ଓଡିଶା

odisha

By

Published : Jun 23, 2023, 1:26 PM IST

ETV Bharat / entertainment

80 ଲକ୍ଷ ଠକାମିକୁ ନେଇ ମୁହଁ ଖୋଲିଲେ ରଶ୍ମିକା, କହିଲେ ସବୁ ଗୁଜବ

ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ତାଙ୍କ ମ୍ୟାନେଜରଙ୍କ ଠାରୁ 80 ଲକ୍ଷ ଟଙ୍କା ଠକାମିର ଶିକାର ମାମଲାରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ । ବିବୃତ୍ତି ଜାରି କରି ଘଟଣାର ସତ୍ୟତା କହିଛନ୍ତି । ଅଧିକ ପଢନ୍ତୁ,

80ଲକ୍ଷ ଠକାମି ଉପରେ ମୁହଁ ଖୋଲିଲେ ରଶ୍ମିକା, ଘଟଣା ଉପରେ ରଖିଲେ ବିବୃତ୍ତି
80ଲକ୍ଷ ଠକାମି ଉପରେ ମୁହଁ ଖୋଲିଲେ ରଶ୍ମିକା, ଘଟଣା ଉପରେ ରଖିଲେ ବିବୃତ୍ତି

ହାଇଦ୍ରାବାଦ:80 ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ଘଟଣା ନେଇ ମୁହଁ ଖୋଲିଛନ୍ତି ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା । ବିବୃତ୍ତି ଜାରି କରି ଘଟଣାକୁ ଗୁଜବ କହିବା ସହ ଏହାକୁ ବିଶ୍ବାସ ନ କରିବାକୁ କହିଛନ୍ତି । ସୂଚନା ଅନୁସାରେ, ନିକଟରେ ରଶ୍ମିକା ତାଙ୍କ ମ୍ୟାନେଜରଙ୍କୁ ଠାରୁ 80 ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିଲେ । ପରେ ରଶ୍ମିକା କୌଣସି ପୋଲିସ ଅଭିଯୋଗ ନକରି ତାଙ୍କ ମ୍ୟାନେଜରଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ ବୋଲି ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଏବେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ।

80ଲକ୍ଷ ଠକାମି ଉପରେ ମୁହଁ ଖୋଲିଲେ ରଶ୍ମିକା, ଘଟଣା ଉପରେ ରଖିଲେ ବିବୃତ୍ତି

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଶ୍ମିକା ଏବଂ ତାଙ୍କ ପରିଚାଳକ ଏକ ବିବୃତ୍ତି ଜାରି କରି ଠକେଇର ଗୁଜବ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତ୍ରୀଙ୍କ ଟିମ କହିଛନ୍ତି ଯେ ଉଭୟ ସହମତି ଏବଂ ବନ୍ଧୁତ୍ୱରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଁ ଏବଂ ମୋ ପରିଚାଳକଙ୍କ ମଧ୍ୟରେ କୌଣସି ଶତ୍ରୁତା ନାହିଁ ଏବଂ ମୁଁ ଏହି ଠକେଇକୁ ଅସ୍ୱୀକାର କରିଛନ୍ତି । ଏହି ଗୁଜବରେ କୌଣସି ସତ୍ୟତା ନାହିଁ ଏବଂ ବର୍ତ୍ତମାନ ଆମେ ଅଲଗା ଅଲଗା କାର୍ଯ୍ୟ କରିବୁ ।''

ରଶ୍ମିକାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରଶ୍ମିକାଙ୍କୁ ଶେଷ ଥର ପାଇଁ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମିଶନ ମଜନୁ ଫିଲ୍ମରେ ଦେଖିବାକୁ ମିଳିଥିଲା । ରଶ୍ମିକାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ଏବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ତାଙ୍କୁ ଅଭିନେତା ରଣବୀର କପୁରଙ୍କ ସହ ଦେଖିବାକୁ ମିଳିବ । ଏଥିସହ ଫିଲ୍ମରେ ଅନିଲ କପୁର, ବବି ଦେଓଲ ଏବଂ ଅନେକ ତାରକାଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର 11 ଅଗଷ୍ଟରେ ରିଲିଜ ହେବ । ଏହି ଫିଲ୍ମ ଅକ୍ଷୟଙ୍କ 'ଓ ମାଇ ଗଡ-2' ଏବଂ ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-2' ସହ କଡା ଟକ୍କର ଦେବ ।

ଏଥିସହ ରଶ୍ମିକା ପୁଣି ଥରେ ପୁଷ୍ପା-୨ରେ ଶ୍ରୀବଲି ଭୂମିକାରେ ନଜର ଆସିବେ । ରଶ୍ମିକାଙ୍କ ସହ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କ ସହ ପୁଣି ସ୍କ୍ରିନ୍‌ ସେୟାର କରିବେ । ନିର୍ଦ୍ଦେଶକ ସୁକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । 'ପୁଷ୍ପା'ର ପ୍ରଥମ ଭାଗ ତେଲୁଗୁ ଭାଷା ସହ ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ଼ରେ ରିଲିଜ କରିଥିଲା । ପାଞ୍ଚଟି ଭାଷାରେ ଏକାସାଙ୍ଗରେ ରିଲିଜ କରିଥିବା ଅଲୁ ଅର୍ଜୁନଙ୍କର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ତେବେ ପ୍ରଥମ ଭାଗ ପରି 2ୟ ଭାଗ ମଧ୍ୟ ସଫଳତା ସହ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details