ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ 'କଫି ୱିଥ୍ କରଣ'ର ପ୍ରଥମ ଏପିସୋଡରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମୟରେ ଏହି ଦମ୍ପତି ସେମାନଙ୍କର ଡେଟିଂ ଲାଇଫ୍ ଏବଂ ବିବାହ ପ୍ରସ୍ତାବ ଭଳି ଅନେକ ବିଷୟରେ ଖୁଲାସା କରିଥିଲେ । ଏଥିସହ ପ୍ରଥମ ଥର ପାଇଁ ଉଭୟ ସେମାନଙ୍କର ବିବାହ ଭିଡିଓ ମଧ୍ୟ ସେୟାର କରିଥିଲେ । ତେବେ ୫ ବର୍ଷ ପରେ ଉଭୟଙ୍କ ବିବାହ ଭିଡିଓ ଦେଖିବାକୁ ମିଳିଛି ।
କଫି ୱିଥ୍ କରଣ ସିଜନ ୮ର ପ୍ରଥମ ଏପିସୋଡ୍ ଆଜି ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ଏଥିରେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛି । ଏହି ସମୟରେ ଉଭୟ ନିଜ ଲଭ୍ ଲାଇଫ୍ଠାରୁ ଆରମ୍ଭ କରି ବୈବାହିକ ଜୀବନର ଅନେକ ଖୁଲାସା କରିଛନ୍ତି । ଏଥିସହ ନିଜ ବିବାହର ଝଲକ ମଧ୍ୟ ଦେଖାଇଛନ୍ତି । ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ବିବାହ ଭିଡିଓରେ ବିବାହ, ମେହେନ୍ଦୀ, ମଣ୍ଡପ ସମେତ ଅନେକ ରୀତିନୀତି ରହିଛି।
ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ମଧ୍ୟରେ ପ୍ରେମସମ୍ପର୍କ 2012ରେ ଆରମ୍ଭ ହୋଇଥିଲା । ରଣବୀର କହିଛନ୍ତି ଯେ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର 'ବାଜିରାଓ ମସ୍ତାନୀ'ର ରିଡିଂ ସେସନ ସମୟରେ ଏହା ଘଟିଥିଲା । କରୀନା କପୁର ସଞ୍ଜୟ ଲୀଲା ବଂଶାଲୀଙ୍କ ଫିଲ୍ମର ଏକ ଅଂଶ ହେବାର ଥିଲା । ହେଲେ ସେ ସୁଟିଂର କିଛି ଦିନ ପୂର୍ବରୁ ବ୍ୟାକଅପ୍ କରିଥିଲେ ତେଣୁ 'କକଟେଲ୍' ଦେଖିବା ପରେ ରଣଭୀର ଦୀପିକାଙ୍କ ନାମ ପରାମର୍ଶ ଦେଇଥିଲେ । ପରେ ଉଭୟ ପ୍ରଥମ ଦିନ ବଂଶାଲୀଙ୍କ ଘରକୁ ରିଡିଂ ସେସନ ପାଇଁ ଯାଇଥିଲେ । ସେଠାରେ ସେ ପ୍ରଥମ ଦେଖାରେ ହିଁ ଦୀପିକାଙ୍କୁ ମନ ଦେଇଥିଲେ ରଣବୀର ।
ଏହା ମଧ୍ୟ ପଢନ୍ତୁ:ଡାଇଲଗ କପି କଲେ ଦୀପିକା, ଭାଇରାଲ କଲେ ରଣବୀର
ଏହାପରେ ବିବାହ ପ୍ରସ୍ତାବକୁ ନେଇ ରଣଭୀର ସିଂ କହିଛନ୍ତି ଯେ ସେ ମାଲଦ୍ୱୀପରେ ଦୀପିକା ପାଦୁକୋନଙ୍କୁ ପ୍ରପୋଜ୍ କରିଥିଲେ । ଏହାପରେ ଦୁହେଁ ବେଙ୍ଗାଲୁରୁ ଯାଇ ଅଭିନେତ୍ରୀଙ୍କ ପରିବାରକୁ ଭେଟିଥିଲେ । ଉଭୟଙ୍କ ବିବାହ ନେଇ କଥାବାର୍ତ୍ତା କରିଥିଲେ । ଯଦିଓ ଦୀପିକାଙ୍କ ମା' ତାଙ୍କ ଝିଅର ପସନ୍ଦରେ ବେଶ ଖୁସି ନଥିଲେ, ପରେ ରଣଭୀର ତାଙ୍କୁ ମନାଇ ବିବାହ ପାଇଁ ରାଜି କରାଇଥିଲେ । ସୂଚନା ଥାଉ କି, ରଣଭୀର ଏବଂ ଦୀପିକା ୨୦୧୮ରେ ବିବାହ କରିଥିଲେ ।