ଓଡିଶା

odisha

ଡିସେମ୍ବରରେ ଧମାକା: କାଲି ଆସୁଛି ସାଲାର ଟ୍ରେଲର, ଏହି ଦିନ ଆସିବ ଡଙ୍କି

By ETV Bharat Odisha Team

Published : Nov 30, 2023, 5:05 PM IST

Salaar And Dunki Trailer Date: ବକ୍ସ ଅଫିସରେ ଶାହାରୁଖ ଖାନ ଏବଂ ପ୍ରଭାସଙ୍କ କଡା ଟକ୍କର ହେବାକୁ ଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ସାମ୍ନାକୁ ଆସିଛି । ଜାଣନ୍ତୁ, କେଉଁ ଫିଲ୍ମର ଟ୍ରେଲର କେବେ ରିଲିଜ ହେବ?

ଆସନ୍ତାକାଲି ରିଲିଜ ହେବ 'ସାଲାର' ଟ୍ରେଲର, ଏହି ଦିନ ଆସିବ 'ଡଙ୍କି' ଟ୍ରେଲର
ଆସନ୍ତାକାଲି ରିଲିଜ ହେବ 'ସାଲାର' ଟ୍ରେଲର, ଏହି ଦିନ ଆସିବ 'ଡଙ୍କି' ଟ୍ରେଲର

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର ପାର୍ଟ -1' ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆଜି ସାଲାର ଟ୍ରେଲରର ରିଲିଜ୍ ତାରିଖ ପ୍ରକାଶ ପାଇଛି । ହମ୍ବଲ୍ ଫିଲ୍ମସ୍ ନିର୍ମାତା ଆଜି 30 ନଭେମ୍ବରରେ ସୋସିଆଲ ମିଡିଆରେ ଏକ ସୁଟିଂ ସେଟରେ ଏକ ଫଟୋ ସେୟାର କରି ସାଲାରର ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଡିସେମ୍ବର ୧ ଅର୍ଥାତ୍ ଆସନ୍ତାକାଲି ରିଲିଜ ହେବ ଫିଲ୍ମର ଟ୍ରେଲର ।

ହମ୍ବଲ୍ ଫିଲ୍ମସ୍ ନିଜ ଇନଷ୍ଟାଗ୍ରାମରେ ସୁଟିଂ ସେଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସାଲାର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏବଂ ମୁଖ୍ୟ ଅଭିନେତା ପ୍ରଭାସ ନଜର ଆସିଛନ୍ତି । ଏହା ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, ସାଲାର ପାର୍ଟ -1ର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ୧ ଡିସେମ୍ବର ସନ୍ଧ୍ୟା 7ଟା 19ରେ ମୁକ୍ତିଲାଭ କରିବ । ଏହି ଫଟୋ ସେୟାର କରି ନିର୍ମାତା ଦର୍ଶକଙ୍କୁ ଶ୍ରେଷ୍ଠ କ୍ୟାପସନ୍ ଦେବାକୁ ମଧ୍ୟ ଅଫର୍ ଦେଇଛନ୍ତି । ଏହା ମଧ୍ୟ ଘୋଷଣା କରାଯାଇଛି ଯେ ଯେଉଁ 5 ଜଣଙ୍କ କ୍ୟାପସନ୍ ଶ୍ରେଷ୍ଠ ହେବ ସେମାନେ ପ୍ରଥମ ଦିନର ପ୍ରଥମ ଶୋ' ଦେଖିବାର ସୁଯୋଗ ପାଇବେ ।

ସେପଟେ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି କଥା କହିବାକୁ ଗଲେ, ଡଙ୍କିର ଟ୍ରେଲର ଡିସେମ୍ବର ୭ରେ ରିଲିଜ ହେବ । ଏନେଇ ନିର୍ମାତା କିନ୍ତୁ ତାରିଖ ପ୍ରକାଶ କରିନାହାନ୍ତି । କିନ୍ତୁ ଖୁବଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ ହେବ । ସୂଚନା ଥାଉ କି, ପ୍ରଭାସଙ୍କ ଫିଲ୍ମ ସାଲାର ଏବଂ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ଡିସେମ୍ବର ୨୨ରେ ଏକାସାଙ୍ଗେ ରିଲିଜ ହେବ । ଉଭୟ ଇଣ୍ଡଷ୍ଟ୍ରିରେ ସୁପରଷ୍ଟାର ହୋଇଥିବା ବେଳେ 2023 ମସିହାରେ ବକ୍ସ ଅଫିସରେ ସାଲାର ଏବଂ ଡଙ୍କି ସବୁଠାରୁ ବଡ ଟକ୍କର ବୋଲି ବିବେଚନା କରାଯାଏ । ଏବେ ଦେଖିବାକୁ ବାକି ରହିଲା ବକ୍ସ ଅଫିସରେ କିଏ ବାଜି ମାରିବ?

ସାଲାର ତେଲୁଗୁ, କନ୍ନଡ, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହେବ । ଏହା ଏକ ମେଗା-ଆକ୍ସନ ଫିଲ୍ମ ହୋଇଥିବାବେଳେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

ଏହା ମଧ୍ୟ ପଢନ୍ତୁ:ଆମେରିକାରେ ସାଲାର କ୍ରେଜ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବୁକିଂ

ଡଙ୍କି ବିଷୟରେ କହିବାକୁ ଗଲେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଶାହରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ABOUT THE AUTHOR

...view details