ହାଇଦ୍ରାବାଦ:ରବୀନା ଟଣ୍ଡନ ବଲିଉଡର ଜଣେ ସଫଳ ଅଭିନେତ୍ରୀ । ସେ ୯୦ ଦଶକରୁ ଏବେ ସୁଦ୍ଧା ବଲିଉଡରେ ଅନେକ ହିଟ ଫିଲ୍ମ ଦେବା ସହ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି । ବଡ ପରଦା ପରେ ଓଟିଟିରେ ମଧ୍ୟ ଅଭିନେତ୍ରୀ ଧମାକା କରିଛନ୍ତି । ଖୁବଶୀଘ୍ର ରବୀନାଙ୍କ ୱେବସିରିଜ କର୍ମା କଲିଂ ରିଲିଜ ହେବାକୁ ଯାଉଛି । ଏହାର ପ୍ରମୋସନରେ ଅଭିନେତ୍ରୀ ବ୍ୟସ୍ତ ଥିବା ବେଳେ ଏହି ସମୟରେ ସେ ସୁସ୍ମିତା ସେନଙ୍କ ସିରିଜ 'ଆର୍ଯ୍ୟ' ନେଇ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଏହି ସିରିଜ ପାଇଁ ପ୍ରଥମେ ଅଫର କରାଯାଇଥିଲା ।
ରବୀନା କହିଛନ୍ତି ଯେ, ତାଙ୍କୁ ସୁସ୍ମିତା ସେନଙ୍କ ୱେବସିରିଜ ଆର୍ଯ୍ୟ ପାଇଁ ଅଫ ମିଳିଥିଲା । ହେଲେ ସେ ଏହି ସିରିଜରେ କାମ କରିବାକୁ ମନା କରିଦେଇଥିଲେ । ଏହି ସମୟରେ ଅଭିନେତ୍ରୀ ସେ ଏହି ସିରିଜ ପାଇଁ କାହିଁକି ମନା କରିଥିଲେ ତାହାର କାରଣ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ସିରିଜର ସ୍କ୍ରିପ୍ଟ ବହୁତ ଭଲ । କିନ୍ତୁ ମୋତେ ଏମିତି କିଛି କରିବାର ଥିଲା ଯାହା କରିବାରେ ଦର୍ଶକ ମୋତେ କେବେ ଦେଖିନଥିବେ । ଏଥିପାଇଁ ମୁଁ ମୋର ଡିଜିଟାଲ ଡେବ୍ୟୁ ପାଇଁ 'ଆରଣ୍ୟକ'କୁ ବାଛିଥିଲି । ଯାହା ହିଟ ହେବା ସହ ଲୋକପ୍ରିୟତା ହାସଲ କରିଥିଲା ।