ଓଡିଶା

odisha

By

Published : Oct 23, 2022, 12:55 PM IST

ETV Bharat / entertainment

Salman Khan Health Update: ସୁସ୍ଥ ହେଉଛନ୍ତି ସଲ୍ଲୁ, ସେଟ୍‌କୁ ଫେରିବେ ଏହି ଦିନ

ବଲିଉଡ ଅଭିନେତା ସଲମାନ ଖାନ ଡେଙ୍ଗୁ ରୋଗରେ ପୀଡିତ ଅଛନ୍ତି । ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି । ଅଧିକ ପଢନ୍ତୁ

ସୁସ୍ଥ ହେଉଛନ୍ତି ସଲ୍ଲୁ, ସେଟ୍‌କୁ ଫରିବେ ଏହି ଦିନ
ସୁସ୍ଥ ହେଉଛନ୍ତି ସଲ୍ଲୁ, ସେଟ୍‌କୁ ଫରିବେ ଏହି ଦିନ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ଡେଙ୍ଗୁ ରୋଗରେ ପୀଡିତ ଅଛନ୍ତି । ଅଭିନେତାଙ୍କ ଅସୁସ୍ଥତା ହେତୁ ତାଙ୍କ ସୁଟିଂ ମଧ୍ୟ ବାତିଲ କରାଯାଇଥିଲା । ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ଥିଲେ। ବର୍ତ୍ତମାନ ଏହି ସମୟରେ ସଲମାନ ଖାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମଧ୍ୟ ସାମ୍ନାକୁ ଆସିଛି, ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର।

ସଲମାନ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଥିବା ସୂଚନା ଅନୁଯାୟୀ, ଦବଙ୍ଗ ଖାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି । ସୁଟିଂ ବନ୍ଦ କରିବା ସହିତ ଅଭିନେତା ଦିୱାଲୀ ପାର୍ଟିରେ ମଧ୍ୟ ଉପସ୍ଥିତ ନଥିଲେ । ଜଣା ପଡିଛି ଯେ, ସଲମାନ ତାଙ୍କ ଘରେ ବିଶ୍ରାମ ନେଉଛନ୍ତି ।

ପ୍ରଡ୍ୟୁସର-ନିର୍ଦ୍ଦେଶକ କରଣ ଜୋହର ବର୍ତ୍ତମାନ ସଲମାନ ଖାନଙ୍କ ଅସୁସ୍ଥତା ହେତୁ ବିଗ୍ ବସ୍‌ର ଆଗାମୀ ଏପିସୋଡ୍ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ, କିନ୍ତୁ ଭାଇଜାନ ମଧ୍ୟ ଶୀଘ୍ର ସୋ’କୁ ଫେରିବେ । ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ଅକ୍ଟୋବର 25 ରୁ ସଲମାନ ସେଟକୁ ଫେରି ସୁଟିଂ ଆରମ୍ଭ କରିବେ ।

ଏହା ବି ପଢନ୍ତୁ:ଡେଙ୍ଗୁରେ ଆକ୍ରାନ୍ତ ହେଲେ ସଲମାନ ଖାନ

ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ, ସଲମାନ 'ବିଗ୍ ବସ୍ 16' ହୋଷ୍ଟ କରିବା ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଟାଇଗର 3' ଏବଂ 'କିସି କା ଭାଇ କିସି କି ଜାନ'ରେ ବ୍ୟସ୍ତ ଅଛନ୍ତି । ସମ୍ପ୍ରତି ଏହି ଚଳଚ୍ଚିତ୍ରଗୁଡ଼ିକର ରିଲିଜ୍ ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି, ଯାହା ଅନୁଯାୟୀ 'ଟାଇଗର 3' ଦିୱାଲୀ 2023 ରେ ରିଲିଜ୍‌ କରାଯିବ ଏବଂ 'କିସି କା ଭାଇ କିସି କି ଜାନ' ଇଦ୍ 2023 ରେ ପ୍ରେକ୍ଷାଳୟରେ ମୁକ୍ତିଳାଭ କରିବ।

ABOUT THE AUTHOR

...view details