ହାଇଦ୍ରାବାଦ: ପ୍ରଭାସଙ୍କ ଫିଲ୍ମ ସାଲାର ଦିନକୁ ଦିନ ଭଲ ପ୍ରଦର୍ଶନ କରୁଛି । ଫିଲ୍ମ ରିଲିଜକୁ ୭ ଦିନ ବିତିସାରିଲାଣି ତଥାପି ଥିଏଟରରେ କମୁନି ଦର୍ଶକଙ୍କ ଭିଡ଼ । କେବଳ ଭାରତରେ ନୁହେଁ ଫିଲ୍ମକୁ ନେଇ ବିଶ୍ବରେ କ୍ରେଜ ବଢିବାରେ ଲାଗିଛି । ବର୍ତ୍ତମାନ ଫିଲ୍ମ ଭାରତରେ ୩୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ବିଶ୍ବରେ ୫୦୦ କୋଟିରୁ ଅଧିକ ଆୟ କରିଛି ।
ସାକନିକଙ୍କ ରିପୋର୍ଟ ଅନୁସାରେ, ସାଲାର ମୋଟ ୫ଟି ଭାଷାରେ ରିଲିଜ କରିଛି । ତେବେ ସମସ୍ତ ଭାଷାରେ ସାଲାର ୯୦ କୋଟି ଟଙ୍କା ସହ ଓପନିଂ କରିଥିଲା । ବର୍ତ୍ତମାନ ଫିଲ୍ମକୁ ସପ୍ତାହେ ହୋଇସାରିଥିଲେ ସୁଦ୍ଧା ତଥାପି ଆୟ କମିବାର ନା ନେଉନି । ରିଲିଜର ୭ମ ଦିନରେ ୧୩.୫୦ କୋଟି ଆୟ କରିଛି । ଫଳରେ ଭାରତରେ 'ସାଲାର'ର ମୋଟ ଆୟ ୩୦୮.୯୦କୁ ବୃଦ୍ଧି ପାଇଛି ।
ସାଲାର ବକ୍ସ ଅଫିସ କଲେକ୍ସନ
- ଡିସେମ୍ବର ୨୨, ପ୍ରଥମ ଦିନ- ୯୦.୭ କୋଟି
- ଡିସେମ୍ବର ୨୩, ଦ୍ବିତୀୟ ଦିନ- ୫୬.୩୫ କୋଟି
- ଡିସେମ୍ବର ୨୪, ତୃତୀୟ ଦିନ- ୬୨.୦୫ କୋଟି
- ଡିସେମ୍ବର ୨୫, ଚତୁର୍ଥ ଦିନ- ୪୬.୩ କୋଟି
- ଡିସେମ୍ବର ୨୬, ପଞ୍ଚମ ଦିନ- ୨୩.୫୦ କୋଟି
- ଡିସେମ୍ବର ୨୭, ଷଷ୍ଠ ଦିନ- ୧୫.୧ କୋଟି
- ଡିସେମ୍ବର ୨୮, ସପ୍ତମ ଦିନ- ୧୩.୫୦ କୋଟି
ତେବେ ଫିଲ୍ମର ମୋଟ କଲେକ୍ସନ ୩୦୮.୯୦ କୋଟି
ସେପଟେ ବିଶ୍ବ ବକ୍ସ ଅଫିସରେ 'ସାଲାର' ୫୦୦ କୋଟି ଆୟ କରିଛି । ଏହି କ୍ରମରେ ଏହି ଫିଲ୍ମ ୫୦୦କୋଟି କ୍ଲବରେ ସାମିଲ ହୋଇଥିବା ୩ ସାଉଥ ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରିଛି । ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ୬୫୦ କୋଟି ଆୟ କରିଥିବା ବେଳେ ତାଙ୍କ ଅଭିନୀତ '୨.୦' ଫିଲ୍ମ ୮୦୦ କୋଟି ଆୟ କରିଥିଲା । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ପ୍ରଶାନ୍ତ ନୀଲ କେଜିଏଫ, କେଜିଏଫ ୨ ଭଳି ଦମଦାର ଫିଲ୍ମର ନିର୍ଦ୍ଦେଶନା ଦେଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସେ ସାଲାର ସହ ପ୍ରଥମ ଥର ପାଇଁ ପ୍ରଭାସଙ୍କ ସହିତ କାମ କରିଛନ୍ତି । ଯାହା ଲୋକଙ୍କୁ ବେଶ ଆକୃଷ୍ଟ କରିଛି ।
ଏହା ମଧ୍ୟ ପଢନ୍ତୁ:୫୦୦ କୋଟି କ୍ଲବରେ ସାଲାର, ୧୫୦ କୋଟି ପାର୍ କଲା ଡଙ୍କି
ଆଦିପୁରୁଷ' ଫ୍ଲପ୍ ହେବା ପରେ ପ୍ରଭାସ ସାଲାର ସହ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି ।