ଓଡିଶା

odisha

By

Published : Oct 21, 2022, 1:43 PM IST

ETV Bharat / entertainment

ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ବଲିଉଡ ସେଲିବ୍ରିଟିଙ୍କ ମସ୍ତି, ଫଟୋ ଭାଇରାଲ

ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ରବିନା ଟଣ୍ଡନ୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ମାଧୁରୀ ଦୀକ୍ଷିତ ଏବଂ କାଜଲ ଏକାଠି ବହୁତ ମସ୍ତି କରିଥିଲେ । ଏହାର କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ବଲିଉଡ ସେଲିବ୍ରିଟିଙ୍କ ମସ୍ତି, ଫଟୋ ଭାଇରାଲ
ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ବଲିଉଡ ସେଲିବ୍ରିଟିଙ୍କ ମସ୍ତି, ଫଟୋ ଭାଇରାଲ

ମୁମ୍ବାଇ:ବଲିଉଡର ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା 20 ଅକ୍ଟୋବର ରାତିରେ ସେଲିବ୍ରିଟିଙ୍କ ପାଇଁ ଏକ ଗ୍ରାଣ୍ଡ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ଅନେକ ବଲିଉଡ ତାରକା ଏକାଠି ହୋଇଥିଲେ । ଷ୍ଟାର କିଡ୍ସ ସୁହାନା କପୁର, ଶନୟା କପୁର ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ଏହି ପାର୍ଟିରେ ପହଞ୍ଚିଥିଲେ । ବର୍ତ୍ତମାନ ଏହି ପାର୍ଟିରୁ ଏକ ଭିଡିଓ ଏବଂ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ 90 ଦଶକର ସୁନ୍ଦର ଅଭିନେତ୍ରୀ ରବୀନା ଟଣ୍ଡନ୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ମାଧୁରୀ ଦୀକ୍ଷିତ ଏବଂ କାଜଲ ଏହି ପାର୍ଟିରେ ମସ୍ତି କରୁଥିବା ନଜର ଆସିଛନ୍ତି ।

ଦିୱାଲୀ ପାର୍ଟିରେ ବଲିଉଡ ସେଲିବ୍ରିଟି

ଅଭିନେତ୍ରୀ ରବୀନା ଟଣ୍ଡନ୍ ସୋସିଆଲ ମିଡିଆରେ ଏହାର କିଛି ଝଲକ ସେୟାର କରିଛନ୍ତି । ରବୀନାଙ୍କ ଦ୍ୱାରା ସେୟାର ହୋଇଥିବା ଭିଡିଓ ଏବଂ ଫଟୋରେ ମଧୁରୀ ଦୀକ୍ଷିତ ତାଙ୍କ ସ୍ୱାମୀ ଡ. ଶ୍ରୀରାମ ନେନେଙ୍କ ସହ ବାଇଗଣୀ ରଙ୍ଗର ଶାଢୀରେ ନଜର ଆସିଛନ୍ତି । ସେହିପରି ରବିନା ସବୁଜ ଲେହେଙ୍ଗାରେ, ଐଶ୍ୱର୍ଯ୍ୟା ରାୟ ଗୋଲାପୀ ରଙ୍ଗର ପୋଷାକରେ ଅଛନ୍ତି । ଫଟୋରେ ନୀଳ ପୋଷାକରେ କାଜଲ ଏବଂ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରା ମଧ୍ୟ ନଜର ଆସିଛନ୍ତି ।

ଏଥି ସହିତ ଏକ ଭିଡିଓରେ ସମସ୍ତେ ନାଚୁଥିବା ନଜର ଆସିଛନ୍ତି । ଏକ ଫଟୋରେ ରବିନା ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ନଜର ଆସିଛନ୍ତି । ଏହି ପାର୍ଟିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ତୀବ୍ରଗତିରେ ଭାଇରାଲ ହେବାରେ ଲାଗିଛି ।

ଦିୱାଲୀ ପାର୍ଟିରେ ବଲିଉଡ ସେଲିବ୍ରିଟି

ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ଉପରେ ସବୁଠାରୁ ଅଧିକ ଧ୍ୟାନ ଦିଆଯାଇଥିଲା । ଏହି ଯୋଡିଙ୍କୁ ନେଇ ଏକ ଗୁଜବ ଆସୁଛି କି ଉଭୟ ପରସ୍ପରକୁ ଡେଟ କରୁଛନ୍ତି ।

ଏହି ପାର୍ଟିରେ ସୁହାନା ଖାନ ଏକ ସୁନ୍ଦର ସୁବର୍ଣ୍ଣ ରଙ୍ଗର ଶାଢୀ ପିନ୍ଧି ପହଞ୍ଚିଥିଲେ । ଏହି ସମୟରେ ଶନୟା କପୁରଙ୍କ ବୋଲ୍ଡ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ପାର୍ଟିରେ କରଣ ଜୋହର, ଭିକି କୌଶଲ, କ୍ୟାଟ୍ରିନା କୈଫଙ୍କ ସମେତ ବଲିଉଡର ସେଲିବ୍ରିଟିମାନେ ପହଞ୍ଚିଥିଲେ।

ABOUT THE AUTHOR

...view details