ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଯୁବ ବ୍ୟାଟର ଶୁବମନ ଗିଲ୍ ବିମାନରେ ଏକାଠି ନଜର ଆସିଛନ୍ତି । ଉଭୟ ଏକାଠି କ୍ୟାମେରାରେ କଏଦ ହୋଇଛନ୍ତି । ବର୍ତ୍ତମାନ ସାରା-ଶୁବମନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁଣିଥରେ ଚର୍ଚ୍ଚା ତୀବ୍ର ହୋଇଛି ଯେ ସାରା-ଶୁବମନ ପରସ୍ପରକୁ ଡେଟ୍ କରୁଛନ୍ତି । ଦୀର୍ଘ ଦିନ ଧରି ଏହି ଯୋଡିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଭାଇରାଲ୍ ଭିଡିଓ
ଭାଇରାଲ ହେଉଥିବା ଭିଡିଓରେ ସାରା ଅଲି ଖାନଙ୍କୁ ନାଲି ଟପ୍ ଏବଂ ଧଳା ଲୋହରରେ ଦେଖିବାକୁ ମିଳିଥିଲା । ଏଥିସହିତ ଶୁଭମନଙ୍କୁ ବିମାନବନ୍ଦରରେ ଜିନ୍ସ ଏବଂ ହୁଡିରେ ନଜର ଆସିଛନ୍ତି । ଏହାପୂର୍ବରୁ ଉଭୟଙ୍କୁ ପ୍ରଥମ ଥର ପାଇଁ ଏକ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଉଭୟଙ୍କୁ ଏକ ବିମାନରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।