ହାଇଦ୍ରାବାଦ: ନ୍ୟାସନାଲ କ୍ରସ କୁହାଯାଉଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ଆଜି ତାଙ୍କର 26 ତମ ଜନ୍ମଦିନ ପାଳନ କରୁଛନ୍ତି । ରଶ୍ମିକା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଆଜି ଏକ ବିଶେଷ ଦିନ । ସେ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସେଲିବ୍ରିଟିମାନେ ତାଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି । ତେବେ ରଶ୍ମିକାଙ୍କ ଜନ୍ମଦିନ ଅବସରରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ଅଜଣା କଥା ସମ୍ପର୍କରେ କହିବୁ...
ନିଜର ସୁନ୍ଦର ହସ ସହିତ ସମସ୍ତଙ୍କ ହୃଦୟ ଜିତିନେଇଥିବା ରଶ୍ମିକା ମନ୍ଦନା କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ । ସେ କର୍ଣ୍ଣାଟକର ବିରଜପେଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା-ମାତାଙ୍କ ନାମ ସୁମନ ଏବଂ ମଦନ ମନ୍ଦନା । ରଶ୍ମିକା ଏମ୍,ଏସ୍ ରାମାୟା କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ (M. S. Ramaiah College of Arts, Science and Commerce) ରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ। ସେ ସାଇକୋଲୋଜି, ଇଂରାଜୀ ଲିଟରେଚର ଏବଂ ସାମ୍ବାଦିକତା କ୍ଷେତ୍ରରେ ସ୍ନାତକ କରିଛନ୍ତି । କିନ୍ତୁ ସେ ନିଜ କ୍ୟାରିୟର ପାଇଁ ଅଭିନୟ ବାଛିଥିଲେ ।
ରଶ୍ମିକା ମନ୍ଦାନା ସାଉଥ୍ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ । 2016 ରେ, ରଶ୍ମିକା ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ କନ୍ନଡ ଚଳଚ୍ଚିତ୍ର କିରିକ ପାର୍ଟିରେ ଡେବ୍ୟୁ କରିଥିଲେ। ଏହା ତାଙ୍କ ସମୟର ସର୍ବାଧିକ ଆୟ କରିଥିବା କନ୍ନଡ ଚଳଚ୍ଚିତ୍ରରେ ପରିଣତ ହୋଇଥିଲା । ରଶ୍ମିକାଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଥିଲା ଏବଂ ସେ ଶ୍ରେଷ୍ଠ ଡେବ୍ୟୁ ପାଇଁ ପୁରସ୍କାର ମଧ୍ୟ ପାଇଥିଲେ।
ଏହା ବି ପଢନ୍ତୁ: Mission Majnuର ରିଲିଜ୍ ଡେଟ୍ ଘୋଷଣା, କମାଲ କରିବେ ସିଦ୍ଧାର୍ଥ-ରଶ୍ମିକା
ଏହା ପରେ ରଶ୍ମିକା ମନ୍ଦନା ଆଉ ଦୁଇଟି କନ୍ନଡ ଚଳଚ୍ଚିତ୍ର ଚମକ ଏବଂ ଅଞ୍ଜନି ପୁତ୍ରରେ ନଜର ଆସିଥିଲେ। 2018 ରେ, ରଶ୍ମିକା ପ୍ରଥମେ ବିଜୟ ଦେବରାକୋଣ୍ଡାଙ୍କ ସହ ଗୀତା ଗୋବିନ୍ଦମ୍ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ତା’ପରେ ମହେଶ ବାବୁଙ୍କ ସହ ରଶ୍ମିକାଙ୍କ ଫିଲ୍ମ Sarileru Neekevvaru ମୁକ୍ତିଲାଭ କରିଥିଲା। ଯାହା ପରେ ତେଲୁଗୁ ଚଳଚ୍ଚିତ୍ର ସର୍ବାଧିକ ଆୟ କରିଥିଲା । ରଶ୍ମିକା ମନ୍ଦନାଙ୍କ କ୍ୟୁଟନେସ ଏବଂ ଅଭିନୟ ପ୍ରତିଭା ତାଙ୍କୁ ଭାରତର ନ୍ୟାସନାଲ କ୍ରସ ବନାଇଦେଇଛି । ଚଳଚ୍ଚିତ୍ର ପୁଷ୍ପା ପାର୍ଟ 1 ରଶ୍ମିକାଙ୍କ କ୍ୟାରିଅରକୁ ଶୀର୍ଷରେ ପହଞ୍ଚାଇଦେଇଛି ଏବଂ ସେ ପୁଣି ଥରେ ଦେଶରେ ଛାଇ ହୋଇଯାଇଛନ୍ତି। ଏବେ ସେ ଶ୍ରୀଭଲି ନାମରେ ପରିଚିତ ହୋଇପାରିଛନ୍ତି ।