ଓଡିଶା

odisha

ETV Bharat / entertainment

Kabhi Eid Kabhi Diwali: ସଲମାନଙ୍କ ଫିଲ୍ମ ପାଇଁ ଶେହନାଜ ଗିଲ ମାଗିଲେ ଏତିକି ଫିସ୍‌ - ଶେହନାଜ ଗିଲ-ସଲମାନ ଖାନ

ଶେହନାଜ ଗିଲ ସଲମାନ ଖାନଙ୍କ କଭି ଇଦ୍ କଭି ଦିୱାଲୀରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିପାଇଁ ଶେହନାଜ୍ ଗିଲଙ୍କୁ ଯଥେଷ୍ଟ ଫି ମଧ୍ୟ ଦିଆଯାଉଛି । କେବଳ ଏତିକି ନୁହେଁ, ଶେହନାଜ ନିଜେ ଫିଲ୍ମର ସୁଟିଂ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବେ । ଅଧିକ ପଢନ୍ତୁ

ସଲମାନ ଖାନଙ୍କ ଫିଲ୍ମ ପାଇଁ ଶେହନାଜ ଗିଲ ମାଗିଲେ ଏତିକି ଫିସ୍‌
ସଲମାନ ଖାନଙ୍କ ଫିଲ୍ମ ପାଇଁ ଶେହନାଜ ଗିଲ ମାଗିଲେ ଏତିକି ଫିସ୍‌

By

Published : May 2, 2022, 1:36 PM IST

ମୁମ୍ବାଇ: ବଲିଉଡରେ ପାଦ ରଖିଲେ ବିଗ୍ ବସ-୧୩ର ପ୍ରତିଯୋଗୀ ଶେହନାଜ ଗିଲ । ଶେହନାଜ ଅନେକ ମ୍ୟୁଜିକ ଭିଡିଓରେ ନଜର ଆସି ସାରିଥିବା ବେଳେ ଏବେ ସଲମାନ ଖାନଙ୍କ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ' (Salman Khan Kabhi Eid Kabhi Diwali) ସହିତ ବଲିଉଡରେ ଡେବ୍ୟୁ କରିବେ । ସଲମାନ ନିଜେ ଏହି ଚଳଚ୍ଚିତ୍ରର ସହ-ନିର୍ମାତା ଅଟନ୍ତି । ଏହି ଚଳଚ୍ଚିତ୍ର ପାଇଁ ସଲମାନ ନିଜେ ଶେହନାଜଙ୍କ ନିକଟକୁ ଯାଇଥିଲେ ଏବଂ ଶେହନାଜ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ । ସଲମାନ ଖାନଙ୍କ ଫିଲ୍ମରେ ଆୟୁଷ ଶର୍ମାଙ୍କ ସହ ଶେହନାଜ ଗିଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଅନେକ ରିପୋର୍ଟରେ ଦର୍ଶାଯାଇଛି ।

ଶେହନାଜଙ୍କ ବଲିଉଡ ଡେବ୍ୟୁକୁ ନେଇ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ଶେହନାଜଙ୍କୁ ନିର୍ମାତାଙ୍କଠାରୁ ଯଥେଷ୍ଟ ଫିସ୍‌ ଅଫର କରାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, “ଯେତେବେଳେ ସଲମାନ ଖାନ ତାଙ୍କ ଫିଲ୍ମର ଅଂଶ ହେବା ପାଇଁ ଶେହନାଜ ଗିଲଙ୍କ ନିକଟକୁ ଯାଇଥିଲେ, ସେତେବେଳେ ସେ ତାଙ୍କ ଫି ସମ୍ପର୍କରେ କହିବାକୁ ମଧ୍ୟ କହିଥିଲେ । ଯଦିଓ ନିର୍ମାତାମାନେ ତାଙ୍କୁ କେତେ ଦେବେ ତାହା ଶେହନାଜଙ୍କୁ କହି ନାହାଁନ୍ତି, କିନ୍ତୁ ଶେହନାଜ କହିଛନ୍ତି ଯେ ତାଙ୍କ କାମ ଅନୁଯାୟୀ ସେ ଯେତିକି ଫିସ ଠିକ ଲାଗୁଛି ତାହା ତାଙ୍କୁ ଦିଆଯାଉ ।

ଏହା ବି ପଢନ୍ତୁ: ବଲିଉଡରେ ସେହନାଜ୍ ଗିଲଙ୍କ ଏଣ୍ଟ୍ରି, ସଲମାନ ଦେଲେ ଏମିତି ଅଫର୍‌

ଶେହନାଜ ଗିଲ ନିଜେ ଶୁଟିଂ କାର୍ଯ୍ୟସୂଚୀ ସ୍ଥିର କରିବେ

ରିପୋର୍ଟ ଅନୁଯାୟୀ, “ସଲମାନ ଖାନ ଅନେକ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ଶେହାନାଜ ଗିଲଙ୍କୁ ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ତାରିଖ ବାଛିବା ପାଇଁ ସେ କହିଛନ୍ତି । ଶେହନାଜ ବର୍ତ୍ତମାନ ଏକ ପଞ୍ଜାବୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details