ହାଇଦ୍ରାବାଦ: ଭେଟେରାନ ଅଭିନେତ୍ରୀ ରତ୍ନା ପାଠକ ଶାହା ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ଜଣାଶୁଣା । ଆଜିକାଲି ଅଭିନେତ୍ରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଧକ୍ ଧକ୍' ପାଇଁ ଚର୍ଚ୍ଚାରେ ଅଛନ୍ତି । ଚଳଚ୍ଚିତ୍ରର ପ୍ରମୋସନ ଜୋରସୋରରେ ଚାଲିଛି ଏବଂ ଏଥିପାଇଁ ରତ୍ନା ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ରତ୍ନା ଫିଲ୍ମ ଦେଖିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ ରତ୍ନା ପାଠକ ଶାହା ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଟାର୍ଗେଟ କରିଛନ୍ତି । ୱାହିଦା ରେହମାନଙ୍କୁ ଇଶାରା କରି ଏମିତି କିଛି କହିଛନ୍ତି ଯେଉଁଥିପାଇଁ ରତ୍ନା ଏବେ ଚର୍ଚ୍ଚାର ଘେରକୁ ଆସିଛନ୍ତି ।
ରତ୍ନା ପାଠକ ଶାହା ପ୍ରାୟତଃ ସାଥୀ ବରିଷ୍ଠ ମହିଳା କଳାକାରଙ୍କ ପାଇଁ ଓକିଲାତି କରନ୍ତି, ଯେଉଁମାନଙ୍କୁ ଭାବପୂର୍ଣ୍ଣ ଭୂମିକା ମିଳେ ନାହିଁ । ନିକଟରେ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରତ୍ନା ଏମିତି କିଛି କହିଛନ୍ତି, ଯାହା ବଲିଉଡ଼ର ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଡକୁ ସୂଚାଉଛି । ଦାଦାସାହେବ ଫାଲକେ ପୁରସ୍କାର ଆଡକୁ ଇଶାରା କରି ସେ କହିଛନ୍ତି ଯେ, କେମିତି ୱାହିଦା ରେହମାନଙ୍କୁ ଏହି ପୁରସ୍କାର ଦେଇ ସନ୍ତୁଷ୍ଟ କରିଦିଆଗଲା, କିନ୍ତୁ ଇଣ୍ଡଷ୍ଟ୍ରିରେ ତାଙ୍କୁ ତାଙ୍କର ସାମର୍ଥ୍ୟ ଅନୁଯାୟୀ ରୋଲ୍ ବା ଚରିତ୍ର ମିଳୁନାହିଁ ।
ରତ୍ନା ପାଠକ ଶାହା ସାରା ବିଶ୍ୱରେ ଘଟୁଥିବା କୌଣସି ବିଷୟରେ ନିଜର ମତ ପ୍ରକାଶ କରିବାକୁ ପଛାନ୍ତି ନାହିଁ । ଯୁବ ଅଭିନେତା ହୁଅନ୍ତୁ କିମ୍ବା ସାଥୀ ବରିଷ୍ଠ ମହିଳା ତାରକା ହୁଅନ୍ତୁ, ରତ୍ନା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଯାହା ଉପରେ ଧ୍ୟାନ ଦେବା ଜରୁରୀ । ଏହି ପର୍ଯ୍ୟାୟରେ, ରତ୍ନା ୱାହିଦା ରେହମାନଙ୍କୁ ନେଇ ସେୟାର କରିଛନ୍ତି, 'ଯେତେବେଳେ ମୁଁ ମେରିଲ୍ ଷ୍ଟ୍ରିପ୍ (74) ଏବଂ ହେଲେନ ମିରେନ (78) କୁ ଦେଖେ, ସେତେବେଳେ ମୋତେ ଲାଗେ ଯେ ଯଦି ସେମାନେ ଏହା କରିପାରୁଛନ୍ତି, ମୁଁ ମଧ୍ୟ ଏହା କରିପାରିବି। ତଥାପି, ମୁଁ ଦୁଃଖିତ ଯେ ଆମ ଦେଶରେ ୱାହିଦା ରେହମାନଙ୍କୁ ତାହା ମିଳୁନାହିଁ, ଯାହାର ସେ ଯୋଗ୍ୟ ଅଟନ୍ତି ।