ଓଡିଶା

odisha

ETV Bharat / entertainment

Film Shamshera: ସାମ୍ନାକୁ ଆସିଲା ସଞ୍ଜୟ ଦତ୍ତଙ୍କ ଭିଲିଆନ୍‌ ଅବତାର - ସଞ୍ଜୟ ଦତ୍ତ ରଣବୀର କପୁର

ଫିଲ୍ମରୁ ଏକ ପୋଷ୍ଟର ରିଲିଜ ହୋଇଛି ଯେଉଁଥିରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ସାମ୍ନାକୁ ଆସିଛି । ଏହାପୂର୍ବରୁ, 1.21 ମିନିଟର ଟିଜର ସାମ୍ନାକୁ ଆସିଥିଲା, ଯେଉଁଥିରେ ସଞ୍ଜୟ ଦତ୍ତଙ୍କ ଜବରଦସ୍ତ ଭୂମିକା ସହିତ ଏହା ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

ସାମ୍ନାକୁ ଆସିଲା ସଞ୍ଜୟ ଦତ୍ତଙ୍କ ଭିଲିଆନ୍‌ ଅବତାର
ସାମ୍ନାକୁ ଆସିଲା ସଞ୍ଜୟ ଦତ୍ତଙ୍କ ଭିଲିଆନ୍‌ ଅବତାର

By

Published : Jun 23, 2022, 1:23 PM IST

ହାଇଦ୍ରାବାଦ: ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା' ଆସିବା ମାତ୍ରେ ହିଁ ଧମାଲ ମଚାଇ ଦେଇଛି । ଏହି ଚଳଚ୍ଚିତ୍ର ଦେଖିବା ପାଇଁ ରଣବୀରଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ଏବଂ ପରେ ଟିଜର ରିଲିଜ୍ ହୋଇଥିଲା । ବର୍ତ୍ତମାନ ଫିଲ୍ମରୁ ସଞ୍ଜୟ ଦତ୍ତଙ୍କ ଚରିତ୍ର ସାମ୍ନାକୁ ଆସିଛି ।

ଫିଲ୍ମରୁ ଏକ ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ନାମ ହେଉଛି ଦରୋଗା ଶୁଦ୍ଧ ସିଂ। ଏହାପୂର୍ବରୁ, 1.21 ମିନିଟର ଟିଜର ସାମ୍ନାକୁ ଆସିଥିଲେ, ଯେଉଁଥିରେ ସଞ୍ଜୟ ଦତ୍ତଙ୍କ ଜବରଦସ୍ତ ଭୂମିକା ସହିତ ଏହା ଆରମ୍ଭ ହୋଇଥିଲା । ଏଥି ସହିତ, ପରବର୍ତ୍ତୀ ମୁହୂର୍ତ୍ତରେ ରଣବୀର କପୁର ଏହି ଫିଲ୍ମରେ ତାଙ୍କ ଶତ୍ରୁ ସଞ୍ଜୟ ଦତ୍ତଙ୍କ ଆଡକୁ ଯାଉଥିବାର ନଜର ଆସିଛନ୍ତି । ଟିଜର ଅନୁଯାୟୀ ରଣବୀର କପୁର 'ଶମଶେରା' ଭୂମିକାରେ ଆଦିବାସୀ ସମ୍ପ୍ରଦାୟକୁ ବଞ୍ଚାଇବାକୁ ବାହାରୁଛନ୍ତି । ଟିଜର ଶେଷରେ କୁହାଯାଇଛି ଯେ ଫିଲ୍ମର ଟ୍ରେଲର ଜୁନ୍ 24ରେ ମୁକ୍ତିଲାଭ କରିବ।

ଏହାପୂର୍ବରୁ ଫିଲ୍ମର ପ୍ରଥମ ପୋଷ୍ଟରକୁ ରଣବୀର କପୁରଙ୍କ ପତ୍ନୀ ଆଲିଆ ଭଟ୍ଟ ଏବଂ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ସେୟାର କରିଥିଲେ। ପୋଷ୍ଟରରେ ରଣବୀରଙ୍କ ଲୁକରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ତାଙ୍କ ଫିଲ୍ମ ପାଇଁ ବହୁତ କିଛି ପ୍ରସ୍ତୁତ କରିଛନ୍ତି । ଏହା ବ୍ୟତୀତ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଟ୍ରେଲରରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ: Shamshera Teaser OUT: ଦମଦାର ଲୁକ୍‌ରେ ନଜର ଆସିଲେ ରଣବୀର ଓ ସଞ୍ଜୟ ଦତ୍ତ

ଉଲ୍ଲେଖନୀୟ ଯେ, ରଣବୀର କପୁରଙ୍କ ଚଳଚ୍ଚିତ୍ର ଚାରି ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି । ଚଳିତ ବର୍ଷ ତାଙ୍କର ଫିଲ୍ମ 'ବ୍ରହ୍ମାସ୍ତ୍ର' (9 ସେପ୍ଟେମ୍ବର 2022) ମଧ୍ୟ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ରଣବୀର କପୁର ଚଳିତ ବର୍ଷ 22 ଜୁଲାଇରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର 'ଶମଶେରା'ରେ ଏକ ଜବରଦସ୍ତ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ପ୍ରଶଂସକମାନେ ରଣବୀରଙ୍କର ଏହି ଦୁଇଟି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ABOUT THE AUTHOR

...view details