ହାଇଦ୍ରାବାଦ:ଆଦିପୁରୁଷ ଫ୍ଲପ୍ ହେବା ପରେ ବର୍ତ୍ତମାନ ପ୍ରଭାସ 'ସାଲାର ଭାଗ 1: ସିଜ୍ ଫାୟାର' ସହ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମ ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ହୋଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ପ୍ରଥମ ଗୀତ 'ସୂରଜ ହି ଛାଓ ବନକେ' ରିଲିଜ୍ କରିଛନ୍ତି । ସୋସଇାଲ ମିଡିଆରେ ଏହି ଗୀତ ସେୟାର ହେବା ମାତ୍ରେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ।
ନିକଟରେ ସାଲାରର ଟ୍ରେଲର ରିଲିଜ ହୋଇଥିଲା । ଯାହା ସର୍ବାଧିକ ଭିୟୁ ହୋଇଥିବା ଫିଲ୍ମ ମଧ୍ୟରେ ଗୋଟିଏ ହୋଇ ସଫଳତା ହାସଲ କରିଥିଲା । ଏଥିରୁ ଜଣାପଡୁଥିଲା ଯେ, ଫିଲ୍ମକୁ ନେଇ ଦର୍ଶକ କେତେ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ 'ସୂରଜ ହି ଛାଓ ବନକେ' ରିଲିଜ ହୋଇଛି । ହୋମ୍ବଲ ଫିଲ୍ମସ ଏହାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅଡିଓ ଭର୍ସନରେ ଫିଲ୍ମର ଏହି ଗୀତକୁ ରିଲିଜ୍ କରିଛି । ଏହି ଗୀତରେ ଫିଲ୍ମର ଷ୍ଟାର କାଷ୍ଟ ପ୍ରଭାସ ଏବଂ ପୃଥ୍ବୀରାଜଙ୍କ କିଛି ଝଲକ ମଧ୍ୟ ଦେଖିବାକୁ ମିଳିଛି । ଉଭୟଙ୍କ ବନ୍ଧୁତ୍ୱର କାହାଣୀ ଏବଂ ସେମାନଙ୍କ ଭାବନାକୁ ଏହା ଗୀତ ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ଏହି ଗୀତରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଏହି ଚଳଚ୍ଚିତ୍ରଟି କେବଳ ଏକ ଆକ୍ସନ୍ ଡ୍ରାମା ହେବ ନାହିଁ, ବରଂ ଦୁଇଜଣ ଭଲ ବନ୍ଧୁଙ୍କ ଭାବପ୍ରବଣ କାହାଣୀ ଉପରେ ଆଧାରିତ ହେବ ।