ଓଡିଶା

odisha

By

Published : Mar 31, 2023, 4:59 PM IST

ETV Bharat / entertainment

IPL Opening Ceremony: ଉଦ୍‌ଘାଟନୀ ସମାରୋହରେ ଜଲୱା ଦେଖାଇବେ ରଶ୍ମିକା

ଆଇପିଏଲ୍ 2023ର ଗ୍ରାଣ୍ଡ୍ ଉଦଘାଟନୀ ସମାରୋହରେ ଜଲୱା ଦେଖାଇବେ ଟଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦନା । ସୋସିଆଲ ମିଡିଆରେ ଉଦଘାଟନୀ ସମାରୋହ ପୂର୍ବରୁ ଷ୍ଟାଡିୟମର ଫଟୋ ସେୟାର କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ

ଆଇପିଏଲ୍ ଉଦଘାଟନୀ ସମାରୋହରେ ଲାଇଭ ପ୍ରଦର୍ଶନ କରିବେ ରଶ୍ମିକା ମନ୍ଦନା
ଆଇପିଏଲ୍ ଉଦଘାଟନୀ ସମାରୋହରେ ଲାଇଭ ପ୍ରଦର୍ଶନ କରିବେ ରଶ୍ମିକା ମନ୍ଦନା

ମୁମ୍ବାଇ: ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ପାଇଁ ଦର୍ଶକ ଏବଂ ପ୍ରଶଂସକମାନେ ବହୁ ଉତ୍ସାହିତ ଅଛନ୍ତି । ଆଜିଠାରୁ ଆରମ୍ଭ ଦେବାକୁ ଥିବା IPL ପାଇଁ ଦର୍ଶକ ଏବଂ ପ୍ରଶଂସକ ଉତ୍ସାହିତ ଥିବା ବେଳେ ସେମାନଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି । IPLର ଗ୍ରାଣ୍ଡ୍ ଉଦଘାଟନୀ ସମାରୋହରେ ସାମିଲ ହେବେ ଟଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦନା । ଉଦଘାଟନୀ ସମାରୋହରେ ନୃତ୍ୟ ପରିବେଶଣ କରିବେ ରଶ୍ମିକା ମନ୍ଦନା । ଏନେଇ ସୋସିଆଲ ମିଡିଆରେ ଉଦଘାଟନୀ ସମାରୋହର ଫଟୋ ସେୟାର କରିଛନ୍ତି ଅଭିନେତ୍ରୀ ।

ତେବେ ଆଇପିଏଲର ଗ୍ରାଣ୍ଡ୍ ଉଦଘାଟନ ପାଇଁ ମଞ୍ଚ ମଧ୍ୟ ସ୍ଥିର କରାଯାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହା ଆୟୋଜିତ ହେବାକୁ ଥିବା ବେଳେ ଲୋକପ୍ରିୟ ପୁଷ୍ପା ଅଭିନେତ୍ରୀ ରଶ୍ମିକା ମନ୍ଦନା ଲାଇଭ ପର୍‌ଫର୍‌ମାନ୍ସ କରିବାକୁ ଯାଉଛନ୍ତି । ନିଜ ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଏନେଇ ଉଦଘାଟନୀ ସମାରୋହର ଫଟୋ ସେୟାର କରିଛନ୍ତି । ଏବଂ ନିଜ ପର୍‌ଫର୍‌ମାନ୍ସକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି ରଶ୍ମିକା ମନ୍ଦନା । ଯାହାକୁ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ କରିଥିବା ଦେଖିବାକୁ ମିଳିଛି ।

ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରି ରଶ୍ମିକା କ୍ୟାପସନରେ ଲେଖିଛନ୍ତି, "ଏକ ଚମତ୍କାର ତଥା ଅବିସ୍ମରଣୀୟ ସନ୍ଧ୍ୟା ପାଇଁ ପ୍ରସ୍ତୁତ ଅଛି । ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ IPL ଉଦଘାଟନୀ ସମାରୋହରେ ରଶ୍ମିକା ମନ୍ଦନା ଲାଇଭ୍ ପର୍‌ଫର୍‌ମାନ୍ସ କରିବେ । ତେବେ ଏହି ଉତ୍ସବରେ ରଶ୍ମିକାଙ୍କ ବ୍ୟତୀତ ଅଭିନେତ୍ରୀଙ୍କ ମଧ୍ୟରେ ତମନ୍ନା ଭାଟିଆ ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ମଧ୍ୟ ଅଂଶଗ୍ରହଣ କରିବେ ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ରିହର୍ସାଲର ଏକ ଭିଡିଓ ପୋଷ୍ଟ୍‌ କରିଛି । ସେହି ଭିଡିଓରେ ରଶ୍ମିକା କହିଛନ୍ତି, "ମୁଁ ସବୁବେଳେ ଏକ ମ୍ୟାଚ୍ ଦେଖିବାକୁ ଚାହୁଁଥିଲି। କିନ୍ତୁ ମୁଁ କେବେ ସୁଯୋଗ ପାଇଲି ନାହିଁ । ଏବଂ ଆଜି ମୁଁ ଉଦଘାଟନୀ ସମାରୋହ ପାଇଁ ପ୍ରଦର୍ଶନ କରୁଛି । ଏନେଇ ବେଶ ଖୁସି ସହ ଉତ୍ସାହିତ ଥିବା କହିଥିବା କହିଛନ୍ତି ଅଭିନେତ୍ରୀ । ଏଥିସହ ଏହି ସମୟରେ ଯେତେବେଳେ ରଶ୍ମିକାଙ୍କୁ ତାଙ୍କ ପ୍ରିୟ କ୍ରିକେଟର ବିଷୟରେ ପଚରାଯାଇଥିଲା । ସେ ଧୋନି ଏବଂ ବିରାଟଙ୍କ ନାଁ ନେଇଥିଲେ । ଏହି ଦୁଇଟି ଷ୍ଟାର୍‌ କ୍ରିକେଟର ତାଙ୍କ ପ୍ରିୟ ବୋଲି କହିଥିଲେ । ତେବେ ରଶ୍ମିକାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ରଣବୀର କପୁରଙ୍କ ବିପକ୍ଷରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'ରେ ନଜର ଆସିବେ।

ସୂଚନା ଥାଉକି, ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗତ ବର୍ଷର ଚମ୍ପିଆନ୍ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ କଡ଼ା ମୁକାବିଲା ସହ ଆରମ୍ଭ ହେବ IPL 2023 । ତେବେ ଏହି ମ୍ୟାଚ୍ ଗୁଡିକ 12ଟି ଗ୍ରାଉଣ୍ଡ୍‌ରେ ଖେଳାଯିବ, ଆଜି ପ୍ରଥମ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏବଂ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମଧ୍ୟ ଏଠାରେ ମେ 28ରେ ଖେଳାଯିବ ।

ABOUT THE AUTHOR

...view details