ହାଇଦ୍ରାବାଦ:ଠକେଇର ଶିକାର ହେଲେ ସୁପରହିଟ୍ ଫିଲ୍ମ 'ଧୁମ୍' ପ୍ରସିଦ୍ଧ ଅଭିନେତ୍ରୀ ରିମି ସେନ୍ । ଏହି ମାମଲାରେ ଅଭିନେତ୍ରୀ ଜଣେ ବ୍ୟବସାୟୀଙ୍କ ବିରୋଧରେ ପାଖାପାଖି ୪ କୋଟି ୧୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀଙ୍କ ଅଭିଯୋଗ ଉପରେ ଖର ପୋଲିସ ଆଇପିସିର ଧାରା 420 ଏବଂ 406 ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ତଲାସି ଜାରି ରଖିଛି ପୁଲିସ।
ଅଭିଯୋଗରେ ଅଭିନେତ୍ରୀ କ’ଣ କହିଛନ୍ତି
ଅଭିନେତ୍ରୀ ତାଙ୍କ ଅଭିଯୋଗରେ ଖର ପୋଲିସକୁ କହିଛନ୍ତି ଯେ, ସେ ତିନି ବର୍ଷ ପୂର୍ବେ ଗୋରେଗାଓଁର ବାସିନ୍ଦା ତଥା ବ୍ୟବସାୟୀ ରୌନକ ଜତିନଙ୍କୁ ଭେଟିଥିଲେ। ଜତିନ୍ ଅଭିନେତ୍ରୀଙ୍କୁ ଏହା କହି ତାଙ୍କ ଜାଲରେ ଫସାଇ ଥିଲେ କି, ସେ ଜଣେ ବ୍ୟବସାୟୀ ଏବଂ ତାଙ୍କର ଗୋଟିଏ ଏଲଇଡି ଲାଇଟର ଏକ କମ୍ପାନୀ ଅଛି ।
ଅଭିନେତ୍ରୀ ତାଙ୍କ ଅଭିଯୋଗରେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ମୋ ଆଗରେ କମ୍ପାନୀରେ 40 ପ୍ରତିଶତ ରିଟର୍ଣ୍ଣ ପାଇଁ ବିନିଯୋଗ କରିବାକୁ ଏକ ପ୍ରସ୍ତାବ ଦେଇଥିଲେ, ମୁଁ ରାଜି ହୋଇଯାଇଥିଲି ଏବଂ ଏଥିପାଇଁ ସେ ଏକ ଚୁକ୍ତିନାମା ପ୍ରସ୍ତୁତ କଲେ, ଯେତେବେଳେ ବିନିଯୋଗ ସମୟ ସୀମା ଶେଷ ହେଲା, ମୁଁ ମୋର ପ୍ରଫିଟ୍ ବା ଲାଭ ତାଙ୍କୁ ମାଗିଥିଲି। ତାପରେ ସେ ମୋ କଲ ରିସିଭ୍ କରିବା ବନ୍ଦ କରିଦେଲେ, ଯେତେବେଳେ ମୁଁ ଛାନଭିନ କରିବା ଆରମ୍ଭ କଲି, ଜଣାପଡିଲା ସେମିତି କୌଣସି କମ୍ପାନୀ ନାହିଁ, ସେତେବେଳେ ମୁଁ ବୁଝିଗଲି ଯେ ମୋ ସହ ଠକେଇ ହୋଇଛି । ଏହାପରେ ସେ ଜତିନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ।’ ଅଭିନେତ୍ରୀଙ୍କ ଅଭିଯୋଗ ଆଧରରେ ଖାର ପୋଲିସ ଆଇପିସିର ଧାରା ଅଧୀନରେ ଅଭିଯୁକ୍ତ ରୌନକ ଜତିନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ ଆଇପିସି ଧାରା ୪୨୦ ଓ ୪୦୬ ଆଧାରରେ ମାମଲା ରୁଜୁ କରିଛି।
ବଲିଉଡ ଠାରୁ ଦୂରେଇ ଯାଇଛନ୍ତି ରିମି
'ଧୁମ୍' ବ୍ୟତୀତ ରିମି ସେନଙ୍କ କାମ ବିଷୟରେ କହିବା ତ, ଅଭିନେତ୍ରୀ 'ଗୋଲମାଲ୍', 'ବାଗବାନ୍', 'ହଙ୍ଗାମା', 'ଦେୱାନ୍ ହୁଏ ପାଗଲ୍', 'କ୍ୟୁ କି' ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଟିଭି ରିଆଲିଟି ସୋ 'ବିଗ୍ ବସ୍'ର ସିଜିନ୍ 9 ରେ ରିମି ପ୍ରତିଯୋଗୀ ଭାବରେ ନଜର ଆସିଥିଲେ । ରିମି ଜଣେ ବଙ୍ଗୀୟ ଅଭିନେତ୍ରୀ ମଧ୍ୟ । ବର୍ତ୍ତମାନ ବଲିଉଡ ଠାରୁ ସେ ଦୂରେଇ ରହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ