ଓଡିଶା

odisha

ETV Bharat / entertainment

କାଷ୍ଟିଂ କାଉଚ ନେଇ ମୁହଁ ଖୋଲିଲେ ଟୁଟୁ ନାୟକ, କହିଲେ ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା

କାଷ୍ଟିଂ କାଉଚ ଅଭିଯୋଗକୁ ନେଇ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ଅଭିଯୋଗ ଭିତିହୀନ ଓ ମିଥ୍ୟା । ଏନେଇ ଆଇନର ଆଶ୍ରୟ ନେବା ସହ ମାନହାନି ମୋକଦ୍ଦମା କରିବେ କହିଛନ୍ତି ପ୍ରଯୋଜକ। ଏବଂ ଖୁବଶୀଙ୍କ ସେମାନଙ୍କ ପର୍ଦ୍ଦାଫାଶ କରିବେ କହିଛନ୍ତି । ଅଧିକ ପଢନ୍ତୁ

By

Published : Jun 9, 2023, 3:56 PM IST

କାଷ୍ଟିଂ କାଉଚ ଅଭିଯୋଗ ଉପରେ ମୁହଁ ଖୋଲିଲେ ଟୁଟୁ ନାୟକ, କହିଲେ 'ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା'
କାଷ୍ଟିଂ କାଉଚ ଅଭିଯୋଗ ଉପରେ ମୁହଁ ଖୋଲିଲେ ଟୁଟୁ ନାୟକ, କହିଲେ 'ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା'

କାଷ୍ଟିଂ କାଉଚ ଅଭିଯୋଗ ଉପରେ ମୁହଁ ଖୋଲିଲେ ଟୁଟୁ ନାୟକ, କହିଲେ 'ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା'

ଭୁବନେଶ୍ବର: ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ମାମାଲା । ଅଭିଯୋଗ ପରେ ପ୍ରଯୋଜକ ଟୁଟୁ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ କରି ଏ ଉପରେ ଉତ୍ତର ରଖିଛନ୍ତି । କହିଛନ୍ତି, "ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ଯଦି ଅଭିଯୋଗ ଆଣୁଛନ୍ତି ତେବେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରନ୍ତୁ । ଯଦି ପ୍ରମାଣ ନାହିଁ କପୋଳକଳ୍ପିତ ଅଭିଯୋଗ ଲଗାନ୍ତୁ ନାହିଁ । କିଛିଜଣ ମିଶିକି ଅର୍ଥାତ କିଛି ଅଭିନେତ୍ରୀ ଓ ପ୍ରଯୋଜକ ମିଳିମିଶି ଚକ୍ରାନ୍ତ କରି ଏଭଳି କରିଛନ୍ତି ।" ଏମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବା ସହ ମାନହାନି ମୋକଦ୍ଦମା କରିବେ ବୋଲି କହିଛନ୍ତି ଟୁଟୁ ନାୟକ ।

ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରୟୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ । ସେ କହିଥିଲେ, "ଟୁଟୁ ନାୟକ ନବାଗତ ଝିଅଙ୍କୁ ଇଣ୍ଡଷ୍ଟ୍ରିରେ କାମ ଦେବାର ପ୍ରଲୋଭନ ଦେଖାଇ ଶୋଷଣ କରୁଛନ୍ତି ।" ଏପରି ଅଭିଯୋଗ ପରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ପ୍ରଯୋଜକ ଟୁଟୁ ନାୟକ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,"ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ପ୍ରକୃତି ବଦଲା ପାଇଁ ଏଭଳି କରିଛନ୍ତି । ମୁଁ ପ୍ରକୃତି ମିଶ୍ର ଏବଂ ଜାସମିନ୍‌ ରଥଙ୍କ ନାଁରେ ବିନା ତଥ୍ୟରେ ନ୍ୟୁଜ୍‌ ପରିବେଷଣ କରିଥିବା ଚ୍ୟାନେଲ ବିରୋଧରେ ଆଇନର ଆଶ୍ରୟ ନେବି ।"

ସେ ଆହୁରି କହିଛନ୍ତି, "ମୁଁ ବାବୁଶାନ ଏବଂ ପ୍ରକୃତିଙ୍କ ଘଟଣାରେ ମୁରବି ଭାବରେ କିଛି ପ୍ରତିକ୍ରିୟା ରଖିଥିଲି । ସେନେଇ ପ୍ରକୃତି ଜାଣିବୁଝି ଆକ୍ରୋଶମୂଳକ ଭାବେ ମୋ ନାଁରେ ଏଭଳି ଅଭିଯୋଗ କରୁଛନ୍ତି । ଏହାସହ ଜାସମିନ୍‌ ରଥଙ୍କୁ ମୁଁ ଭଲଭାବେ ଓ ବ୍ୟକ୍ତିଗତ ଜାଣିନାହିଁ । କେବଳ ଅନ୍ୟ ବ୍ୟାନରରେ ସିନେମାରେ ଦେଖା ହୋଇଛି । ତେଣୁ କିଭଳି ମୁଁ ତାଙ୍କୁ ହୋଟେଲକୁ ଡାକିଲି। । ଏଣୁ ପ୍ରକୃତିଙ୍କ କଥାରେ ପଡି ଉଭୟ ଜାଣିଶୁଣି ଏଭଳି ମୋ ନାଁରେ ଅଭିଯୋଗ କରିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ମୋ ବାପାଙ୍କ ମୃତ୍ୟୁ ପରେ କିଛି ସିନେମା କରିନି ଯଦି କରିନି ତାହା ତାହାଲେ ସେମାନଙ୍କୁ ଫିଲ୍ମ ଦେବା ଆଳରେ କାଷ୍ଟିଂ କାଉଚ ବା ଅସଦାଚରଣ କଲି କେତେବେଳେ ? ଆଉ ମୋ ପ୍ରୋଜେକ୍ଟରୁ ବାହାର କଲି କେତେବେଳେ ? ତେଣୁ ସବୁକିଛି ପୂର୍ବ ଯୋଜନା ମୋତେ ଆକ୍ରୋଶମୂଳକ ଭାବେ ଫସାଇବା ପାଇଁ । ଏହି ଇଣ୍ଡଷ୍ଟ୍ରିରେ ମୁଁ ୪୦ ବର୍ଷ ହେଲା କାମ କଲିଣି । ଲୋକ ଜାଣିଛନ୍ତି ମୁଁ କଣ ଆଉ ପ୍ରକୃତି କଣ । ଯାହାର ଉତ୍ତର ପ୍ରକୁତିଙ୍କୁ ଲୋକେ ସୋସିଆଲ ମିଡିଆରେ ଦେଇ ସାରିଲେଣି । ତେଣୁ ମୋ ମାନହାନି କରିଥିବାରୁ ମୁ ଏମାନଙ୍କ ବିରୋଧରେ କେଶ କରିବି ।"

ପ୍ରକୃତି ଓ ତାଙ୍କ ସହ ଥିବା ଝିଅମାନଙ୍କର ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ କିଛି ଅବଦାନ ନାହିଁ କି ସେମାନଙ୍କର ଅସ୍ତିତ୍ୱ ନାହିଁ । ଏମାନେ ଇଣ୍ଡଷ୍ଟ୍ରିକୁ ବିଗାଡଉଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ । କିଛି ପ୍ରଯୋଜକ ଓ ଅଭିନେତ୍ରୀମାନେ ମିଲିଭଗତର ଚକ୍ରାନ୍ତର ଖୁବଶୀଘ୍ର ତଥ୍ୟ ସହ ପର୍ଦ୍ଦାଫାର୍ସ କରିବି ବୋଲି କହିଛନ୍ତି ଟୁଟୁ ନାୟକ । ଏମାନଙ୍କ ବିରୋଧରେ ଆଇନ ଆଶ୍ରୟ ନେବା ସହ ମାନହାନି ମୋକଦ୍ଦମା ରୁଜୁ କରିବି ବୋଲି ସ୍ପଷ୍ଟ ଭାବେ କହିଛନ୍ତି ସଞ୍ଜୟ ନାୟକ ବା ଟୁଟୁ ନାୟକ । କିଛି ଓଲିଉଡ ଅଭିନେତ୍ରୀ ପ୍ରଜୋଯକ ଟୁଟୁ ନାୟକ କାଷ୍ଟିଂ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଆଜି ସେ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details