ହାଇଦ୍ରାବାଦ:ବଲିଉଡ ଭାଇଜାନଙ୍କୁ କିଏ ବା ଜାଣେ । ସଲମାନ ଖାନଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ରହିଛି । ବର୍ତ୍ତମାନ ସଲମାନ ଖାନ ରିଲିଜ ଫିଲ୍ମ ଟାଇଗର ୩ର ସଫଳତାକୁ ଉପଭୋଗ କରୁଛନ୍ତି । ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । ଫଳରେ ଫିଲ୍ମଟି ନଭେମ୍ବର ୧୨ରେ ରିଲିଜ ହୋଇଥିଲା । ରିଲିଜ ପରେ ଫ୍ୟାନ୍ସ ଥିଏଟରେ ବାଣ ପୁଟାଇବା ସହ ସଲମାନଙ୍କ ପୋଷ୍ଟରରେ କ୍ଷୀର ଚଢାଇଥିଲେ । ତେବେ ବର୍ତ୍ତମାନ ଏକ ସାକ୍ଷାତକାରରେ ସଲମାନ ଅନେକ କଥା ନେଇ ପ୍ରତିକ୍ରିୟା ଦେଇଛନ୍ତି । 'ସୁପରଷ୍ଟାର' ଟ୍ୟାଗ ନେଇ କହିବା ସହ ଫ୍ୟାନ୍ସଙ୍କ କ୍ରେଜକୁ ନେଇ ମଧ୍ୟ ଭାଇଜାନ ପ୍ରତିକ୍ରିୟା ଦେଇଛନ୍ତି ।
ସୁପରଷ୍ଟାର ଟ୍ୟାଗ ନେଇ ଭାଇଜାନଙ୍କ ପ୍ରତିକ୍ରିୟା
ଏକ ସାକ୍ଷାତକାରରେ ସଲମାନ ଖାନ ସେ ପାଇଥିବା ସୁପରଷ୍ଟାର ଟ୍ୟାଗକୁ ପ୍ରକାଶ କରିଛନ୍ତି । ଏହି ସମୟରେ ସଲମାନଙ୍କୁ ପଚରାଯାଇଥିଲା କି ସେ ଅନୁଭବ କରୁଛନ୍ତି କି ଯେ ସେ ଯେଉଁଆଡେ ଯାଆନ୍ତି, ସେଠାରେ ସୁପରଷ୍ଟାରର ଟ୍ୟାଗ୍ ମିଳିଥାଏ ? ଏହା ଉପରେ ଭାଇଜାନ ଉତ୍ତର ଦେଇ କହିଛନ୍ତି, "ମୁଁ କେବେବି ଏହିପରି ଅନୁଭବ କରି ନାହିଁ । ମୁଁ କେବେ ସୁପରଷ୍ଟାର ଭଳି ଅନୁଭବ କରିନାହିଁ । ମୋର ଅଭ୍ୟାସ ସୁପରଷ୍ଟାର ଭଳି ନୁହେଁ । ମୁଁ ଯେଉଁଭଳି ଭାବରେ ଯାତ୍ରା କରେ, ମୁଁ ଯେଉଁ ପୋଷାକ ପିନ୍ଧିଥାଏ, ଏପରି କିଛି ନାହିଁ ଯାହା ମୋତେ ସୁପରଷ୍ଟାର କରିଥାଏ ।"
ସଲମାନ ଖାନ ଆହୁରି କହିଛନ୍ତି, "ମୋର ମନ ସେପରି ପ୍ରସ୍ତୁତ ନୁହେଁ । ମୋ ଭିତରେ କୌଣସି ସୁପରଷ୍ଟାର ଗୁଣ ନାହିଁ । ମୁଁ ଭାବୁନାହିଁ ସଲମାନ ଖାନ ଜଣେ ସୁପରଷ୍ଟାର । ଏସବୁ ବକବାସ୍ । ମୁଁ ଏହା କେବେ ଅନୁଭବ କରି ନାହିଁ । ମୁଁ ଖୁସି ଯେ କେବଳ ସକାଳୁ ଉଠୁଛି, କଫି ପିଉଛି ଏବଂ ମୋର ଦିନ ଆରମ୍ଭ ଭଲ କରୁଛି । ମୁଁ କେବଳ ସବୁବେଳେ ବେଷ୍ଟ୍ ଦେବାକୁ ଚାହିଁଥାଏ ।"