ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂଙ୍କ ବୟାନ ରେକର୍ଡ କରିଛି ପୋଲିସ । ସୋସିଆଲ ମିଡିଆରେ ନ୍ୟୁଡ ଫଟୋ ପୋଷ୍ଟ କରିବା ପାଇଁ ଗତ ମାସରେ କେମ୍ବୁର ପୋଲିସ ଷ୍ଟେସନରେ ରଣଭୀରଙ୍କ ବିରୋଧରେ ଏକ FIR ପଞ୍ଜୀକୃତ ହୋଇଥିଲା । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଅଭିନେତା ସୋମବାର ସକାଳ ପ୍ରାୟ 7 ଟାରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ । ସେ ଅଢେଇ ଘଣ୍ଟା ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହାପରେ ଅର୍ଥାତ୍ ସକାଳ ପ୍ରାୟ ସାଢେ 9ଟାବେଳେ ପୋଲିସ ଷ୍ଟେସନରୁ ବାହାରିଥିଲେ ।
ରଣଭୀରଙ୍କୁ ପୁନର୍ବାର ଡାକିପାରନ୍ତି ଅଧିକାରୀ
ନ୍ୟୁଜ୍ ଏଜେନ୍ସି ସହ ବାର୍ତ୍ତାଳାପ ବେଳେ ଅଧିକାରୀମାନେ କହିଛନ୍ତି ଯେ, "ଆବଶ୍ୟକ ହେଲେ ରଣଭୀର ସିଂଙ୍କୁ ପୁଣି ପଚରାଉଚରା କରାଯିବ । ଏହା ପୂର୍ବରୁ ଚେମ୍ବୁର ପୋଲିସ ଷ୍ଟେସନ ଅଭିନେତା ରଣଭୀର ସିଂଙ୍କୁ ଅଗଷ୍ଟ 22 ରେ ହାଜର ହେବାକୁ ଡକାଇଥିଲା । ହେଲେ ଏଥିପାଇଁ ଅଭିନେତା ଦୁଇ ସପ୍ତାହ ସମୟ ମାଗିଥିଲେ । ଯାହା ପରେ ତାଙ୍କୁ ଆଜି ଅର୍ଥାତ୍ 29 ଅଗଷ୍ଟରେ ଡକାଆଯାଇଥିଲା ।"