ମୁମ୍ବାଇ:ବଲିଉଡ ସୁପରଷ୍ଟାର ସଲମାନ ଖାନ ସୋସିଆଲ ମିଡିଆରେ ନିଜ ତଥା ତାଙ୍କ ପ୍ରଡକ୍ସନ ହାଉସ ପକ୍ଷରୁ ଏକ ଅଫିସିଆଲ ନୋଟିସ ଜାରି କରିଛନ୍ତି । ଏଥିରେ ସ୍ପଷ୍ଟ କରାଯାଇଛି ଯେ ସେ କିମ୍ବା ତାଙ୍କ ପ୍ରଡକ୍ସନ୍ ହାଉସ୍ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରୁନାହାଁନ୍ତି । ଏଥିସହ ସେ କହିଛନ୍ତି ଯେ ଯଦି ତାଙ୍କ ନାଁର କିମ୍ବା ତାଙ୍କ କମ୍ପାନୀର ନାମର ଅପବ୍ୟବହାର କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସଲମାନ ଖାନ ତାଙ୍କ ଇନ୍ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ନୋଟିସ ସେୟାର କରିଛନ୍ତି । ଯେଉଁଥିରେ ସୂଚନା ଦିଆଯାଇଛି ଯେ, ସଲମାନ ଖାନ କିମ୍ବା ସଲମାନ ଖାନ ଫିଲ୍ମସ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରୁନାହାଁନ୍ତି । ଭବିଷ୍ୟତର କୌଣସି ଫିଲ୍ମ ପାଇଁ ଆମେ କାଷ୍ଟିଂ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇନାହୁଁ । ଦୟାକରି, ଯଦି ଆପଣ କାଷ୍ଟିଂ ସମ୍ବନ୍ଧୀୟ କୌଣସି ମେଲ୍ କିମ୍ବା ମେସେଜ ପାଆନ୍ତି, କୌଣସି ମେଲ୍ କିମ୍ବା ମେସେଜକୁ ବିଶ୍ବାସ କରନ୍ତୁ ନାହିଁ। ଯଦି କେହି ସଲମାନ ଖାନ ଏବଂ ସଲମାନ ଖାନ ଫିଲ୍ମସ ନାମ ବ୍ୟବହାର କରୁଛନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
2020 ପୂର୍ବରୁ ମଧ୍ୟ ଖବର ସାମ୍ନାକୁ ଆସିଥିଲା ଯେ, ସଲମାନ ଖାନ୍ ତାଙ୍କ ଚଳଚ୍ଚିତ୍ର ପାଇଁ କାଷ୍ଟିଂ କରୁଛନ୍ତି ଏବଂ ସେ କାଷ୍ଟିଂ ଏଜେଣ୍ଟ ନିଯୁକ୍ତ କରିଛନ୍ତି । କିନ୍ତୁ ସେହି ସମୟରେ ସଲମାନ ଖାନ ଏହି ସବୁ ଖବର ଗୁଜବ ବୋଲି କହିଥିଲେ । ସେହି ସମୟରେ ବି ସଲମାନ କହିଥିଲେ ଯେ ଏଭଳି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଏବେ ପୁଣି ସେହିଭଳି ଘଟଣାର ପୁନରାବୃତ୍ତି ହୋଇଥିବାରୁ ସଲମାନ ବର୍ତ୍ତମାନ ଅଫିସିଆଲ ନୋଟିସ ଜାରି କରିଛନ୍ତି ।