ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି । ସାମ୍ବାଦିକଙ୍କ ସହ ଅସଦାଚରଣ କରିବା ମାମଲାରେ ତାଙ୍କୁ ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସଲମାନ ଖାନ୍ଙ୍କ ଓକିଲ ଏହି ମାମଲାରେ ନିମ୍ନ ଅଦାଲତ ପଠାଇଥିବା ସମନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ଏହି ମାମଲାକୁ ମେ’ ୫ ତାରିଖ ଯାଏ ସ୍ଥଗିତ ରଖାଯାଇଥିଲା । ଏବେ ପୁଣି ଏହି ସ୍ଥଗିତ ଅବଧିକୁ ଆସନ୍ତା ଜୁନ୍ ୧୩ ଯାଏ ବଢ଼ାଇ ଦେଇଛନ୍ତି ହାଇକୋର୍ଟ । ସଲମାନ ଖାନଙ୍କୁ ଆଉ ଜୁନ୍ ୧୩ ପର୍ଯ୍ୟନ୍ତ କୋର୍ଟରେ ହାଜର ହେବାକୁ ପଡିବ ନାହିଁ ।
ସେପଟେ ଅଭିଯୋଗକାରୀ ଅଶୋକ ପାଣ୍ଡେ ନିମ୍ନ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି, ଯେଉଁଥିପାଇଁ ଅଭିନେତାଙ୍କ ସମସ୍ୟା ପୁଣି ଥରେ ବଢିପାରେ ବୋଲି ଅନୁମାନ କରାଯାଉଛି । ସାମ୍ବାଦିକ ତଥା ଅଭିଯୋଗକାରୀ ଅଶୋକ ପାଣ୍ଡେ ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି । ନିଜ ସତ୍ୟପାଠରେ ଅଭିଯୋଗକାରୀ ଅଶୋକ ପଣ୍ଡିତ କହିଛନ୍ତି, ଅନ୍ଧେରୀ ମାଜିଷ୍ଟ୍ରେଟ୍ ଅଦାଲତ କାନୁନ ବ୍ୟବସ୍ଥାର ପାଳନ କରି ପ୍ରମାଣ ଏବଂ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସଲମାନ ଓ ତାଙ୍କ ଅଙ୍ଗରଖିଙ୍କୁ ସମନ୍ ଜାରି କରିଥିଲେ କିନ୍ତୁ ଏହା ଉପରେ ହାଇକୋର୍ଟ ରୋକ ଲଗାଇବା ଠିକ୍ ନୁହେଁ ।
ସଲମାନ ଏକ ପିଟିସନ ଦାଖଲ କରିଥିଲେ