ଓଡିଶା

odisha

ETV Bharat / entertainment

Film Yashoda: ସାମନ୍ଥାଙ୍କ ଫିଲ୍ମ ଯଶୋଦାର ଫାଷ୍ଟ ଟିଜର ରିଲିଜ୍‌, ଦେଖନ୍ତୁ ଭିଡିଓ - ଯଶୋଦା

ସାମନ୍ଥାଙ୍କ ଫିଲ୍ମ ଯଶୋଦାର ପ୍ରଥମ ଟିଜର ଭିଡିଓ ରିଲିଜ୍ ହୋଇଛି । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ସାମନ୍ଥାଙ୍କ ଫିଲ୍ମ ଯଶୋଦାର ଫାଷ୍ଟ ଟିଜର ରିଲିଜ୍‌
ସାମନ୍ଥାଙ୍କ ଫିଲ୍ମ ଯଶୋଦାର ଫାଷ୍ଟ ଟିଜର ରିଲିଜ୍‌

By

Published : May 7, 2022, 7:40 AM IST

ହାଇଦ୍ରାବାଦ: ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଏବେ ସାଉଥ୍‌ ଫିଲ୍ମର କ୍ରେଜ୍ ବଢିଯାଇଛି । ବର୍ତ୍ତମାନ ଲୋକମାନେ, ସାଉଥ୍‌ର ପ୍ରତ୍ୟେକ ଫିଲ୍ମ ପାଇଁ ସେତିକି ଉତ୍ସାହିତ ଅଛନ୍ତି ଯେତିକି ପ୍ରଥମେ ବଲିଉଡ ଚଳଚ୍ଚିତ୍ର ପାଇଁ ହେଉଥିଲେ । ଏହି ଉତ୍ସାହକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଅନ୍ୟ ଏକ ସାଉଥ୍‌ ଫିଲ୍ମ ବିଷୟରେ କହିବାକୁ ଯାଉଛୁ । ପୁଷ୍ପା: ଦ ରାଇଜ୍ ଷ୍ଟାରର ସାମନ୍ଥା ରୁଥ ପ୍ରଭୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ହରର୍‌ ଏବଂ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରଶଂସକଙ୍କ ଉତ୍ସାହ ବଢାଇବା ପାଇଁ 'ଯଶୋଦା' ନାମକ ଏହି ଚଳଚ୍ଚିତ୍ରର ପ୍ରଥମ ଲୁକ୍ ମଧ୍ୟ ସେୟାର କରାଯାଇଛି।

ଚଳଚ୍ଚିତ୍ରର ପ୍ରଥମ ଭିଡିଓ

ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ 'ଯଶୋଦା'ର ପ୍ରଥମ ଟିଜର ଭିଡିଓ ରିଲିଜ୍ ହୋଇଛି । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଉଛି । ଏହି ୩୭ ସେକେଣ୍ଡର ଭିଡିଓରେ ସାମନ୍ଥା ଏଭଳି ଏକ ମହିଳାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏ ପ୍ରଥମେ ଡାକ୍ତରଖାନା ବେଡ୍‌ ଉପରେ ବସିଥିବାର ଦେଖିବାକୁ ମିଳିଛି , କିନ୍ତୁ ହଠାତ୍ ଝରକା ଆଡକୁ ଯିବା ମାତ୍ରେ ସେ ଏକ ପାରାକୁ ଦେଖନ୍ତି, ହାତ ବାହାର କରି ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ତାଙ୍କ ହାତ ପହଞ୍ଚି ପାରେ ନାହିଁ, ଯେତେବେଳେ ସେ ବାହାରକୁ ଦେଖନ୍ତି ସେ ନିଜକୁ ଏକ ରହସ୍ୟମୟ ଦୁନିଆରେ ପାଆନ୍ତି ।

ଗୁରୁବାର ରିଲିଜ ହୋଇଥିବା ଏହି ଭିଡିଓରେ ଶାନଦାର ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ସହିତ ରୋମାଞ୍ଚକର ସିନ ରହିଛି । ଭିଡିଓ ଦେଖିବା ଦ୍ୱାରା ଜଣା ପଡୁଛି, ଏହା ଏକ ମହିଳା କେନ୍ଦ୍ରିକ ଚଳଚ୍ଚିତ୍ର, ଯେଉଁଥିରେ ହରର ତଡକା ଦେଖିବାକୁ ମିଳିପାରେ । ନିର୍ମାତାଙ୍କ କହିବାନୁସାରେ, ଯଶୋଦା ଏକ ବିଜ୍ଞାନ କଳ୍ପନା ଥ୍ରୀଲର ଚଳଚ୍ଚିତ୍ର । ରିଲିଜ୍ ହୋଇଥିବା ଭିଡିଓରେ ସାମନ୍ଥା ଜଣେ ଗର୍ଭବତୀ ମହିଳା ଅଟନ୍ତି, ସେ ଏମିତି ଏକ ସ୍ଥାନରେ ଅଛନ୍ତି, ଯେଉଁଠାରେ ସହଜରେ ପହଞ୍ଚି ହେବ ନାହିଁ ।

ଏହି ଦିନ ଫିଲ୍ମ ରିଲିଜ ହେବ

ସାମନ୍ଥାଙ୍କ 'ଯଶୋଦା' 12 ଅଗଷ୍ଟ 2022 ରେ ତେଲୁଗୁ ସମେତ ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ସିନେମାରେ ମୁକ୍ତିଲାଭ କରିବ । 'ଯଶୋଦା'ର ନିର୍ମାଣ ଶିବଲେଙ୍କା କୃଷ୍ଣ ପ୍ରସାଦ ନିଜ ଶ୍ରୀଦେବୀ ଚଳଚ୍ଚିତ୍ର ଅଧୀନରେ କରିଛନ୍ତି । ସାମନ୍ଥାଙ୍କୁ ତାମିଲ-ତେଲୁଗୁ ଚଳଚ୍ଚିତ୍ର 'କାଥୁଭାକୁଲା ରେଣ୍ଡୁ କାଧଲ'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​। ଏହା ବ୍ୟତୀତ ତେଲୁଗୁ ନିର୍ଦ୍ଦେଶକ ଗୁଣସେଖରଙ୍କ ନିର୍ଦ୍ଦେଶିତ ହେବାକୁ ଥିବା ତାଙ୍କର ଆଉ ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର ଅଛି, ଯାହାର ନାମ 'ଶକୁନ୍ତଲାମ'।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details