ଓଡିଶା

odisha

By ETV Bharat Odisha Team

Published : Nov 20, 2023, 4:59 PM IST

ETV Bharat / entertainment

ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ ଦେଲେ ଭାଇଜାନ

Tiger 4: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ 'ଟାଇଗର ୩' ପ୍ରେକ୍ଷାଳୟରେ ଧମାକା କରୁଛି । ଏହାରି ମଧ୍ୟରେ ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ୍ ସମୟରେ ଭାଇଜାନ 'ଟାଇଗର ୪' ଆସିବା ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ ଦେଲେ ଭାଇଜାନ, ଟାଇଗର ୪ ଆସିବା ନେଇ ଦେଲେ ହିଣ୍ଟ୍
ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ ଦେଲେ ଭାଇଜାନ, ଟାଇଗର ୪ ଆସିବା ନେଇ ଦେଲେ ହିଣ୍ଟ୍

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆସୁଛି ଟାଇଗର ୪ । ବର୍ତ୍ତମାନ ପ୍ରେକ୍ଷାଳୟରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ 'ଟାଇଗର ୩' ଦର୍ଶକଙ୍କ ମନ ଜିତୁଛି । ଦିୱାଲୀ ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ବେଳେ ଦିନକୁ ଦିନ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗିଛି । ଫିଲ୍ମ ଘରୋଇ ବଜାରରେ ରିଲିଜ ହେବାର ଆଠ ଦିନ ମଧ୍ୟରେ ୨୨୦କୋଟିରୁ ଅଧିକ କଲେକ୍ସନ କରିସାରିଲାଣି । ଏହାରି ମଧ୍ୟରେ ବର୍ତ୍ତମାନ ଟାଇଗର ୪ ନେଇ ସୂଚନା ଦେଇଛନ୍ତି ଭାଇଜାନ । ଯାହା ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି ।

ଗତକାଲି ଅର୍ଥାତ ରବିବାର ଦିନ ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ୍ ସମୟରେ ସଲମାନ ଖାନ ମଧ୍ୟ 'ଟାଇଗର ୪' ଆସିବା ନେଇ ହିଣ୍ଟ୍ ଦେଇଛନ୍ତି । ବାସ୍ତବରେ, ବିଶ୍ୱକପ ୨୦୨୩ ଫାଇନାଲରେ ସଲମାନ ଏବଂ କ୍ୟାଟ୍ରିନା ସେମାନଙ୍କର ଟାଇଗର ୩କୁ ପ୍ରମୋଟ କରିବା ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମ ପହଞ୍ଚିଥିଲେ । ଏହି ସମୟରେ କ୍ୟାଟ୍ରିନା କ୍ରିକେଟର ବିରାଟ କୋହଲିଙ୍କ ଖେଳ ପ୍ରତି ଉତ୍ସାହକୁ ପ୍ରଶଂସା କରିଥିଲେ ।

କ୍ୟାଟ୍ରିନା କହିଛନ୍ତି, "RCB ପାଇଁ ଆଇପିଏଲ ଖେଳିବା ଆରମ୍ଭ କରିବା ପରଠାରୁ ବିରାଟଙ୍କ ଯାତ୍ରା ଏବଂ ଗ୍ରାଫକୁ ଦେଖନ୍ତୁ ।" ଏହା ପରେ ସଲମାନ କହିଛନ୍ତି ଯେ ଆପଣ ଟାଇଗର ୧ ରୁ ଟାଇଗର ୩କୁ ମଧ୍ୟ ଦେଖିଛନ୍ତି ନା ଏବଂ ତାହା ମଧ୍ୟ ୫୭ରେ । ବର୍ତ୍ତମାନ ଟାଇଗର ୪ କୁ ୬୦ରେ ଅପେକ୍ଷା କରନ୍ତୁ ।" ଏହାର ଅର୍ଥ ସଲମାନଙ୍କୁ ଏବେ ୫୭ବର୍ଷ ହୋଇଛି । ୬୦ ବର୍ଷ ହେଲା ବେଳୁ ଆସିବ ଟାଇଗର ୪ ।

ଟାଇଗର ୩ର ରୋଜଗାର ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରଟି ୪୪.୫ କୋଟି ଟଙ୍କା ସଂଗ୍ରହ ସହିତ ଖୋଲା ଯାଇଥିଲା ଏବଂ ସେହି ଦିନଠାରୁ ଫିଲ୍ମ ଟିକେଟ୍ ୱିଣ୍ଡୋରେ ବହୁ ସଂଗ୍ରହ କରିଆସୁଥିଲା | ତେବେ ଏହି ସମୟ ମଧ୍ୟରେ ଫିଲ୍ମର ରୋଜଗାରରେ ମଧ୍ୟ ହ୍ରାସ ଘଟିଛି। ଦ୍ୱିତୀୟ ରବିବାର ଦିନ ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ୱକପ ୨୦୨୩ ଫାଇନାଲ ମ୍ୟାଚ୍ ଯୋଗୁଁ ଫିଲ୍ମର ରୋଜଗାର ପ୍ରଭାବିତ ହୋଇଥିଲା ଏବଂ ଏହା ମାତ୍ର ୧୦.୨୫ କୋଟି ଟଙ୍କା ରୋଜଗାର କରିଥିଲା । ଏହା ସହିତ 'ଟାଇଗର 3'ର ଆଠ ଦିନର ମୋଟ ଆୟ ବର୍ତ୍ତମାନ ୨୨୯.୬୫ କୋଟିରେ ପହଞ୍ଚିଛି । ନିର୍ମାତାମାନେ ଦ୍ୱିତୀୟ ସପ୍ତାହରେ ଫିଲ୍ମର ରୋଜଗାରରେ ବୃଦ୍ଧି ଆଶା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:ପରାଜୟ ସତ୍ତ୍ବେ ଭାରତୀୟ ଟିମର ସମର୍ଥନ ଏବଂ ପ୍ରଶଂସାରେ ବଲିଉଡରୁ ଓଲିଉଡ ତାରକା

ଟାଇଗର ୩ ଟାଇଗର ଫ୍ରାଞ୍ଚାଇଜ୍ ର ତୃତୀୟ କିସ୍ତି ଏବଂ YRF ର ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । 'ଟାଇଗର ୩'ରେ ସଲମାନ ଖାନ ଏଜେଣ୍ଟ ଟାଇଗରର ଭୂମିକାକୁ କ୍ୟାଟ୍ରିନା କୈଫ ଜୋୟାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରି ଇମ୍ରାନ୍ ହାଶମୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ରେବତୀ ଏବଂ ରିଦ୍ଧି ଡୋଗ୍ରାଙ୍କ ସମେତ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ABOUT THE AUTHOR

...view details