ହାଇଦ୍ରାବାଦ:ବକ୍ସ ଅଫିସରେ ଅନେକ ଫିଲ୍ମର ଟକ୍କର ଦେଉଥିବା ନଜର ଆସିଛି । ନିକଟରେ 'ଆନିମଲ' ସହ 'ସାମ ବାହାଦୂର' କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ କିଙ୍ଗ ଖାନଙ୍କ ମଲ୍ଟି ଷ୍ଟାରର୍ ଫିଲ୍ମ 'ଡଙ୍କି' ସହ ପ୍ରଭାସଙ୍କ ଫିଲ୍ମ 'ସାଲାର'ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ । 'ଡଙ୍କି' ଡିସେମ୍ବର ୨୧ରେ ରିଲିଜ୍ ହେବାକୁ ଥିବା ବେଳେ 'ସାଲାର' ଡିସେମ୍ବର ୨୨ରେ ପରଦାକୁ ଆସିବ । ଉଭୟ ଫିଲ୍ମ ପାଇଁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଆଡବାନ୍ସ ବୁକିଂ ଆରମ୍ଭ ହୋଇଛି । ତେବେ ଆଡଭାନ୍ସ ଟିକେଟ୍ ବିକ୍ରୟରୁ ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ଯେ 'ସାଲାର' ତୁଳନାରେ 'ଡଙ୍କି' ଆଗରେ ରହିଛି ।
'ସାଲାର' ଏବଂ 'ଡଙ୍କି' ରିଲିଜ୍ ପାଇଁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଆଡଭାନ୍ସ ବୁକିଂ ଡିସେମ୍ବର ୧୫ରୁ ଆରମ୍ଭ ହୋଇଛି । ସାକନିକଙ୍କ ରିପୋର୍ଟ ଅନୁସାରେ, ବାହୁବଲୀ ତାରକା ପ୍ରଭାସଙ୍କ ଫିଲ୍ମ 'ସାଲାର' ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ପ୍ରାୟ ୮୬,୯୯୬ ବିକ୍ରି କରିଛି । ମାଲାୟଲମ୍ ଭାଷାଭାଷୀ ଅଞ୍ଚଳରେ ୪୩,୨୭୬ରୁ ଅଧିକ ଟିକେଟ୍ ବିକ୍ରି କରିବା ସହ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ୨୦,୨୦୪ରୁ ଅଧିକ ବୁକିଂ କରାଯାଇଛି । ଏହି କ୍ରମରେ ଫିଲ୍ମ ପାଇଁ ମୋଟ ୧୫ଲକ୍ଷ ୯ ହଜାର ୮୯୭ ଟିକେଟ ବିକ୍ରି ହୋଇଛି । ଫଳରେ ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ମୋଟ ୩.୮୬ କୋଟି ଆୟ କରିସାରିଲାଣି ।
ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' କଥା କହିବାକୁ ଗଲେ, ସାକନିକଙ୍କ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଡଙ୍କି ୧୫ ଲକ୍ଷ ୨ଦଜାର ୩୬ ଅଗ୍ରିମ ଟିକେଟ ବିକ୍ରି କରିସାରିଥିବା ବେଳେ ଫିଲ୍ମ ମୋଟ ୪.୭୧ କୋଟି ଆୟ କରିସାରିଲାଣି । ଏହି କ୍ରମରେ ଆଡଭାନ୍ସ ବୁକିଂ କ୍ଷେତ୍ରରେ ପ୍ରଭାସଙ୍କୁ ଫଛରେ ପକାଇଛନ୍ତି ଶାହାରୁଖ ଖାନ୍ । ତେବେ ବକ୍ସ ଅଫିସରେ କିଏ ବାଜି ମାରୁଛି, ତାହା ଉପରେ ସମସ୍ତଙ୍କ ନଜର । କାରଣ ପ୍ରଭାସ ସାଉଥର ଲୋକପ୍ରିୟ ସୁପରଷ୍ଟାର ହୋଇଥିବା ବେଳେ ଶାହାରୁଖ ବଲିଉଡର କିଙ୍ଗ ଖାନ । ଉଭୟ ଷ୍ଟାରଙ୍କ ପାଇଁ ଉଭୟଙ୍କ ଫ୍ୟାନ୍ସଙ୍କ ଜବରଦସ୍ତ କ୍ରେଜ ରହିଛି । ତେବ ବକ୍ସ ଅଫିସରେ କିଏ ଜଲୱା ଦାଖାଇପାରୁଛି ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡିବ ।