ଓଡିଶା

odisha

By

Published : Aug 12, 2023, 11:00 PM IST

ETV Bharat / entertainment

Sara Ali Khan birthday: ଫଟୋ ସେୟାର ସାରାଙ୍କୁ ଓ୍ବିସ୍ କଲେ କରୀନା

ସାରା ଅଲି ଖାନ ଆଜି ତାଙ୍କର 28 ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତ୍ରୀ ପୂରା ପରିବାର ସହିତ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ସାବତ ମାଆ କରୀନା କପୁର ମଧ୍ୟ ସାରାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ସାରାଙ୍କୁ ଓ୍ବିଶ୍‌ କଲେ କରୀନା
ସାରାଙ୍କୁ ଓ୍ବିଶ୍‌ କଲେ କରୀନା

ମୁମ୍ବାଇ: ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଆଜି ତାଙ୍କର 28 ତମ ଜନ୍ମଦିନ ପାଳନ କରୁଛନ୍ତି । ସାରା ତାଙ୍କ ଜନ୍ମଦିନକୁ ମାଆ ଅମୃତା ଏବଂ ଭାଇ ଇବ୍ରାହିମ ଅଲି ଖାନଙ୍କ ସହ ପାଳନ କରିଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜନ୍ମଦିନ ଉତ୍ସବର ଫଟୋ ମଧ୍ୟ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ କେକ୍ କାଟିଥିବାର ନଜର ଆସିଛନ୍ତି।

ଜନ୍ମଦିନର ଶୁଭେଚ୍ଛା ସାରା ଅଲି ଖାନ

ସାରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ଜନ୍ମଦିନ ଉତ୍ସବର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ କେକ୍‌ କାଟୁଥିବାର ନଜର ଆସିଛନ୍ତି । ସାରା କେବଳ କେକ୍‌ କାଟୁନାହାନ୍ତି କେକ୍‌କୁ ଦେଖି ଧରି ଯାଇଛନ୍ତି । ତାଙ୍କର ଜଣେ ବନ୍ଧୁ ସାରାଙ୍କ ଏକ ବୁମେରାଙ୍ଗ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି ଯେ ଏହି ଝିଅ ନିଜ ଜନ୍ମଦିନର କେକ୍‌ ବ୍ୟତୀତ ଅନ୍ୟ କାହାକୁ ଭୟ କରେ ନାହିଁ।

ଜନ୍ମଦିନର ଶୁଭେଚ୍ଛା ସାରା ଅଲି ଖାନ

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତି ମୁର୍ମୁ ଦେଖିବେ ‘ଗଦର-୨’, ନିର୍ମାତା କହିଲେ-ଫିଲ୍ମକୁ ଏତେ ବଡ ସମ୍ମାନ ମିଳିବା ଗର୍ବର କଥା

ସାରାଙ୍କ ପାଇଁ କରୀନା କପୁରଙ୍କ ପୋଷ୍ଟ

ଜନ୍ମଦିନର ଶୁଭେଚ୍ଛା ସାରା ଅଲି ଖାନ

ସାରା ଅଲି ଖାନଙ୍କ ସାବତ ମାଆ ଏବଂ ସୈଫ ଅଲି ଖାନଙ୍କ ଦ୍ୱିତୀୟ ପତ୍ନୀ କରୀନା କପୁର ଖାନ ମଧ୍ୟ ଅଭିନେତ୍ରୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବେବୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ଫଟୋର ଏକ କୋଲାଜ ସେୟାର କରିଛନ୍ତି । ଗୋଟିଏ ଫଟୋ ସାରାଙ୍କ ପିଲାଦିନର, ଯେଉଁଥିରେ ସେ ତାଙ୍କ ପିତା ସୈଫଙ୍କ ସହିତ ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ସାରା କରୀନାଙ୍କ ସାନ ପୁଅ ଜେହଙ୍କ ସହ ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକ ସହିତ କରୀନା କ୍ୟାପସନରେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ସୁନ୍ଦର ସାରା ଅଲି ଖାନ। ତୁମ ପାଇଁ ଏହି ବର୍ଷ ଶାନଦାର ରହୁ।" ସାରା ଅଲି ଖାନଙ୍କ ବନ୍ଧୁ ଅନନ୍ୟା ପାଣ୍ଡେ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଜନ୍ମଦିନର ଶୁଭେଚ୍ଛା ସାରା ଅଲି ଖାନ

ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ର

ସାରା ଅଲି ଖାନଙ୍କ 'ଜରା ହଟକେ ଜରା ବଚକେ' ଚଳଚ୍ଚିତ୍ର କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ହିଟ୍ ହୋଇଥିବା ପ୍ରମାଣିତ ହୋଇଥିଲା। ଏଥିରେ ତାଙ୍କୁ ବିକି କୌଶଲଙ୍କ ସହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପ୍ରଶଂସକମାନେ ସାରାଙ୍କ ଆଗାମୀ ଫିଲ୍ମ 'ମେଟ୍ରୋ ଇନ୍ ଦିନୋ'କୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର 29 ମାର୍ଚ୍ଚ 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସାରାଙ୍କ ବିପକ୍ଷରେ ଆଦିତ୍ୟ ରୟ କାପୁର ମୁଖ୍ୟ ଭୂମିକାରେ ଅଛନ୍ତି।

ABOUT THE AUTHOR

...view details