ଓଡିଶା

odisha

By

Published : Sep 3, 2022, 3:57 PM IST

ETV Bharat / entertainment

Goodbye poster release, ବିଗ୍‌ ବିଙ୍କ ସହ ନଜର ଆସିବେ ସାଉଥ୍‌ ସୁନ୍ଦରୀ ରଶ୍ମିକା

ରଶ୍ମିକା ମନ୍ଦାନାଙ୍କ ପ୍ରଥମ ବଲିଉଡ ଚଳଚ୍ଚିତ୍ର ଗୁଡବାଏର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ବିଗ୍‌ ବିଙ୍କ ସହ ଆସିବେ ନଜର ସାଉଥ୍‌ ସୁନ୍ଦରୀ ରଶ୍ମିକା ମନ୍ଦନା
ବିଗ୍‌ ବିଙ୍କ ସହ ଆସିବେ ନଜର ସାଉଥ୍‌ ସୁନ୍ଦରୀ ରଶ୍ମିକା ମନ୍ଦନା

ହାଇଦ୍ରାବାଦ: ଅମିତାଭ ବଚ୍ଚନ ଏବଂ ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ (Rashmika Mandanna) ଅଭିନୀତ ବାଲାଜୀ ଟେଲିଫିଲ୍ମ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍‌ର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର 'ଗୁଡବାଏ' (Goodbye) ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଅଭିନେତ୍ରୀ ରଶ୍ମିକା ମନ୍ଦନା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଏହି ଚଳଚ୍ଚିତ୍ରଟିକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ ଚଳିତ ବର୍ଷ ଏପ୍ରିଲରେ ଆରମ୍ଭ ହୋଇଥିଲା ।

ରଶ୍ମିକା ମନ୍ଦନା ଇନଷ୍ଟାଗ୍ରାମରେ ଫିଲ୍ମ ସହ ଜଡିତ ଏକ ପୋଷ୍ଟର ସେୟାର କରି ଏଥିରେ ଏକ ସୁନ୍ଦର କ୍ୟାପସନ୍‌ ଦେଇ ଲେଖିଛନ୍ତି, 'ପାପା ଏବଂ ମୁଁ ୭ ଅକ୍ଟୋବରରେ ଆପଣଙ୍କ ପରିବାରକୁ ଭେଟିବାକୁ ଆସୁଛୁ' । ଫିଲ୍ମ ଗୁଡବାଏ ଆସନ୍ତା ମାସରେ ଅକ୍ଟୋବର ୭ ରେ ରିଲିଜ ହେବାକୁ ଯାଉଛି ।

ଆପଣଙ୍କୁ କହିରଖୁଛୁ, ରଶ୍ମିକା ମନ୍ଦାନାଙ୍କ ହାତରେ ତିନୋଟି ବଲିଉଡ ଚଳଚ୍ଚିତ୍ର ଅଛି, ଯେଉଁଥିରେ ଗୁଡବାଏ ଏବଂ ଟାଇଗର ଶ୍ରଫଙ୍କ ସହ 'ସ୍କ୍ରୁ ଢିଲା' ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ 'ମିଶନ ମଜନୁ' ରହିଛି । ଗୁଡବାଏର ରିଲିଜ୍ ତାରିଖ ଘୋଷଣା କରାଯାଇଛି, କିନ୍ତୁ ଅନ୍ୟ ଦୁଇଟି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଆସିନାହିଁ ।

ଏଭଳି ପରିସ୍ଥିତିରେ ଯଦି ପ୍ରଥମେ ଗୁଡବାଏ ଫିଲ୍ମ ରିଲିଜ ହୁଏ, ତେବେ ଏହା ରଶ୍ମିକାଙ୍କ ପ୍ରଥମ ବଲିଉଡ ଡେବ୍ୟୁ ଫିଲ୍ମ ହେବ । ଆସନ୍ତୁ ଆପଣଙ୍କୁ କହିବା, ରଶ୍ମିକା ମନ୍ଦାନା ଦକ୍ଷିଣର ଜଣେ ସୁପରହିଟ୍ ଅଭିନେତ୍ରୀ । ତାଙ୍କର ଶେଷ ଚଳଚ୍ଚିତ୍ରଟି ହେଲା ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନ ଅଭିନୀତ 'ପୁଷ୍ପା: ଦ ରାଇଜ୍', ଯାହା ସୁପରହିଟ୍ ହୋଇଥିଲା ।

ଏହାପୂର୍ବରୁ 'ଗୁଡବାଏ' ବିଷୟରେ ନିର୍ମାତା ଏକତା କପୁର ସେୟାର କରି କହିଛନ୍ତି, ''ଗୁଡବାଏ ଏକ ଖାସ୍‌ ବିଷୟ, ଯାହାର ସମାନ ପରିମାଣରେ ଭାବନା ଏବଂ ମନୋରଞ୍ଜନ ରହିଛି । ଏହା ଏକ କାହାଣୀ ଯାହା ପ୍ରତ୍ୟେକ ପରିବାର ସହିତ ସଂଯୁକ୍ତ ଥିବା ଅନୁଭବ କରିବେ । ମୁଁ ମାନନୀୟ ବଚ୍ଚନ ଜୀଙ୍କ ସହ କାମ କରିବାକୁ ଉତ୍ସାହିତ ଏବଂ ଏହି ସୁନ୍ଦର ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦନାଙ୍କୁ ଉପସ୍ଥାପନ କରି ବହୁତ ଖୁସି ।''

ABOUT THE AUTHOR

...view details