ଓଡିଶା

odisha

ETV Bharat / entertainment

IIFA 2023: ବିକିଙ୍କ ସହ ସଲମାନ ଖାନଙ୍କ ବଡିଗାର୍ଡଙ୍କ ଏଭଳି ବ୍ୟବହାର ! ଫ୍ୟାନ୍ସ କହିଲେ...

IIFA ଆୱାର୍ଡ 2023ର ପ୍ରେସ୍‌ମିଟ୍‌ରେ ବଲିଉଡ୍‌ ତାରକା ସଲମାନ ଖାନ୍‌ ଏବଂ ବିକି କୌଶଲଙ୍କୁ ଭେଟିଥିଲେ । ଏହି ସମୟରେ ବିକି ତାଙ୍କ ପ୍ରଶଂସକଙ୍କ ସହ ସେଲଫି ନେବା ବେଳେ ସଲମାନଙ୍କ ବଡିଗାର୍ଡ ବିକିଙ୍କୁ ସାଇଡ କରି ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

By

Published : May 26, 2023, 4:49 PM IST

ବିକିଙ୍କ ସହ ସଲମାନ ଖାନଙ୍କ ବଡିଗାର୍ଡ କଲେ ଏମିତି ବ୍ୟବହାର, ଫ୍ୟାନ୍ସ କହିଲେ ଏମିତି
ବିକିଙ୍କ ସହ ସଲମାନ ଖାନଙ୍କ ବଡିଗାର୍ଡ କଲେ ଏମିତି ବ୍ୟବହାର, ଫ୍ୟାନ୍ସ କହିଲେ ଏମିତି

ମୁମ୍ବାଇ: IIFA ପୁରସ୍କାର 2023 ଆବୁଧାବିରେ ଅନୁଷ୍ଠିତ ହେବାକୁ ଯାଉଛି। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବଲିଉଡ ଭାଇଜାନ ସଲମାନ ଖାନ, ଅଭିନେତା ଅଭିଷେକ ବଚ୍ଚନ, ବିକି କୌଶଲ, ଅଭିନେତ୍ରୀ ନୋରା ଫତେହି ଏବଂ ରକୁଲ ପ୍ରୀତ ସିଂଙ୍କ ସହ ବଲିଉଡର ଅନେକ ତାରକା ଉପସ୍ଥିତ ସାମିଲ ହୋଇଛନ୍ତି। ତେବେ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା କୈଫଙ୍କ ତାରକା ସ୍ୱାମୀ ବିକି କୌଶଲ ତାଙ୍କ ପ୍ରଶଂସକଙ୍କ ସହ ସେଲଫି ନେବା ବେଳେ ସଲମାନ ଆସୁଥିବା ନେଇ ତାଙ୍କ ବଡିଗାର୍ଡ ବିକିଙ୍କୁ ସାଇଡ କରି ଦେଇଥିଲେ । ଯାହାକୁ ନେଇ ଏବେ ଫ୍ୟାନ୍ସ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସଲମାନ ଖାନ ଏକ ମେରୁନ ରଙ୍ଗର ସାର୍ଟ ସହ ବ୍ଲାକ୍‌ ପ୍ୟାଣ୍ଟରେ ନଜର ଆସିଛନ୍ତି । ଏହି ସମୟରେ ବିକି କୌଶଲଙ୍କୁ ମେହେନ୍ଦୀ ରଙ୍ଗର ସୁଟରେ ଦେଖିବାକୁ ମିଳୁଛି । ବିକି କୌଶଲ ପ୍ରଶଂସକଙ୍କ ସହ ସେଲ୍‌ଫି ନେବା ସମୟରେ ସଲମାନ ଖାନ୍‌ ଆଗରୁ ଆସୁଛନ୍ତି । ସଲମାନ ଖାନ ନିଜ ସୁରକ୍ଷା ବଳୟରେ ରହିଥିଲେ ଏବଂ ପରେ ବିକି କୌଶଲ ପହଞ୍ଚିବା ମାତ୍ରେ ସେ ତାଙ୍କୁ ଭେଟିଥିଲେ । ବିକି ଓ ସଲମାନ କଥା ହେଉଥିବା ବେଳେ କିଛି ଫ୍ୟାନ ବିକିଙ୍କ ସହ ସେଲ୍‌ଫି ନେବାକୁ ଚାହିଁଥିଲେ । ଏହି ସମୟରେ ସଲମାନଙ୍କ ନିକଟରୁ ବିକିଙ୍କୁ ଦୁରେଇ ଦେଇଥିଲେ ବଡିଗାର୍ଡ ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ପ୍ରତିକ୍ରିୟା ଦେଉଛନ୍ତି ଫ୍ୟାନ୍ସ । ଜଣେ ଫ୍ୟାନ୍ସ କହିଛନ୍ତି, 'ଚାଲ ସାଇଡ ହୋଇଯାଅ ଆନ୍ନା ଆସୁଛନ୍ତି'। ଅନ୍ୟ ଜଣେ ଲେଖିଛନ୍ତି 'ଏହା ଅତ୍ୟନ୍ତ ଦୁଃଖଦ ଦୃଶ୍ୟ' । ଆଉ ଜଣେ ଲେଖିଛନ୍ତି: 'ସଲମାନ୍ ବିକିଙ୍କ ସହ ଯେଉଁ ବ୍ୟବହାର କରିଛନ୍ତି ତାହା ଠିକ ନୁହେଁ।' ଅନ୍ୟ ଜଣେ ଲେଖିଛନ୍ତି, 'କିଛି ବନ୍ଧୁତ୍ୱ କଥାବାର୍ତ୍ତାରେ ଦେଖାଯାଏ ନାହିଁ । ଉଭୟ କ୍ରୋଧିତ ଦେଖାଯାଉଛନ୍ତି ।' ସେପଟେ ଏଭଳି ସମାଲୋଚନାର ଜବାବରେ ସଲମାନଙ୍କ ଜଣେ ଫ୍ୟାନ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ଯେତେବେଳେ ସେ ଆସିଲେ ସଲମାନ ତାଙ୍କୁ ଦେଖି ହସୁଥିଲେ ସେ ଅହଂକାରୀ ନୁହଁନ୍ତି, ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ, କିଛି ଫ୍ୟାନ ତାଙ୍କୁ ଏତେଟା ପ୍ରଶଂସା କରନ୍ତି ନାହିଁ ।'

ସୂଚନା ଥାଉ କି ବର୍ତ୍ତମାନ, ସଲମାନ ଖାନ ଆବୁଧାବିରେ ଅନୁଷ୍ଠିତ IIFA ଆୱାର୍ଡ 2023 ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଯେ, ସେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗ-3 ର ସୁଟିଂ ଶେଷ କରିସାରିଛନ୍ତି । ଫିଲ୍ମଟି ବହୁତ ଭଲ ହୋଇଛି । ଏହି ଫିଲ୍ମ ଚଳିତବର୍ଷ ଦିପାବଳୀରେ ରିଲିଜ ହେବ ।

ABOUT THE AUTHOR

...view details