ଓଡିଶା

odisha

'ଜାନେ ଜାନ' ପାଇଁ କରୀନାଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ସୈଫ, କହିଥିଲେ ଏମିତି କଥା...

By ETV Bharat Odisha Team

Published : Sep 6, 2023, 1:32 PM IST

ନିକଟରେ ଫିଲ୍ମ 'ଜାନେ ଜାନ'ର ଟ୍ରେଲର ଲଞ୍ଚ ସମୟରେ କରୀନା କପୁର ଏକ ବଡ଼ ଖୁଲାସା କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ଏହି ଚଳଚ୍ଚିତ୍ର କରିବା ପୂର୍ବରୁ ସୈଫ ତାଙ୍କୁ ଚେତାବନୀ ଦେଇଥିଲେ । ଜାଣନ୍ତୁ ଏହି ଚେତାବନୀ କ’ଣ ଏବଂ କାହିଁକି ତାଙ୍କ ବୟାନ ଏତେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଜାନେ ଜାନ
ଜାନେ ଜାନ

ହାଇଦ୍ରାବାଦ: କରୀନା କପୁର ଫିଲ୍ମ 'ଜାନେ ଜାନ' ମାଧ୍ୟମରେ OTT ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି । ସେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ନିକଟରେ ସେ ଏ ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ଏ ବାବଦରେ ଅଭିନେତ୍ରୀ କହିଛନ୍ତି ଯେ, ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ନର୍ଭସ ଅଛନ୍ତି, ଯେତିକି ନର୍ଭସ 23 ବର୍ଷ ପୂର୍ବେ ଡେବ୍ୟୁ ଫିଲ୍ମ କରୁଥିବା ସମୟରେ ଥିଲେ । ଉଲ୍ଲେଖନୀୟ ଯେ, କରୀନା ଫିଲ୍ମ 'ରିଫ୍ୟୁଜୀ' (2000) ସହିତ ବଲିଉଡରେ ଡେବ୍ୟୁ କରିଥିଲେ । କେବଳ ଏତିକି ନୁହେଁ, ବେବୋଙ୍କ OTT ଡେବ୍ୟୁ ପ୍ରୋଜେକ୍ଟ ସମୟରେ ତାଙ୍କ ସ୍ୱାମୀ ସୈଫ ମଧ୍ୟ ତାଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ।

କରୀନା କହିଛନ୍ତି, 'ମୁଁ ବହୁତ ନର୍ଭସ ଅଛି, କାରଣ ଲୋକମାନେ ମୋତେ ନିଜ ପରଦାରେ ଅତି ନିକଟରୁ ଦେଖିବାକୁ ଯାଉଛନ୍ତି । ସମସ୍ତେ OTT ରେ ଭଲ କାମ କରୁଛନ୍ତି, ତେଣୁ ମୁଁ ମଧ୍ୟ କାହା ଠାରୁ ପଛରେ ରହିବାକୁ ଚାହୁଁନଥିଲି । କରୀନା ଆହୁରି କହିଛନ୍ତି ଯେ, ସେ ଏବଂ 'ଜାନେ ଜାନ' ନିର୍ଦ୍ଦେଶକ ସୁଜୟ ଘୋଷ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏକାଠି କାମ କରିବାକୁ ଚାହୁଁଥିଲେ । ବର୍ତ୍ତମାନ ଏହି ଇଚ୍ଛା ପୂରଣ ହେଉଥିବାରୁ ଉଭୟ ବହୁତ ଖୁସି ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jaane Jaan: କରୀନା କପୁର ଓଟିଟି ଡେବ୍ୟୁ ସିରିଜର ଟ୍ରେଲର ରିଲିଜ

ଏହି ଚଳଚ୍ଚିତ୍ରରେ କରୀନାଙ୍କ ସହ ଜୟଦୀପ ଅହଲାବତ ଏବଂ ବିଜୟ ବର୍ମା ମଧ୍ୟ ନଜର ଆସିବେ । ଏ ବାବଦରେ କରୀନା କପୁର କୁହନ୍ତି, 'ମୁଁ ଏହି ଚଳଚ୍ଚିତ୍ର ସମୟରେ ମୋର ସହ-ତାରକା ଜୟଦୀପ ଅହଲାବତ ଏବଂ ବିଜୟ ବର୍ମାଙ୍କଠାରୁ ବହୁତ କିଛି ଶିଖିଲି'। କରୀନା କହିଛନ୍ତି, 'ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ମୋତେ ସୈଫ ଅଲି ଖାନ ମଧ୍ୟ କଠୋର ନିର୍ଦ୍ଦେଶ ଦେଇଥିଲେ କି, ମୋତେ ଏହାକୁ ହାଲୁକା ଭାବେ ନେବା ଉଚିତ୍‌ ନୁହେଁ ।

ସୈଫ କରୀନାଙ୍କୁ ଆହୁରି କହିଥିଲେ, 'ତୁମେ ଜୟଦୀପ ଅହଲାବତ ଏବଂ ବିଜୟ ବର୍ମାଙ୍କ ସହ କାମ କରୁଛ । ତୁମକୁ ଭଲ ଭାବେ ପ୍ରସ୍ତୁତ ହେବାକୁ ପଡିବ । ତୁମେ ତୁମର ଭ୍ୟାନିଟି ଭ୍ୟାନ୍‌ରେ ଯାଇ ପ୍ରସ୍ତୁତ ହେବ, ମେକ୍‌ଅପ୍‌ ହେବ, ସେଟ୍‌କୁ ଯିବ, ସେଠାରେ ସଂଳାପ ଦେଖିବ... କେବଳ ଏହା ତୁମ ପାଇଁ ଯଥେଷ୍ଟ ନୁହେଁ । ତୁମକୁ ତୁମର ଆଟିଟ୍ୟୁଡ ଛାଡିବାକୁ ପଡିବ । ଏହା କୌଣସି ପିକନିକ୍ ନୁହେଁ । ଏଥିପାଇଁ ସତର୍କ ରୁହ।’’

ଏହା ମଧ୍ୟ ପଢନ୍ତୁ: Jaane Jaan Trailer: କରୀନାଙ୍କ ନୂଆ ପୋଷ୍ଟର ଜାରି, ଏହି ଦିନ ରିଲିଜ ହେବ ଟ୍ରେଲର

ସୈଫ କରୀନାଙ୍କୁ କହିଥିଲେ ଯେ 'ସେ ଭଲ, ତୁମକୁ ମଧ୍ୟ ଡାଉନ୍‌ ଟୁ ଆର୍ଥ ରହିବାକୁ ପଡିବ ।' କରୀନା କହିଛନ୍ତି, ‘‘ସୈଫଙ୍କ ଏହି ପରାମର୍ଶ ପରେ ମୁଁ ଜୟଦୀପ ଏବଂ ବିଜୟଙ୍କୁ କ୍ରମାଗତ ଭାବରେ ଦେଖୁଥିଲି। ଏକ ଷ୍ଟାରଙ୍କୁ ଅନ୍ୟ ଷ୍ଟାରଙ୍କୁ ଦେଖିଲେ ବିପଦ ଅନୁଭବ ହେବା ଉଚିତ୍, ଏହା ଆପଣଙ୍କୁ ଆଗକୁ ନେବ ।’’ ଆସନ୍ତୁ ଆପଣଙ୍କୁ କହିବା ଯେ ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ 'ଜାନେ ଜାନ' ସେପ୍ଟେମ୍ବର 21ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।

ABOUT THE AUTHOR

...view details