ମୁମ୍ବାଇ: ଅଭିନେତ୍ରୀ ସାରା ଅଲି ଖାନ ବଲିଉଡ୍ର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । କାମ ବ୍ୟତୀତ ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ହେଡ୍ଲାଇନ୍ରେ ଥାଆନ୍ତି । ତେବେ ନିକଟରେ ଅଭିନେତ୍ରୀ ସାରା ଅଲି ଖାନ୍ ତାଙ୍କ ପରିବାର ସହ ଲଣ୍ଡନରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପିତା ସୈଫ ଅଲି ଖାନ ଓ ମାଆ ଅମୃତା ସିଂଙ୍କ ସହ ଲଣ୍ଡନରେ ସାରା ଖ୍ରୀଷ୍ଟମାସ ସେଲିବ୍ରେସନ କରିଥିବା ବେଳେ ତାଙ୍କ ଭାଇ ଇବ୍ରାହିମ ଅଲି ଖାନଙ୍କୁ ମିସ୍ କରିଛନ୍ତି ।
ସାରା ମାଆ ଅମୃତା ସିଂ ଓ ପିତା ସୈଫ ଅଲି ଖାନଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, "ସାନ ଭାଇକୁ ବହୁତ ମିସ୍ କରୁଛି । କାସ୍ ତମେ ଏହିଠାରେ ଥାଆନ୍ତ । ଏହି ଖ୍ରୀଷ୍ଟମାସ ପାଇଁ ଧନ୍ୟବାଦ ସାନ୍ତା ।" ସାରା ଅଲି ଖାନ ତାଙ୍କ ପିତାମାତା ଅମୃତା ସିଂ ଏବଂ ସୈଫ ଅଲି ଖାନଙ୍କ ସହ ଖ୍ରୀଷ୍ଟମାସ ଛୁଟି କାଟିବାର ସୁଯୋଗ ପାଇଛନ୍ତି । ହେଲେ ଏହି ଛୁଟି ସମୟରେ ସେ ତାଙ୍କ ଭାଇ ଇବ୍ରାହିମଙ୍କୁ ବହୁତ ମନେ ପକାଇଛନ୍ତି | ଏହା ସହିତ କରୀନା କପୁର ଖାନ ମଧ୍ୟ ତାଙ୍କ ପରିବାର ସହିତ ଲଣ୍ଡନରେ ଶୀତଦିନିଆ ଛୁଟି ଉପଭୋଗ କରୁଛନ୍ତି । କିନ୍ତୁ ସାରା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ କରିନା କପୁର ନାହାଁନ୍ତି ।