ଓଡିଶା

odisha

By ETV Bharat Odisha Team

Published : Jan 18, 2024, 11:43 AM IST

ETV Bharat / entertainment

ଖୁବଶୀଘ୍ର ପରଦାକୁ ଆସୁଛି 'ଗୋଲମାଲ ୫', କନଫର୍ମ କଲେ ରୋହିତ ଶେଟ୍ଟୀ

Rohit Shetty Confirms Golmaal 5: ରୋହିତ ଶେଟ୍ଟୀଙ୍କ ଗୋଲମାଲ ପ୍ରାଞ୍ଚାଇଜର ୫ମ କିସ୍ତି ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ । ନିର୍ମାତା 'ଗୋଲମାଲ ୫'ଫିଲ୍ମ ଆସିବା ନେଇ ଖୁଲାସା କରିଛନ୍ତି । ଏଥିସହ ସେ ଫିଲ୍ମ ରିଲିଜ କେବେ ହେବ ତାହା ମଧ୍ୟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଖୁବଶୀଘ୍ର ପରଦାକୁ ଆସୁଛି 'ଗୋଲମାଲ ୫', କନଫର୍ମ କଲେ ରୋହିତ ଶେଟ୍ଟୀ
ଖୁବଶୀଘ୍ର ପରଦାକୁ ଆସୁଛି 'ଗୋଲମାଲ ୫', କନଫର୍ମ କଲେ ରୋହିତ ଶେଟ୍ଟୀ

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଆଜିକାଲି ନିଜ ଆଗାମୀ ୱେବ ସିରିଜ 'ଇଣ୍ଡିଆନ ପୋଲିସ ଫୋର୍ସ'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ସିରିଜ ସହ ଓଟିଟିରେ ରୋହିତ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିସହ ସେ 'ସିଙ୍ଘମ ଏଗେନ'ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ସେ ଗୋଲମାଲ ପ୍ରାଞ୍ଚାଇଜର ୫ମ କିସ୍ତି ନେଇ ଅପଡେଟ ସେୟାର କରିଛନ୍ତି । ସେ 'ଗୋଲମାଲ ୫' ସହ ପୁଣି ପରଦାକୁ ଫେରିବେ ବୋଲି କହିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରୋହିତ ଶେଟ୍ଟୀ 'ଗୋଲମାଲ ୫' ଆସିବା ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, 'ଗୋଲମାଲ ୫' ନିଶ୍ଚୟ ପ୍ରସ୍ତୁତ ହେବ । ମୋତେ ଏହାକୁ ଟିକେ ଶୀଘ୍ର ପ୍ରସ୍ତୁତ କରିବାର ଅଛି । ମୋତେ ଲାଗୁଛି କି, ଆଗାମୀ ୨ ବର୍ଷ ମଧ୍ୟରେ 'ଗୋଲମାଲ ୫' ପରଦାକୁ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଆହୁରି କହିଛନ୍ତି, ମୋତେ ଲାଗୁଛି ଆଜିର ସମୟରେ ସିନେମାକୁ 'ଅଲ ଦ ବେଷ୍ଟ' ଏବଂ 'ଗୋଲମାଲ' ଭଳି ଫିଲ୍ମ ତୁଳନାରେ ଗ୍ରେଡ ଏବଂ ବଡ ହେବା ଦରକାର । ଯାହା ମୁଁ ସେହି ସମୟରେ ତିଆରି କରିଥିଲି । ବଡର ଅର୍ଥ ଆକ୍ସନ ନୁହେଁ । ମୁଁ ଗୋଲମାଲରେ ଆକ୍ସନ ଯୋଡିପାରିବି ନାହିଁ । କିନ୍ତୁ ମୁଁ ଫିଲ୍ମର ମାପ ବଢାଇପାରେ । ଗୋଲମାଲର ଅନେକ ଫ୍ୟାନ୍ସ ରହିଛନ୍ତି ଏବଂ ମୁଁ ଫ୍ୟାନ୍ସଙ୍କ ପାଇଁ ଏହି ବ୍ରାଣ୍ଡ ବନାଉଛି । ଏଣୁ ଏହା କମେଡି ଫିଲ୍ମ ହେଲେ ବି ବଡ ଏବଂ ଭଲ ହେବା ଦରକାର ।

ରୋହିତ ଶେଟ୍ଟୀଙ୍କ ଆଗାମୀ ୱେବସିରିଜ 'ଇଣ୍ଡିଆନ ପୋଲିସ ଫୋର୍ସ' ବିଷୟରେ କହିବାକୁ ଗଲେ, ଏହି ସିରିଜ ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୧୯ରେ ଆମାଜମ ପ୍ରାଇମ ଭିଡିଓରେ ରିଲିଜ ହେବ । ଏହି ସିରିଜରେ ସିଦ୍ଧାର୍ଥ ମଲହୋତ୍ରା, ବିବେକ ଓବରଏ ଏବଂ ଶିଳ୍ପା ସେଟ୍ଟୀ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଶ୍ବେତା ତିୱାରୀ, ନିକିତିନ ଧୀର, ଋତୁରାଜ ସିଂହ, ମୁକତେଶ ଋଷି ଏବଂ ଲଳିତ ପରିମୁ ପ୍ରମୁଖ ତାରକାଙ୍କୁ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ:ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ଶିଳ୍ପାଙ୍କ ଏଣ୍ଟ୍ରି, ସାମ୍ନାକୁ ଆସିଲା ଜବରଦସ୍ତ ଲୁକ୍‌

ଏଥିସହ ରୋହିତ ଶେଟ୍ଟୀଙ୍କ ଫିଲ୍ମ 'ସିଙ୍ଘମ ଏଗେନ' ମଧ୍ୟ ରହିଛି । ବର୍ତ୍ତମାନ ଫିଲ୍ମର ସୁଟିଂ ଜାରି ରହିଛି । ଏହି ଫିଲ୍ମ ଚଳିତ ବର୍ଷ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଅଜୟ ଦେବଗନ, ରଣଭୀର ସିଂ, ଦୀପିକା ପାଦୁକୋନ, ଟାଇଗର ଶ୍ରଫ, କରୀନା କପୁର ଖାନ, ଅକ୍ଷୟ କୁମାର ପ୍ରମୁଖ ତାରକା ଏଥିରେ ନଜର ଆସିବେ ।

ABOUT THE AUTHOR

...view details