ଓଡିଶା

odisha

By

Published : May 12, 2022, 6:25 PM IST

ETV Bharat / entertainment

RRR OTT Release Date: ମଇ 20 ତାରିଖରେ ରିଲିଜ ହେବ ଆର୍‌ଆର୍‌ଆର୍‌

RRR ଡିଜିଟାଲ୍ ରୂପରେ Zee 5 ରେ ରିଲିଜ୍ ହେବାକୁ ପୁରାପୁରି ପ୍ରସ୍ତୁତ ଅଛି । ଏହି ଫିଲ୍ମଟି ମେ 20 ତାରିଖରେ OTT ଡେବ୍ୟୁ କରିବ । ଅଧିକ ପଢନ୍ତୁ

ମଇ 20 ତାରିଖରେ ରିଲିଜ ହେବ ଆର୍‌ଆର୍‌ଆର୍‌
ମଇ 20 ତାରିଖରେ ରିଲିଜ ହେବ ଆର୍‌ଆର୍‌ଆର୍‌

ହାଇଦ୍ରାବାଦ: ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'RRR' ଖୁବ୍ ଶୀଘ୍ର OTT କୁ ଧମାଲ ମଚାଇବାକୁ ଯାଉଛି । ଯେଉଁମାନେ କୌଣସି କାରଣରୁ ଏହି ଫିଲ୍ମକୁ ବଡ ପରଦାରେ ଦେଖିପାରି ନାହାଁନ୍ତି କିମ୍ବା ଫିଲ୍ମରେ ରାମ ଚରଣ ଏବଂ Jr NTR ଯୋଡିର ଚରିତ୍ରକୁ ପୁଣି ଥରେ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସୁଛି । ଆମେ ଆପଣଙ୍କୁ କହିରଖୁଛୁ ଯେ, 25 ମାର୍ଚ୍ଚରେ ରିଲିଜ ହୋଇଥିବା ତେଲୁଗୁ ପିରିୟଡ ଡ୍ରାମା 'RRR' ଅନେକ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିଲା ​।

ପୁରା ବିଶ୍ବରେ RRR ପାଖାପାଖି 1,127 କୋଟି ଟଙ୍କା କଲେକ୍ସନ ସହିତ ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ଅଟେ । ଭାରତରେ ଏହା ଅମିର ଖାନଙ୍କ ଦଙ୍ଗଲକୁ ପରାସ୍ତ କରି ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ପରିଣତ ହୋଇଛି ଏବଂ ଏହାର ମୋଟ କଲେକ୍ସନ 920 କୋଟି ରହିଛି। ତେବେ ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ 300 କୋଟି ଅତିକ୍ରମ କରିବାରେ ବିଫଳ ହୋଇଥିଲା ଏବଂ ଏହା 270 କୋଟି ଟଙ୍କାର ମୋଟ କଲେକ୍ସନ କରିଥିଲା।

HT ରେ ଏକ ରିପୋର୍ଟ ଅନୁଯାୟୀ, RRR ଡିଜିଟାଲ୍ ରୂପରେ Zee 5 ରେ ରିଲିଜ୍ ହେବାକୁ ପୁରାପୁରି ପ୍ରସ୍ତୁତ ଅଛି । ଖବର ଅନୁଯାୟୀ, ଫିଲ୍ମଟି ମେ 20 ତାରିଖରେ OTT ଡେବ୍ୟୁ କରିବ । ଜି 5ର ପ୍ରିମିୟର ଦକ୍ଷିଣ ଭାଷାରେ ହେବ, RRR ର ହିନ୍ଦୀ ସଂସ୍କରଣ ସେହି ଦିନ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ମଇ 20ରେ ମଧ୍ୟ Jr. NTRଙ୍କ ଜନ୍ମଦିନ, ତେଣୁ ନିଶ୍ଚିତ ଭାବରେ ରାଜାମୌଲି ତାଙ୍କୁ ଏହିପରି ଜନ୍ମଦିନ ଉପହାର ଦେବାକୁ ଚାହୁଁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details