ଓଡିଶା

odisha

ETV Bharat / entertainment

Bold Photoshoot: ଟ୍ରୋଲର୍ସଙ୍କୁ କଡା ଜବାବ ଦେଲେ ରଣଭୀର - ନ୍ୟୁଡ୍‌ ଫଟୋସୁଟ

ନ୍ୟୁଡ୍‌ ଫଟୋସୁଟ ପାଇଁ ଲୋକମାନେ ଅଭିନେତା ରଣଭୀର ସିଂଙ୍କୁ ଜୋରସୋର ଟ୍ରୋଲ କରିଥିଲେ । ଏହାକୁ ନେଇ ବର୍ତ୍ତମାନ ଅଭିନେତା ରଣଭୀର ସିଂଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଲେ ଅଭିନେତା
ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଲେ ଅଭିନେତା

By

Published : Jul 23, 2022, 10:02 AM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଅତରଙ୍ଗୀ ଫ୍ୟାସନ ସେନ୍ସ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି । ପ୍ରତିଦିନ ତାଙ୍କ ଡ୍ରେସିଂ ଷ୍ଟାଇଲ ଉପରେ ଏକ୍ସପେରିମେଣ୍ଟ କରୁଥିବା ରଣଭୀର ଏଥର ଏମିତି କିଛି କରିଛନ୍ତି ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇଦେଇଛି । ଗତକାଲି ଅଭିନେତା ଏକ ବୋଲ୍ଡ ଫଟୋସୁଟ୍ କରିଥିଲେ । ମାଗାଜିନ୍‌ ପାଇଁ କରାଯାଇଥିବା ଏହି ଫଟୋସୁଟରେ ଅଭିନେତା ବିନା ପୋଷାକରେ ପୋଜ୍ ଦେଇଥିବା ଦେଖିବାକୁ ମିଳିଥିଲା ​​। ଅଭିନେତାଙ୍କର ଏହି ଅବତାର ଇଣ୍ଟରନେଟରେ ଆସିବା ମାତ୍ରେ ଭାଇରାଲ ହେବାରେ ଲାଗିଲା ଏବଂ ଏହି ଫଟୋସୁଟ ପାଇଁ ଲୋକମାନେ ତାଙ୍କୁ ଜୋରସୋର ଟ୍ରୋଲ କରିଥିଲେ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ରଣଭୀର ସିଂ । ରଣଭୀର କହିଛନ୍ତି କି, ମୁଁ କଠିନ ପରିଶ୍ରମ କରିବି, ଟଙ୍କା ରୋଜଗାର କରିବି ଏବଂ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଗୁଚି ବ୍ରାଣ୍ଡର ପୋଷାକ ପିନ୍ଧିବି, ଯଦି ଏଥିରେ କାହାର କିଛି ଅସୁବିଧା ଥାଏ, ତେବେ ପଳାନ୍ତୁ । ନିକଟରେ ଏକ ସାକ୍ଷାତକାରରେ, ଅଭିନେତା ତାଙ୍କ ଫଟୋସୁଟ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଟ୍ରୋଲ କରୁଥିବା ଲୋକଙ୍କୁ ମଧ୍ୟ ଉପଯୁକ୍ତ ଜବାବ୍‌ ଦେଇଥିଲେ । ରଣଭୀର କହିିଥିଲେ ଯେ, ସେ ହଜାରେ ଲୋକଙ୍କ ସାମ୍ନାରେ ମଧ୍ୟ ପୋଷାକ କାଢି ପାରିବେ ଏବଂ ଏଥିରେ ତାଙ୍କର କୌଣସି ଫରକ ପଡିବ ନାହିଁ । ଅଭିନେତାଙ୍କ କହିବାନୁସାରେ, ଶାରୀରିକ ଭାବେ ଉଲଗ୍ନ ହେବା ତାଙ୍କ ପାଇଁ ସହଜ, କିନ୍ତୁ ଲୋକମାନେ ତାଙ୍କୁ ଏପରି ଦେଖିବାରେ ଅସହଜ ହୋଇପାରନ୍ତି ।

ଏହା ବି ପଢନ୍ତୁ: ନ୍ୟୁଡ୍‌ ଫଟୋସୁଟ୍‌ କଲେ ରଣଭୀର, ଇଣ୍ଟରନେଟ୍‌ରେ ଲାଗିଲା ନିଆଁ

ସୂଚନାଯୋଗ୍ୟ ଯେ, ଅଭିନେତା ନିକଟରେ ଏକ ପତ୍ରିକା ପାଇଁ ଏକ ନ୍ୟୁଡ ଫଟୋସୁଟ୍ କରିଥିଲେ । କହିବାକୁ ଗଲେ, ପ୍ରଶଂସକମାନେ ରଣଭୀରଙ୍କ ଏପରି ଅବତାର କେବେ ଦେଖିନଥିଲେ । ଏହି କାରଣରୁ ତାଙ୍କର ପ୍ରଶଂସକମାନେ ଏହି ଫଟୋ ଗୁଡିକ ଦେଖିବା ପରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି । କାମ ବିଷୟରେ କହିବାକୁ ଗଲେ, ରଣଭୀରଙ୍କୁ ନିକଟରେ ନେଟଫ୍ଲିକ୍ସର ଇଣ୍ଟରାକ୍ଟିଭ୍ ସ୍ପେଶାଲ ରଣଭୀର ବନାମ ୱାଇଲ୍ଡରେ ବିୟର ଗ୍ରୀଲ୍ସ ବିପକ୍ଷରେ ଦେଖିବାକୁ ମିଳିଥିଲା ​​। ଏହି ସମୟରେ ଅଭିନେତ୍ରୀ ଆଲିଆ ଭଟ୍ଟ, ଧର୍ମେନ୍ଦ୍ର, ଶବାନା ଆଜମି ଏବଂ ଜୟା ବଚ୍ଚନଙ୍କ ସହ ଫିଲ୍ମ ରକି ଔର ରାନୀ କି ପ୍ରେମ୍‌ କାହାଣୀରେ ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details