ଓଡିଶା

odisha

By ETV Bharat Odisha Team

Published : Dec 4, 2023, 12:42 PM IST

ETV Bharat / entertainment

ସଣ୍ଡେରେ ଚାଲିଲା ବିକି କୌଶଲଙ୍କ ଯାଦୁ, ୨୫ କୋଟି ପାର୍ କଲା 'ସାମ ବାହାଦୂର'

Sam Bahadur Box Office Collection Day 3: ଆନିମଲ ସହ କଡା ଟକ୍କର ସତ୍ତ୍ବେ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ଲୋକଙ୍କୁ ପସନ୍ଦ ଆସୁଛି । ଫିଲ୍ମ ରିଲିଜର ୩ୟ ଦିନରେ ଅର୍ଥାତ୍ ରବିବାର ବମ୍ପର କଲେକ୍ସନ କରିଛି । ଜାଣନ୍ତୁ କେତେ ଆୟ କରିଛି ଫିଲ୍ମ?

ସଣ୍ଡେରେ ଚାଲିଲା ବିକି କୌଶଲଙ୍କ ଯାଦୁ, ୨୫ କୋଟି ପାର୍ କଲା 'ସାମ ବାହାଦୂର'
ସଣ୍ଡେରେ ଚାଲିଲା ବିକି କୌଶଲଙ୍କ ଯାଦୁ, ୨୫ କୋଟି ପାର୍ କଲା 'ସାମ ବାହାଦୂର'

ହାଇଦ୍ରାବାଦ: ରଣବୀର କପୁରଙ୍କ ଆନିମଲ ସହ ରିଲିଜ ହୋଇଛି ବିକି କୌଶଲଙ୍କ ଫିଲ୍ମ ସାମ ବାହାଦୂର । ଫିଲ୍ମରେ ବିକିଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି । ଏବଂ ଆନିମଲ ପରି ଅଧିକ ରୋଜଗାର କରିନଥିଲେ ସୁଦ୍ଧା ସାମ ବାହାଦୂରକୁ ନେଇ ଦର୍ଶକ ସକାରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି । ରିଲିଜର ୩ୟ ଦିନରେ ବିକିଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରି ୨୫କୋଟି ପାର୍ କରିଛି ।

ସାକ୍ନଲ୍କିଙ୍କ ରିପୋର୍ଟ ଅନୁସାରେ, ସାମ ବାହାଦୂର ରିଲିଜର ପ୍ରଥମ ଦିନରେ ୬.୨୫ କୋଟି ସହ ଓପନିଂ କରିଥିଲା । ସେହିପରି ୨ୟ ଦିନରେ ପ୍ରଥମ ଦିନ ଅପେକ୍ଷା ୪୪% ଅଧିକ ଆୟ ଅର୍ଥାତ୍ ୯ କୋଟି ଆୟ କରିଥିଲା । ବର୍ତ୍ତମାନ ରିଲିଜର ୩ୟ ଦିନ ଅର୍ଥାତ୍ ରବିବାର ଫିଲ୍ମ ୧୦.୩୦କୋଟି କଲେକ୍ସନ କରିଛି । ପଳରେ ଫିଲ୍ମର ମୋଟ ଆୟ ୨୫.୫୫ କୋଟିକୁ ବୃଦ୍ଧି ପାଇଛି । ଏହାର ରୋଜଗାର ଆନିମଲ ତୁଳନାରେ କମଥିଲେ ସୁଦ୍ଧା ଦର୍ଶକଙ୍କ ବ୍ୟତୀତ ଅନେକ ବଲିଉଡ ଷ୍ଟାର ଫିଲ୍ମ ସହ ବିକି କୌଶଲଙ୍କ ଅଭିନୟର ପ୍ରଶଂସା କରିଛନ୍ତି ।

ସେପଟେ ବିକି କୌଶଲଙ୍କୁ ରବିବାର ଦିନ ଏକ ଥିଏଟରରେ ଦେଖିବାକୁ ମିଳିଥିଲା । ସେ ଫ୍ୟାନ୍ସଙ୍କ ସହ ଫିଲ୍ମ ଦେଖିବା ସହ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ଅନେକ ଫ୍ୟାନ୍ସ ତାଙ୍କର ପ୍ରଶଂସା କରିବା ସହ ଫିଲ୍ମ ପାଇଁ ନିଶ୍ଚିତ ଭାବରେ ତାଙ୍କୁ ଜାତୀୟ ପୁରସ୍କାର ମିଳିବା ଦରକାର ବୋଲି କହିଥିଲେ । ଏହି ସମୟରେ ସେ ଏହାର ଉତ୍ତର ଦେଇ କହିଥିଲେ ଯେ ଆପଣମାନେ ଆସିଲେ ଫିଲ୍ମ ଦେଖିବାକୁ ଏବଂ ଜଣେ ଅଭିନେତାଙ୍କ ପାଇଁ ପ୍ୟାକ୍ ହୋଇଥିବା ହଲ୍ ଦେଖିବା ଏକ ବଡ଼ ସଫଳତା । ଏଥିସହ ସେ କହିଛନ୍ତି, ମୁଁ ଆଶା କରୁଛି 'ସାମ୍ ବାହାଦୂର' ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବ ।

ଏହା ମଧ୍ୟ ପଢନ୍ତୁ:'ସାମ ବାହାଦୂର' ପାଇଁ ମେଘନା ଗୁଲଜାରଙ୍କର ପ୍ରଥମ ପସନ୍ଦ ଥିଲେ ଏହି ଅଭିନେତା, ଜାଣନ୍ତୁ କିଏ

'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details