ଓଡିଶା

odisha

ETV Bharat / entertainment

ଖାନଙ୍କ ଘର ବାହାରେ ପ୍ରବଳ ଭିଡ, ଫଟୋ ଦେଖିଲେ ହୋଇଯିବେ ତାଜୁବ

ପ୍ରତିବର୍ଷ ଇଦ୍ ଦିନ ଶାହାରୁଖ ଏବଂ ସଲମାନ ଖାନଙ୍କ ଘର ବାହାରେ ଏମିତି ବିରାଟ ଜନସମାଗମ ହୋଇଥାଏ। ବର୍ତ୍ତମାନ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଧିକ ପଢନ୍ତୁ

By

Published : May 4, 2022, 12:22 PM IST

ଖାନଙ୍କ ଘର ବାହାରେ ବିରାଟ ଜନସମାଗମ
ଖାନଙ୍କ ଘର ବାହାରେ ବିରାଟ ଜନସମାଗମ

ମୁମ୍ବାଇ:ସରିଛି ପବିତ୍ର ଇଦ୍ ପର୍ବ । ସାରା ଦେଶରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନେ ଇଦ୍ ପାଳନ କରିଥିବା ବେଳେ ବଲିଉଡ୍‌ର କିଙ୍ଗ ଖାନ ଶାହରୁଖ ଏବଂ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ବାସଭବନ ଆଗରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଇଦ୍‌ରେ ଶାହାରୁଖ ଏବଂ ସଲମାନଙ୍କର ଟିକେ ଝଲକ ପାଇବା ପାଇଁ ବ୍ୟାକୁଳ ହୋଇଯାଇଥିଲେ ଫ୍ୟାନ୍ । ପ୍ରତିବର୍ଷ ଇଦ୍ ଦିନ ଶାହାରୁଖ ଏବଂ ସଲମାନ ଖାନଙ୍କ ଘର ବାହାରେ ଏମିତି ବିରାଟ ଜନସମାଗମ ହୋଇଥାଏ । ବର୍ତ୍ତମାନ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗତକାଲି ସନ୍ଧ୍ୟାରେ ଶାହାରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ଘର ‘ମନ୍ନତ’ରୁ ଇଦ୍ ମୁବାରକ ଜଣାଇଥିଲେ । ଫଟୋରେ ଦେଖିବାକୁ ମିଳିଛି ଯେ ସବୁଥର ଭଳି ଶାହାରୁଖ ତାଙ୍କ ଘରର ବାଲକୋନୀକୁ ଆସିଥିଲେ ଓ ପ୍ରଶଂସକମାନଙ୍କୁ ଇଦ ମୁବାରକ ଜଣାଇଥିଲେ । ସେ ହାତ ହଲାଇ ଓ ଫ୍ଲାଇଂ କିସ୍ ଦେଇ ଅଭିବାଦନ କରିଥିଲେ । ଶାହାରୁଖ ମଧ୍ୟ ସମସ୍ତଙ୍କ ସହ ସେଲଫି କ୍ଲିକ୍ କରି ପ୍ରଶଂସକମାନଙ୍କୁ ଖୁସି କରାଇ ଦେଇଥିଲେ । କିଙ୍ଗ ଖାନଙ୍କ ଆଇକନ ପୋଜ୍ ଦେଖି ପ୍ରଶଂସକ ବି ଖୁସି ହୋଇଯାଇଥିଲେ । ଏହି ସମୟର ଏକ ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏବଂ ଫେସବୁକ୍‌ରେ ସେୟାର କରିଛନ୍ତି ।

କେବଳ ଶାହରୁଖ ଖାନ ନୁହେଁ ସଲମାନଙ୍କ ଘର ଆଗରେ ବି ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସଲମାନ ମଧ୍ୟ ବାଲକୋନିକୁ ଆସି ଦର୍ଶକୁ ହାତ ହଲାଇ ହାଏ କହିବା ସହିତ ଦବଙ୍ଗ ଷ୍ଟାଇଲ୍‌ରେ ସାଲ୍ୟୁଟ୍ କରିଥିଲେ । ଦର୍ଶକୁ ହାତ ଯୋଡ଼ି ସମ୍ମାନ ଜଣାଇବା ପରେ ଘର ଭିତରକୁ ଚାଲିଯାଇଥିଲେ । ବର୍ତ୍ତମାନ କେବଳ ଉଭୟଙ୍କ ଆଗାମୀ ଚଳଚ୍ଚିତ୍ରକୁ ଅପେକ୍ଷା । ଗୋଟିଏ ପଟେ କିଙ୍ଗ ଖାନ ପଠାନ ସହିତ ପରଦାକୁ ଫେରୁଛନ୍ତି। ଏଥିସହିତ ସଲମାନ ଖାନ କାଟ୍ରିନା କୈଫଙ୍କ ସହ ବଜରଙ୍ଗୀ ଭାଇଜନରେ ଧୁମ ମଚାଉଥିବା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details