ଶଶୁରାଲ' ଫିଲ୍ମରେ ମୁଥୁସ୍ବାମୀ ଚରିତ୍ରରେ ସତୀଶ ସତୀଶ କୌଶିକଙ୍କୁ ଶ୍ରେଷ୍ଠ କମେଡି ପାଇଁ ଦୁଇଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। 'ରାମ-ଲଖନ' ଏବଂ 'ସାଜନ ଚଲେ ଶଶୁରାଲ' ଏବି 2 ଫିଲ୍ମ ପାଇଁ ସେ ସମ୍ମାନିତ ହୋଇଥିଲେ । ଏଥିସହ ଫିଲ୍ମ 'ମିଷ୍ଟର ଇଣ୍ଡିଆ'ରେ ତାଙ୍କର ଭଲ ଅଭିନୟ ପାଇଁ ଅଭିନେତା ସତୀଶ କୌଶିକଙ୍କୁ ପ୍ରଶଂସକମାନେ ବେଶ ପସନ୍ଦ ମଧ୍ୟ କରିଥିଲେ । ପ୍ରସିଦ୍ଧ ଅଭିନେତା ଅନୀଲ କପୁର ତଥା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଭିନୀତ ଏହି ଫିଲ୍ମରେ ସତୀଶ କୌଶିକ ଏକ ଛୋଟ ଭୂମିକା ଗ୍ରହଣ କରିଥିଲେ।
ଫିଲ୍ମ `ମିଷ୍ଟର ଏବଂ ମିସେସ ଖିଲାଡୀ'ରେ ସତୀଶ କୌଶିକ 'ମିଷ୍ଟର ଇଣ୍ଡିଆ' ଫିଲ୍ମରେ କ୍ୟାଲେଣ୍ଡର ନାଁରେ ପରିଚିତ ସତୀଶ ଏହି ଫିଲ୍ମରେ ସତୀଶ କୌଶିକ 'କ୍ୟାଲେଣ୍ଡର' ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମରେ କ୍ୟାଲେଣ୍ଡର ପିଲାମାନଙ୍କ ପାଇଁ ଖାଦ୍ୟ ରାନ୍ଧୁଥିବାର ନଜର ଆସିଥିଲେ। ଏଥିସହ 'ମେରା ନାମ ଚିନ୍-ଚିନ୍ ଚୁ' ଗୀତରେ ସେ ନିଜେ ଏକ ଧାଡ଼ିରେ 'ମେରା ନାମ୍ ହେ କ୍ୟାଲେଣ୍ଡର ମେ ଚଲା ରୋଷେଇ ଘରକେ ଅନ୍ଦର' ବୋଲି ଗୀତ ଗାଇଥିଲେ । ଯାହାକୁ ପ୍ରଶଂସକ ବେଶ ପସନ୍ଦ କରିଥିଲେ । ଏବଂ ଏହି ଫିଲ୍ମ ପରେ ସେ କ୍ୟାଲେଣ୍ଡର ନାଁରେ ବେଶ ପରିଚିତ ହୋଇଥିଲେ ।
ସୂଚନା ଥାଉ କି, ସତୀଶ କୌଶିକ ଫିଲ୍ମ ନିର୍ମାତା ଶେଖର କପୁରଙ୍କ ସହ ସହକାରୀ ନିର୍ଦ୍ଦେଶକ ଭାବରେ ବଲିଉଡ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ । ସତୀଶ କୌଶିକ ଶେଖର କପୁରଙ୍କ ସହ ପ୍ରଥମ ଚଳଚ୍ଚିତ୍ର 'ମାସୁମ୍' କରିଥିଲେ । ତାଙ୍କ କ୍ୟାରିୟରରେ ସେ ନିର୍ଦ୍ଦେଶକ ଭାବରେ 'ରୁପ୍ କି ରାନୀ ଚୋରୋ କା ରାଜା' ପ୍ରଥମ ଫିଲ୍ମ କରିଥିଲେ। ଏହି ଫିଲ୍ମରେ ଅନୀଲ କପୁର ଏବଂ ଶ୍ରୀଦେବୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ ଫିଲ୍ମ `ପ୍ରେମ' କରିଥିଲେ, ଯାହା ଅଭିନେତ୍ରୀ ତବୁଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଅଧିକ ଲୋକପ୍ରିୟ ହୋଇପାରି ନଥିଲା । କିନ୍ତୁ ଏହା ପରେ ସେ ଅନୀଲ କପୁର ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ 'ହମ୍ ଆପକେ ଦିଲ୍ ମେ ରେହେତେ ହେ' ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ, ଏହି ଚଳଚ୍ଚିତ୍ରଟି ସୁପରହିଟ୍ ହୋଇଥିଲା ।
ତେବେ ସେ ନିଜ କମେଡି ଓ ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇ ସଫଳତା ହାସଲ କରିଥିଲେ। ଜଣେ ଦକ୍ଷ ଅଭିନେତା ସହ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ, ଲେଖକ ଏବଂ ନିର୍ମାତା ମଧ୍ୟ ହୋଇପାରିଥିଲେ। ଏଥିସହ ସେ ଇଣ୍ଡଷ୍ଟ୍ରିର ଅନେକ ଯୁବ ଅଭିନେତା ଏବଂ ଫିଲ୍ମ ନିର୍ମାତାଙ୍କ ପାଇଁ ଜଣେ ପରାମର୍ଶଦାତା ଭାବରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁରେ ସାରା ବଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି।