ହାଇଦ୍ରାବାଦ: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର' ଆଜି ବିଶ୍ବ ଥିଏଟରରେ ରିଲିଜ କରିଛି । ଆଦିପୁରୁଷ ଫ୍ଲପ ପରେ 'ସାଲାର' ସହ ଦମଦାର କମବ୍ୟାକ କରିଛନ୍ତି ପ୍ରଭାସ । ଫିଲ୍ମକୁ ନେଇ ପୂର୍ବରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଶେଷରେ ଆଜି ଫିଲ୍ମ ମୁକ୍ତିଲାଭ କରିଛି । ଫିଲ୍ମକୁ ଫ୍ୟାନ ଜୋରଦାର ସେଲିବ୍ରେସନ ସହ ସ୍ବାଗତ କରିଛନ୍ତି । ଯାହାର ଭିଡିଓ ବେଶ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ପ୍ରଭାସ ଜବରଦସ୍ତ କମବ୍ୟାକ କହିବା ସହ ଫିଲ୍ମକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଇଛନ୍ତି ।
'ସାଲାର' ପ୍ରଥମ ଦିନର ପ୍ରଥମ ଶୋ' ଦେଖି ଫିଦା ହୋଇଛନ୍ତି ଫ୍ୟାନ୍ସ । ଯାହାକୁ ଏନେଇ ଏବେ ଏକ୍ସରେ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ୟୁଜର୍ସ ଏହାକୁ ଅଭିନେତାଙ୍କ 'ସବୁଠୁ ବଡ' ପ୍ରତ୍ୟାବର୍ତ୍ତନ ବୋଲି କହିଛନ୍ତି ଏବଂ ଫିଲ୍ମକୁ 'ନିଶ୍ଚୟ ଦେଖିନ୍ତୁ' ବୋଲି ନିବେଦନ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଏହା ଏକ ବ୍ଲକବଷ୍ଟର ଚଳଚ୍ଚିତ୍ର, ପ୍ରଭାସଙ୍କ ଅଭିନୟ ଚମତ୍କାର, ଶୋ' ଏବଂ ନିର୍ଦ୍ଦେଶନା ଶୀର୍ଷରେ ରହିଛି, ମାସ ବ୍ଲକବଷ୍ଟର ଚଳଚ୍ଚିତ୍ର, ରେବେଲ ଫେରି ଆସିଛି । ଫିଲ୍ମ ଏକ ସୁନାମି।
ଅନ୍ୟ ଜଣେ ଲେଖିଛନ୍ତି, "ସିନେମା ସର୍ବଶ୍ରେଷ୍ଠ, ସଚ୍ଚୋଟତାର ସହ ଏହି ଚଳଚ୍ଚିତ୍ରଟି ହେଉଛି ଏକ ଆକ୍ସନ୍ ମାଷ୍ଟରପିସ୍ । ଷ୍ଟାଇଲ, ମାସ ଆକ୍ସନ, ଡାଇଲଗ ଏବଂ ପ୍ରଭାସ ଷ୍ଟାରଙ୍କ ପାୱାର ସହ ଭରପୁର ଏଣ୍ଟରଟେନିଂ ଫିଲ୍ମ ହେଉଛି ସାଲାର । ଯାହା ପ୍ରଶଂସକମାନଙ୍କୁ ଅଧିକ ଦେଖିବା ପାଇଁ ପ୍ରେରଣା ଯୋଗାଇବ । ଆଉ ଜଣେ ଲେଖିଛନ୍ତି, ଏକ ବ୍ଲକବଷ୍ଟର ସିନେମା କିପରି ହେବା ଉଚିତ ତାହାର ଏକ ମୁଖ୍ୟ ଉଦାହରଣ ସାଲାର । ବାହୁବଲୀ ପରେ ଆଜି ପର୍ଯ୍ୟନ୍ତ ପ୍ରଭାସଙ୍କ ଶ୍ରେଷ୍ଠ ଉପସ୍ଥାପନା । ଏହିପରି ଅନେକ ଫ୍ୟାନ ଏହାକୁ ମାଷ୍ଟରପିସ ଏବଂ ବ୍ଲକବ୍ଲାଷ୍ଟର ଏବଂ ଫାୟାର ବୋଲି ଟ୍ୟାଗ ଦେଇଛନ୍ତି ।