ଲସ୍ ଆଞ୍ଜେଲସ: ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍ ଗ୍ରନ୍ଥମ୍ (Ryan Grantham)ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରସିଦ୍ଧ ନେଟଫ୍ଲିକ୍ସ ସୋ' ରିଭରଡେଲରେ ଅଭିନୟ କରିଥିବା ୨୪ ବର୍ଷୀୟ ରିଆନ୍ ଗ୍ରନ୍ଥମ୍ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ରିଆନ୍ ଗ୍ରନ୍ଥମ୍ ମାତ୍ର 6 ମାସ ପୂର୍ବରୁ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ମାମଲାରେ ଅଭିନେତାଙ୍କୁ ବର୍ତ୍ତମାନ ଦଣ୍ଡିତ କରାଯାଇଛି ।
ଏହି ଦଣ୍ଡ ଘୋଷଣା କରିବା ବେଳେ କୋର୍ଟ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଅନୁଯାୟୀ, ରିଆନ୍ ଗ୍ରନ୍ଥମ୍ ତାଙ୍କ ଜୀବନରେ ଆଉ ବନ୍ଧୁକ ବ୍ୟବହାର କରିପାରିବେ ନାହିଁ । ଏଥିସହ ତାଙ୍କୁ ଜେଲରେ ରହିବା ପରେ 14 ବର୍ଷ ପର୍ଯ୍ୟନ୍ତ ପାରୋଲରେ ମୁକ୍ତ କରାଯିବ ନାହିଁ । କାନାଡାର ଭାନକୋଭରରେ ଥିବା ବ୍ରିଟିଶ କଲମ୍ବିଆର ସୁପ୍ରିମକୋର୍ଟ ରିଆନ୍ ଗ୍ରନ୍ଥମ୍ଙ୍କୁ ଏହି ମାମଲାରେ ଦଣ୍ଡିତ କରିଛନ୍ତି ।