ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବର୍ତ୍ତମାନର ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚୟ ହାସଲ କରି ସାରିଛନ୍ତି । ନିକଟରେ ସେ ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ପିଙ୍କ୍ ଲେହେଙ୍ଗା ସହ ଦେଶୀ ଲୁକରେ ନଜର ଆସିଥିଲ । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ସାରା ନିଜ Belly Fatର ଫଟୋ ସେୟାର କରିଛନ୍ତି । ସେ କିପରି ୨ ସପ୍ତାହରେ ନିଜର ପେଟର ଚର୍ବିକୁ କମାଇଛନ୍ତି ତାହା କହିଛନ୍ତି ।
ସାରା ଅଲି ଖାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର କିଛି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସାରା ଜିମରେ ବସିଥିବା ବେଳେ ନିଜ Belly Fat ଦେଖାଉଥିବାର ନଜର ଆସିଛନ୍ତି । ଅନ୍ୟ ଫଟୋରେ ଦେଶୀ ଲୁକ୍ରେ ଷ୍ଟାଇଲିସ୍ ଲୁକ୍ରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି, ଏହି ଫଟୋକୁ ସେୟାର କରିବାକୁ ମୋତେ ଅସହଜ ମନେ ହେଉଥିଲା । ହେଲେ ମୋତ ନିଜକୁ ଗର୍ବ ଅନୁଭବ ହେଉଛି କି ମୁଁ ମାତ୍ର ୨ ସପ୍ତାହରେ ନିଜ ପେଟର ଚର୍ବି କମାଇଛି । ଓଜନ ବଢ଼ିବା ମୋ ପାଇଁ ସବୁବେଳେ ସମସ୍ୟା ରହି ଆସୁଥିଲା । ଏବେ ସବୁ କ୍ୟାଲୋରୀକୁ ବାଏ ବାଏ । ଫିଟନେସ୍ ଏକ ଯାତ୍ରା ଅଟେ । ଏଥିରେ ଆଗକୁ ବଢିବା ଦରକାର ।