ହାଇଦ୍ରାବାଦ: ବିକି କୌଶଲଙ୍କ ଫିଲ୍ମ 'ସାମ୍ ବାହାଦୂର' ଆଜି ରିଲିଜ ହୋଇଛି । ଏହି ଫିଲ୍ମ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆନିମଲ' ସହ ଏକାସାଙ୍ଗେ ରିଲିଜ ହୋଇଛି । ତେବେ 'ଆନିମଲ' ଜବରଦସ୍ତ ପ୍ରତିକ୍ରିୟା ପାଇଥିବାବେଳେ 'ସାମ ବାହାଦୂର'କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି । 'ସାମ ବାହାଦୂର'ରେ ବିକି କୌଶଲଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ପ୍ରତିକ୍ରିୟା ସେୟାର କରିଛନ୍ତି ।
ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ସକାରାତ୍ମକ ପ୍ରତିକ୍ରିୟା ପାଇବାରେ ଲାଗିଛି । ଲୋକମାନେ ସୋସିଆଲ ମିଡିଆ ଏକ୍ସରେ ଫିଲ୍ମର ପ୍ରଶଂସା କରୁଛନ୍ତି ଏବଂ ଏହାକୁ ଏକ ବ୍ଲକବଷ୍ଟର ବୋଲି ମଧ୍ୟ କହିଛନ୍ତି । ସେହିପରି ଅନେକ ଫିଲ୍ମ ଟ୍ରେଡ ଆନାଲିଷ୍ଟ ଏବଂ ସମୀକ୍ଷକ ଫିଲ୍ମ ସାମ ବାହାଦୂରଙ୍କୁ ଦେଖି ଫିଲ୍ମକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି । ସମସ୍ତେ ସାମ ବାହାଦୂରକୁ ବିକି କୌଶଲଙ୍କ ମାଷ୍ଟରପିସ୍ ଫିଲ୍ମ ବୋଲି କହିଛନ୍ତି । ବିକିଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଜଣେ ୟୁଜର୍ସ ଲେଖିଛନ୍ତି, ବହୁତ ଭଲ ! ବିକି କୌଶଲ, ଏହା ଏକ ବଡ ବ୍ଲକବଷ୍ଟର ହେବାକୁ ଯାଉଛି । ସାମ ବାହାଦୂରର ପ୍ରଶଂସା କରି ଅନ୍ୟ ଜଣେ ଲେଖିଛନ୍ତି, ବିକି କୌଶଲ ସାମ ବାହାଦୂର ସହ ଆୱାର୍ଡ ଜିତିବା ଭଳି ପ୍ରଦର୍ଶନ କରିଛନ୍ତି । ଆଉ ଜଣେ ବିକିଙ୍କ ପ୍ରଶଂସାରେ ଲେଖିଛନ୍ତି, ମୁଁ ବେଳେବେଳେ ଅନୁଭବ କରେ ବିକିଙ୍କ ଚରିତ୍ର ପ୍ରାୟତଃ ପରିବର୍ତ୍ତନ ହୁଏ ଏବଂ ସେ ସବୁଥିରେ ନିଖୁଣ ଭାବେ ଅଭିନୟ କରିଥାନ୍ତି । ସେ ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ସାମ ବାହାଦୂର ଦମଦାର ।