ହାଇଦ୍ରାବାଦ:ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତ ବର୍ଷ ସ୍ୱାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ନେବା ପରଠୁ ସାମନ୍ଥା ଚର୍ଚ୍ଚାରେ ରହିଆସିଛନ୍ତି । ବର୍ତ୍ତମାନ ସାମନ୍ଥାଙ୍କୁ ନେଇ ଆଉ ବଡ ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ଅଭିନେତ୍ରୀ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର 200 କୋଟିରେ କିଣିଛନ୍ତି । ଏହି ସେହି ଘର ଯେଉଁଠାରେ ସେ ବିବାହ ପରେ ନାଗାଙ୍କ ସହ ରହୁଥିଲେ।
କ’ଣ ରହିଛି ପୂରା ମାମଲା?
ଚାରି ବର୍ଷର ବୈବାହିକ ଜୀବନ ପରେ ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ । ଭରଣପୋଷଣ ବାବଦକୁ ନାଗା ଚୈତନ୍ୟ ତାଙ୍କୁ ୨୦୦ କୋଟି ଟଙ୍କା ଯାଚିଥିଲେ। କିନ୍ତୁ ଏହି ଟଙ୍କା ଗ୍ରହଣ କରିବାକୁ ଅଭିନେତ୍ରୀ ସାମନ୍ଥା ମନା କରିଦେଇଥିଲେ । କଠିନ ଶ୍ରମ ଓ ପ୍ରଚେଷ୍ଟା ବଳରେ ଅଭିନେତ୍ରୀ ସାମନ୍ଥା ଟଲିଉଡ୍ର ଶୀର୍ଷରେ ପହଞ୍ଚିପାରିଛନ୍ତି । ତେଣୁ, ସେ ଏହି ବିବାହ-ବିଚ୍ଛେଦରୁ ଅର୍ଥ ଚାହାନ୍ତି ନାହିଁ ବୋଲି ସ୍ଥିର କରିଥିବା କଥା ଜଣାଇଥିଲେ ।