ଓଡିଶା

odisha

ETV Bharat / entertainment

RRKPK Twitter Review: ରିଲିଜ ହେଲା ଫିଲ୍ମ, ରଣଭୀର-ଆଲିଆଙ୍କ ଲଭ କେମେଷ୍ଟ୍ରି ଜିତିଲା ଦର୍ଶକଙ୍କ ମନ

ଆଜି ରିଲିଜ ହୋଇଛି ଆଲିଆ ଏବଂ ରଣଭୀରଙ୍କ ଅଭିନୀତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'। ଫିଲ୍ମର ପ୍ରଥମ ଦିନ ପ୍ରଥମ ଶୋ' ଦେଖିବା ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ନିଜ ରିଭ୍ୟୁ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ରିଲିଜ ହେଲା ଫିଲ୍ମ, ରଣଭୀର ଏବଂ ଆଲିଆଙ୍କ ଲଭକେମେଷ୍ଟ୍ରି ଜିତିଲା ଦର୍ଶକଙ୍କ ମନ
ରିଲିଜ ହେଲା ଫିଲ୍ମ, ରଣଭୀର ଏବଂ ଆଲିଆଙ୍କ ଲଭକେମେଷ୍ଟ୍ରି ଜିତିଲା ଦର୍ଶକଙ୍କ ମନ

By

Published : Jul 28, 2023, 2:04 PM IST

ହାଇଦ୍ରାବାଦ:ବଲିଉଡ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ପାରିବାରିକ ଡ୍ରାମା ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ଆଜି (ଜୁଲାଇ 28) ରିଲିଜ ହୋଇଛି । ଏହି ଫିଲ୍ମରେ ଅନେକ ଭେଟେରାନ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ନଜର ଆସିଛନ୍ତି । ତେବେ ଫିଲ୍ମର ପ୍ରଥମ ଦିନ ପ୍ରଥମ ଶୋ' ଦେଖିବା ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ନିଜ ରିଭ୍ୟୁ ସେୟାର କରିଛନ୍ତି ।

ପ୍ରଶଂସକମାନେ ପୁଣି ଥରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଯୋଡିଙ୍କୁ ପସନ୍ଦ କରୁଛନ୍ତି । ଫିଲ୍ମ ଦେଖୁଥିବା ପ୍ରଶଂସକମାନେ ଏକ ସମୟରେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, ଲାଗୁଛି ଯେ ବଲିଉଡର ଭଲ ଦିନ ଆସୁଛି । ଅନ୍ୟ ଜଣେ ଲେଖିଛନ୍ତି, କରନ ଜୋହରଙ୍କ ଏ ପର୍ଯ୍ୟନ୍ତର ସବୁଠାରୁ ଭଲ ଚଳଚ୍ଚିତ୍ର, ଫିଲ୍ମ ମୋତେ ହସାଇଛି, କରଣ ଜୋହରଙ୍କୁ ଅଭିନନ୍ଦନ।' ଅନ୍ୟ ଜଣେ ଲେଖିଛନ୍ତି, ଫିଲ୍ମ ଦେଖିମଜା ଲାଗିଲା । ଆଉ ଜଣେ ଲେଖିଛନ୍ତି, 'ପୁରୁଣା ବଲିଉଡ ଯୁଗ ଆଧୁନିକ କନସେପ୍ଟ ସହ ଫେରି ଆସିଛି । ସମସ୍ତ ମିଶ୍ରିତ ଭାବନା ନେଇ ଏକ ଦମଦାର ଅନୁଭୂତି ଥିବା ଫିଲ୍ମ ।'

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ କରନ ଜୋହର । 7 ବର୍ଷ ପରେ କରନ ନିର୍ଦ୍ଦେଶନାକୁ ଫେରିଛନ୍ତି । ସେପଟେ ଗଲି ବଏ ପରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଯୋଡି ପୁଣି ସ୍କ୍ରିନ ସେୟାର କରିଛନ୍ତି । ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ସହ ଭେଟେରାନ ଅଭିନେତା ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପୋଷ୍ଟର ଏବଂ ଟ୍ରେଲର ରିଲିଜ ହେବା ଦିନ ଠାରୁ ଫିଲ୍ମକୁ ଉତ୍ସାହିତ ଥିଲେ ଫ୍ୟାନ୍ସ । ତେବେ ଏବେ ଫିଲ୍ମଜ ରିଲିଜ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି ।

ଏହା ମଧ୍ୟ ପଢନ୍ତୁ: ଆଲିଆଙ୍କ ସହ କ୍ୟୁଟ ଫଟୋ ସେୟାର କଲେ ଧର୍ମେନ୍ଦ୍ର, ଫ୍ୟାନ୍ସଙ୍କ କମେଣ୍ଟ ବର୍ଷା

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ରଣଭୀର ସିଂ ଏକ ଜଟ ପଞ୍ଜାବୀ ପରିବାରର ହୋଇଥିବା ବେଳେ ଆଲିଆ ଜଣେ ବଙ୍ଗୀୟ ଝିଅ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଉଭୟ ପରିବାରର ଭିନ୍ନ ରୀତିନୀତି ହେତୁ ସେମାନଙ୍କର ପ୍ରେମ କାହାଣୀ ଏତେ ସହଜ ହେବ ନାହିଁ । ଉଭୟଙ୍କ କିପରି ନିଜ ଲଭଷ୍ଟୋରୀକୁ ସଫଳ କରୁଛନ୍ତି । ତାହା ଫିଲ୍ମରେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details