ଓଡିଶା

odisha

By

Published : Aug 24, 2022, 12:15 PM IST

ETV Bharat / entertainment

ଡୁପ୍ଲିକେଟ୍‌ ସଲମାନଙ୍କ ବିରୋଧରେ ମାମଲା ରୁଜୁ, ରେଲଓ୍ବେ ଟ୍ରାକ୍‌ରେ କରୁଥିଲେ ରିଲ୍‌

ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କ ବିରୋଧରେ ପୁଣି ଏକ ମାମଲା ରୁଜୁ ହୋଇଛି । ଆଜମ ଅନସାରୀ ବିନା ଟି-ସାର୍ଟରେ ଡାଲିଗଞ୍ଜ ରେଲଓ୍ବେ ବ୍ରିଜ ଟ୍ରାକରେ ଏକ ରିଲ ତିଆରି କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କ ବିରୋଧରେ ପୁଣି ମାମଲା ରୁଜୁ
ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କ ବିରୋଧରେ ପୁଣି ମାମଲା ରୁଜୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବେଶ ଚର୍ଚ୍ଚିତ ହୋଇଥିବା ଡୁପ୍ଲିକେଟ୍‌ ସଲମାନ ଖାନ୍‌ଙ୍କ ବିରୋଧରେ ପୁଣି ଏକ ମାମଲା ରୁଜୁ ହୋଇଛି । ତାଙ୍କ ନାଁ ଆଜମ ଅନସାରୀ । ଆଜମ ଅନସାରୀ ବିନା ଟି-ସାର୍ଟରେ ଡାଲିଗଞ୍ଜ ରେଲଓ୍ବେ ବ୍ରିଜ ଟ୍ରାକରେ ଏକ ରିଲ ତିଆରି କରିଥିଲେ । ଆଜମଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲକ୍ଷ୍ନୌ ସିଟି ଆରପିଏଫର ଅଧିକାରୀମାନେ ଏହି ଭିଡିଓ ବିଷୟରେ ଜାଣିଥିଲେ । ତା’ପରେ ରେଳ ଅଧିନିୟମ ଅନୁଯାୟୀ ଆଜମ ଅନସାରୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି ।

ଆଜମ ଅନସାରୀ ଅଭିନେତା ସଲମାନ ଖାନଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର 'ତେରେ ନାମ'ର 'ତେରେ ନାମ ହମନେ କିୟା ହୈ' ଗୀତରେ ଏକ ରିଲ କରିଥିଲେ । ପୋଲିସ ବର୍ତ୍ତମାନ ଆଜମଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାପୂର୍ବରୁ ମେ 8 ତାରିଖରେ ଠାକୁରଗଞ୍ଜ ପୋଲିସ ଶାନ୍ତି ଉଲ୍ଲଂଘନ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜାମ ଅନସାରୀଙ୍କୁ ଗିରଫ କରିଥିଲା । ଏଥିସହ ତାଙ୍କ ନାଁରେ ଚାଲାଣ ମଧ୍ୟ କାଟିଥିଲା ।

ସେହି ସମୟରେ, ଅନସାରୀ ଠାକୁରଗଞ୍ଜ ପୁଲି ଷ୍ଟେସନ ଅଧୀନରେ ଥିବା କ୍ଲକ ଟାୱାର ନିକଟରେ ରିଲ ବନାଉଥିଲେ । ସେ ବିନା ଅନୁମତିରେ ସର୍ବସାଧାରଣ ସ୍ଥାନରେ ରିଲ୍‌ ବନାଉଥିବାରୁ ପ୍ରବଳ ଭିଡ଼ ହୋଇଥିଲା । ଏପରି କି ଶାନ୍ତି ଭଙ୍ଗ ମଧ୍ୟ ହୋଇଥିଲା । ଏହି କାରଣରୁ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା । ଏଥିସହ ଏହି ଡୁପ୍ଲିକେଟ ସଲମାନ ଖାନଙ୍କ ନାଁରେ ଧାରା ୧୫୧ ଅନୁଯାୟୀ ପୋଲିସ୍‌ ଚାଲାଣ ମଧ୍ୟ କାଟିଥିଲା । କିନ୍ତୁ ପରେ ତାଙ୍କୁ ଜାମିନ ମିଳିଥିଲା ।

ଉଲ୍ଲେଖନୀୟ ଯେ, ଆଜମ ଅନସାରୀ ପୁରୁଣା ଲକ୍ଷ୍ନୌର ବାସିନ୍ଦା । ସଲମାନ ଖାନଙ୍କର ଜଣେ ପ୍ରଶଂସକ ହୋଇ ସେ ତାଙ୍କ ପରି ପୋଷାକ ଏବଂ ବ୍ରେସଲେଟ୍ ପିନ୍ଧନ୍ତି । ସଲମାନଙ୍କ ସମସ୍ତ ଷ୍ଟାଇଲକୁ କପି କରନ୍ତି । ସଲମାନଙ୍କ ଗୀତରେ ବିଭିନ୍ନ ପ୍ରକାରର ରିଲ୍‌ ତିଆରି କରି ସୋଶାଲ ମିଡିଆରେ ପୋଷ୍ଟ କରନ୍ତି । ଅନସାରୀ ଅନେକ ସମୟରେ ରାସ୍ତା ମଝିରେ ରିଲ୍‌ ବନାଇ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରନ୍ତି । ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ଓ ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା ଭଳି ରିଲ ବି ପ୍ରସ୍ତୁତ କରନ୍ତି । ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି ।

87.6 ରୁ ଅଧିକ ୟୁଜର୍ସ ଇନଷ୍ଟାଗ୍ରାମରେ ଆଜମ ଅଲି ଅନସାରୀଙ୍କୁ ଫଲୋ କରନ୍ତି । ଏଠାରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳେ, ଯେଉଁଥିରେ ସେ ସଲମାନ ଗୀତରେ ନାଚିଛନ୍ତି । ଆଜମଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓକୁ ଲକ୍ଷାଧିକ ଲୋକ ପସନ୍ଦ କରନ୍ତି ।

ABOUT THE AUTHOR

...view details