ହାଇଦ୍ରାବାଦ: ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ରୋହିତ ସେଟ୍ଟୀ ନିକଟରେ ପୂର୍ବତନ ଆଇପିଏସ ଅଫିସର ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ଉପରେ ବାୟୋପିକ ଘୋଷଣା କରିଥିଲେ। ପୂର୍ବତନ ପୋଲିସ କମିଶନରଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ରୋହିତ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହିତ ହାତ ମିଳାଇଛନ୍ତି। ବାୟୋପିକ୍ ରାକେଶ ମାରିଆଙ୍କ କୁଶଳୀ କ୍ୟାରିୟରର ଅନୁଭୂତି ଉପରେ ଆଧାରିତ ହେବ ଏବଂ ଖୋଦ୍ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଏହାର ନିର୍ଦ୍ଦେଶନା ଦେବେ ।
ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏହା ଘୋଷଣା କରି କହିଛନ୍ତି, ରାକେଶ ମାରିଆ, ଯିଏ 36 ବର୍ଷ ପର୍ଯ୍ୟନ୍ତ ନିଜ ଆଖି ଆଗରେ ଆତଙ୍କ ଦେଖିଥିଲେ। 1993 ମୁମ୍ବାଇ ସିରିଏଲ ବିସ୍ଫୋରଣ, ଅଣ୍ଡରୱାର୍ଲ୍ଡ ଲିଙ୍କରୁ 26/11/2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ତାଙ୍କର ଅବିଶ୍ୱାସନୀୟ ଯାତ୍ରା ବହୁତ ଲମ୍ବା ଥିଲା। ପ୍ରକୃତ ଜୀବନରେ ଜଣେ ସାହସୀ ମଣିଷ ଏବଂ ନିର୍ଭୀକ ଯାତ୍ରାକୁ ପରଦାରେ ଆଣିଥିବାରୁ ମୁଁ ଗର୍ବିତ ।"