ହାଇଦ୍ରାବାଦ:ବଢିବାରେ ଲାଗିଛି ରଣଭୀର ସିଂଙ୍କ ଅଡୁଆ । ଏକ ଲୋକପ୍ରିୟ ପତ୍ରିକା ପାଇଁ ନ୍ୟୁଡ ଫଟୋସୁଟ୍ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି । ଏବେ ଏହି ମାମଲା ଯାଇ ଥାନାରେ ପହଞ୍ଚିଲାଣି । ଗୋଟେପଟେ ତାଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିବାବେଳେ ସୋସିଆଲ ମିଡିଆରୁ ନେଇ ରାଜରାସ୍ତା ପର୍ଯ୍ୟନ୍ତ, ସବୁ ଜାଗାରେ ରଣଭୀରଙ୍କୁ ଖୁବ୍ ବିରୋଧ କରାଯାଉଛି । ମୁମ୍ବାଇ ପରେ ବର୍ତ୍ତମାନ ଇନ୍ଦୋରର ଏକ NGO ଏକ ଭିନ୍ନ ଢଙ୍ଗରେ ଏହାର ବିରୋଧ କରିଛି । ଏଠାରେ ଗରିବ ଲୋକଙ୍କ ପାଇଁ କାମ କରୁଥିବା ଏକ NGO ରଣବୀରଙ୍କ ଫଟୋସୁଟ୍କୁ ବିରୋଧ କରି ଏହାକୁ ‘ମାନସିକ ଅଳିଆ’ ବୋଲି ଦର୍ଶାଇଛି।
କାହିଁକି ହେଉଛି ବିରୋଧ ?
ବିକ୍ଷୋଭକାରୀମାନେ ଦେଶରୁ ମାନସିକ ବର୍ଜ୍ୟବସ୍ତୁ ଫିଙ୍ଗିବା ଏବଂ ସେମାନଙ୍କ ପାଇଁ ପୋଷାକ ସଂଗ୍ରହ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ବିକ୍ଷୋଭକାରୀମାନେ ରଣଭୀର ସିଂଙ୍କ ପାଇଁ ପୋଷାକ ସଂଗ୍ରହ କରିବାକୁ ସ୍ଥିର କରିଛନ୍ତି । ବାସ୍ତବରେ ରଣଭୀର ସିଂଙ୍କ ଭାଇରାଲ ଫଟୋସୁଟ୍ ବିରୋଧରେ କିଛି ସାମାଜିକ କର୍ମୀ ଏହି ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ କହିଛନ୍ତି ଯେ ରଣଭୀର ସିଂ ଜଣେ ଯୁବ ଆଇକନ୍, ଯାହାକୁ ଯୁବକମାନେ ଫଲୋ କରନ୍ତି । ଏହି ପ୍ରକାର ଫଟୋସୁଟ୍ ଶସ୍ତା ଲୋକପ୍ରିୟତା ଦେଖାଏ ।