ମୁମ୍ବାଇ: କିଛି ଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଚିକିତ୍ସିତ ହେବାପରେ ଡେଙ୍ଗୁରୁ ସୁସ୍ଥ ହୋଇଛନ୍ତି ସଲମାନ । ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ଫ୍ୟାନ୍ସଙ୍କୁ ଦେଖା ଦେଇଛନ୍ତି ଭାଇଜାନ । ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସ୍ବାମୀ ଆୟୁଷ ଶର୍ମାଙ୍କ ଜନ୍ମଦିନରେ ସଲମାନଙ୍କୁ ଦେଖିବାକୁ ମିଳିଛି । ଗ୍ରାଣ୍ଡ ଅନ୍ଦାଜରେ ପାର୍ଟିରେ ଏଣ୍ଟ୍ରି ମାରିଥିଲେ ସଲମାନ । ତାଙ୍କୁ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଠିକଣା ନଥିଲା ।
ରିପୋର୍ଟ ଅନୁସାରେ ଗତ ସପ୍ତାହରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ସଲମାନ ଖାନ । ବିଗବସ 16ରେ ଉପସ୍ଥାପକ ଭୂମିକା ତୁଲାଉଥିବା ସଲମାନ ଖାନ ଡେଙ୍ଗୁରେ ଆକ୍ରାନ୍ତ ପରେ ଶୋରୁ ବ୍ରେକ ନେଇଥିଲେ । ଏହାପରେ ସେ ପ୍ରାୟ ଗୋଟିଏ ସପ୍ତାହ ଚିକିତ୍ସିତ ହୋଇଥିଲା । ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଗୋଟିଏ ସପ୍ତାହ ପରେ ସୁସ୍ଥ ହୋଇଥିଲେ ସଲମାନ । ପ୍ରିୟ ଅଭିନେତାଙ୍କୁ ଫିଟ ଆଉ ଫାଇନ ଦେଖି ଦର୍ଶକ ଏକଦମ ଖୁସି । ବିଗବସ୍ ଶୋରୁ ବ୍ରେକ ନେଇଥିବାରୁ ତାଙ୍କ ସ୍ଥାନରେ ଫିଲ୍ମ ନିର୍ମାତା କରଣ ଜୋହର ଉପସ୍ଥାପକ ଦାୟିତ୍ବ ତୁଲାଇଥିଲେ ।