ମୁମ୍ବାଇ: ନ୍ୟୁଡ ଫଟୋ ସେୟାର କରି ବିବାଦରେ ଛନ୍ଦି ହୋଇଥିବା ଅଭିନେତା ରଣଭୀର ସିଂ ମୁମ୍ବାଇ ପୋଲିସକୁ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି । ଅଭିନେତା କହିଛନ୍ତି ଯେ, ତାଙ୍କ ଫଟୋକୁ କେହି ଏଡିଟ କରିଛନ୍ତି । ସେ ଏଭଳି କିଛି ନ୍ୟୁଡ୍ ଫଟୋ ସୁଟ୍ ସୋସିଆଲ ମିଡିଆରେ ସେୟାର କରିନାହାନ୍ତି । ରଣଭୀରଙ୍କ ବୟାନ ରେକର୍ଡ କରିବା ପରେ ଏବେ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ପୋଲିସ କହିଛି ଯେ, ରଣଭୀର ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଅଧିକ ଯାଞ୍ଚ ପାଇଁ ତାଙ୍କୁ ପୁଣି ଡକାଯାଇପାରେ । ଯାଞ୍ଚ ସମୟରେ ରଣଭୀର ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ରଣଭୀର ସିଂ ନିଜର ନ୍ୟୁଡ ଫଟୋ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋ ଭାଇରାଲ ହେବାପରେ ଏହାକୁ ପ୍ରଶଂସକମାନେ ବିରୋଧ କରିଥିଲେ । ଏହି ମାମଲାରେ ଗତମାସରେ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ହାଜର ହୋଇଥିଲେ ରଣଭୀର । ସେଠାରେ ସେ ଦୁଇଘଣ୍ଟା ଉପସ୍ଥିତ ରହି ନିଜୟ ବୟାନ ରେକର୍ଡ କରାଇଥିଲେ। ରଣଭୀରଙ୍କର ଏହି ବୟାନ ଅଗଷ୍ଟ ୨୯ ତାରିଖରେ ରେକର୍ଡ କରାଯାଇଥିଲା ।