ହାଇଦ୍ରାବାଦ: ବଲିଉଡ୍ ଭାଇଜାନ ସଲମାନ ଖାନ ଆଜି ତାଙ୍କ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ଖାନ ପରିବାରରେ କେବଳ ଭାଇଜାନଙ୍କ ନୁହଁନ୍ତି ବରଂ ଭଉଣୀ ଅର୍ପିତା ଖାନ୍ଙ୍କ ଝିଅ ତଥା ତାଙ୍କର ଭାଣିଜୀ ଆୟତ ମଧ୍ୟ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ସଲମାନ ଖାନ୍ ତାଙ୍କ ଭାଣିଜୀଙ୍କ ସହ ଏକାଠି ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପରିବାର ସମେତ କିଛି ବଲିଉଡ୍ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସଲମାନ ନିଜ ୫୮ତମ ଜନ୍ମଦିନରେ ଭାଣିଜୀ ଆୟତଙ୍କ ସହ କେକ୍ କାଟି ଧୁମଧାମରେ ଜନ୍ମଦିନ ପାଳନ କରିଛନ୍ତି । ଏହି ସମୟରେ ସଲମାନ ଏବଂ ଭାଣିଜୀଙ୍କ ସହ ଭଉଣୀ ଅର୍ପିତା ଖାନ, ଆୟୁଷ ଶର୍ମା, ଭାଇ ଅରବାଜ ଖାନ ଅରହାନ ଖାନ, ଅଲବିରା ଖାନ ଅଗ୍ନିହୋତ୍ରୀ, ବବି ଦେଓଲ, ସାଜିଦ ସମେତ ଅନେକ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀ ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ସଲମାନ ଏବଂ ଆୟତ କେକ୍ କାଟିବା ସମୟରେ ହେଲେନ୍, ଅର୍ପିତା ଜନ୍ମଦିନ ଗୀତ ଗାଉଥିବା ନଜର ଆସିଛନ୍ତି । ସଲମାନ୍ ଲାଡଲି ଭାଣିଜୀଙ୍କୁ କେକ୍ ଖୁଆଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ଏବଂ ଉଭୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।