ହାଇଦ୍ରାବାଦ:ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟାଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି 'ସାଲାର' । ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ରିଲିଜ ତାରିଖ ଯେତିକି ପାଖେଇ ଆସୁଛି ସେତିକି ବଢ଼ି ବଢ଼ି ଚାଲିଛି ଫିଲ୍ମର କ୍ରେଜ । ଏହାରି ଭିତରେ ମୁମ୍ବାଇରେ ଦେଖିବାକୁ ମିଳିଛି ପ୍ରଭାସଙ୍କ ୧୨୦ ଫୁଟ୍ର କଟ୍ ଆଉଟ୍ ।
ତେବେ ପ୍ରଭାସଙ୍କ ପାଇଁ ଏହି କଟ୍ଆଉଟ୍ କିଛି ନୂଆ କଥା ନୁହେଁ । କାରଣ ପୂର୍ବରୁ ମଧ୍ୟ ତାଙ୍କର ୪୪ତମ ଜନ୍ମଦିନ ଅବସରରେ କଟଆଉଟ୍ ପ୍ରସ୍ତୁତ କରି ସେଲିବ୍ରେସନ କରିଥିଲେ ଫ୍ୟାନ୍ସ । ସାଉଥରେ ଅଭିନେତା ପ୍ରଭାସଙ୍କ ଜନ୍ମଦିନର ଭିନ୍ନ କ୍ରେଜ ଦେଖିବାକୁ ମିଳିଥିଲା । ପ୍ରଭାସଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସେମାନଙ୍କର ପ୍ରିୟ ତାରକାଙ୍କ କଟ୍ଆଉଟ୍ ପ୍ରସ୍ତୁତ କରି କେକ କାଟି ହୋର୍ଡିଂରେ ଫୁଲମାଳା ଚଢ଼ାଇ ଧୁମଧାମରେ ସେଲିବ୍ରେସନ କରିଥିଲେ । ସେଲିବ୍ରେସନର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା ।
ତେବେ ହୋମ୍ବଲେ ଫିଲ୍ମସ 'ସାଲାର ପାର୍ଟ-୧'ର ପ୍ରଯୋଜନା କରିଥିବା ବେଳେ ପ୍ରଯୋଜନା ସଂସ୍ଥା ଏନେଇ ଖୁଲାସା କରିଥିଲେ । ଫିଲ୍ମର ସୁଟିଂ ରାମୋଜୀ ଫିଲ୍ମ ସିଟିରେ କରାଯାଇଥିବା କହିଥିଲେ ସିନେମାଟୋଗ୍ରାଫର । ତେବେ ସାଲାରର ବଜେଟ୍ KGF ଠାରୁ ମଧ୍ୟ ବହୁ ମାତ୍ରାରେ ଅଧିକ ବୋଲି କୁହାଯାଇଥିଲା ।