ମୁମ୍ବାଇ:ଏମଏସ ଧୋନୀଙ୍କ ପରେ ବର୍ତ୍ତମାନ ମୁଥିଆ ମୁରଲୀଧରନଙ୍କ ବାୟୋପିକ୍ ଫିଲ୍ମ ଆସିବାକୁ ଯାଉଛି । ମୁଥିୟା ମୁରଲୀଧରନଙ୍କ ବାୟୋପିକ ଉପରେ ପ୍ରସ୍ତୁତ ଫିଲ୍ମ '800'। ଗତକାଲି '800' ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଥିୟା ମୁରଲୀଥାରନ୍ ମଧ୍ୟ ଉପସ୍ଥିତ ଥିଲେ ।
'800'ର ଟ୍ରେଲରରେ କ’ଣ ଅଛି ? ଟ୍ରେଲରରେ ମୁଥିୟା ମୁରଲୀଧରନଙ୍କ ଜୀବନ କାହାଣୀ ଦର୍ଶାଯାଇଛି । 3 ମିନିଟ 7 ସେକେଣ୍ଡର ଟ୍ରେଲର 1970ଦଶକରେ ଶ୍ରୀଲଙ୍କାରେ ଘଟିଥିବା ଘଟଣାଗୁଡ଼ିକର ଫ୍ଲାସବ୍ୟାକ୍ ସହ ଏହା ଆରମ୍ଭ ହୋଇଛି । ଏଥିରେ ଯେତେବେଳେ ଅଳ୍ପସଂଖ୍ୟକ ତାମିଲମାନଙ୍କୁ ଟାର୍ଗେଟ କରାଯାଇଥିଲା, ସେହି ସମୟରେ ହୋଇଥିବା ବିରୋଧକୁ ଦର୍ଶାଯାଇଛି । ପରେ ହ୍ବାଇଟ୍ କ୍ରିକେଟ୍ ଜର୍ସି ପିନ୍ଧିଥିବା ଜଣେ ଯୁବକ ମଧ୍ୟ ସଶସ୍ତ୍ର ସେନାଙ୍କ ଯବାନଙ୍କ ଆଗରେ ଆଣ୍ଠୁମାଡି ବସିଥିବାର ନଜର ଆସିଛନ୍ତି । ଏକ ସ୍ବରରୁ ଶୁଣିବାକୁ ମିଳୁଛି, 'ପ୍ରବାସୀ ଶ୍ରମିକଙ୍କ ଗୋଷ୍ଠୀରୁ ଏହିଭଳି ଜଣେ ବ୍ୟକ୍ତି ନାଗରିକ ମାନ୍ୟତା ପାଇବା କଷ୍ଟସାଧ୍ୟ । ଆଜି ସେ ଏପରି ସ୍ଥାନରେ ପହଞ୍ଚିଛନ୍ତି ଯାହାଙ୍କ ପାଇଁ ପୁରା ଦେଶ ଗର୍ବିତ । ପରେ ସେ ବିବାଦର ମଧ୍ୟ ଶିକାର ହୁଅନ୍ତି । ତାଙ୍କ କାହାଣୀକୁ ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି ।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, ସଚିନ ତେନ୍ଦୁଲକର ମୁଥିୟା ମୁରଲୀଧରନଙ୍କ ବାୟୋପିକ '800'ର ଟ୍ରେଲର ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଅକ୍ଟୋବର 6 ରେ ମୁକ୍ତିଲାଭ କରିବ । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିଆ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଥାଉ କି, ମୁଥିଆ ମୁରଲୀଧରନ୍ ତାଙ୍କ କ୍ୟାରିୟରରେ 800 ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଛନ୍ତି । ଏହି କାରଣରୁ ଫିଲ୍ମର ନାମ 800 ଭାବରେ ରଖାଯାଇଛି । ତାମିଲ ଚଳଚ୍ଚିତ୍ର ହିନ୍ଦୀ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।