ହାଇଦ୍ରାବାଦ: ବଲିଉଡ ଅଭିନେତା ରଣଭୀର ସିଂ ଏବଂ ୟଶ ରାଜ ଫିଲ୍ମ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ରଣଭୀର ୟଶ ରାଜ ଫିଲ୍ମସ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି । ରଣଭୀର ଗତ 12 ବର୍ଷ ଧରି ଏହି କମ୍ପାନୀ ସହିତ ଜଡିତ ଥିଲେ । ବର୍ତ୍ତମାନ ସୁଦ୍ଧା ୟଶ ରାଜ ବ୍ୟାନରର ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ହିଁ ରଣଭୀରଙ୍କ କାମ ଦେଖୁଥିଲା । ରଣଭୀର ଏହି କମ୍ପାନୀରୁ 'ବ୍ୟାଣ୍ଡ ବାଜା ବାରାତ୍' ଚଳଚ୍ଚିତ୍ର ସହିତ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରି ରାତାରାତି ଷ୍ଟାର ହୋଇଥିଲେ । ତେବେ ଏ ବାବଦରେ ଏପର୍ଯ୍ୟନ୍ତ ଉଭୟ ପକ୍ଷ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇନାହିଁ।
ଆଦିତ୍ୟ ଚୋପ୍ରାଙ୍କ ସହ ସମ୍ପର୍କରେ ଆସିନାହିଁ ମତଭେଦ
ରିପୋର୍ଟ ଅନୁଯାୟୀ ରଣଭୀର ସିଂ ହୁଏତ ୟଶ ରାଜ ଫିଲ୍ମରୁ ନିଜକୁ ଦୂରେଇ ରଖିଛନ୍ତି, କିନ୍ତୁ ଆଦିତ୍ୟ ଚୋପ୍ରାଙ୍କ ସହ ତାଙ୍କ ସମ୍ପର୍କରେ କୌଣସି ମତଭେଦ ହୋଇ ନାହିଁ । ଯଦି ୟଶ ରାଜ ଫିଲ୍ମସ୍ ଏପରି ସ୍କ୍ରିପ୍ଟ ନେଇ ଆସନ୍ତି, ଯେଉଁଥିରେ ରଣଭୀର ସିଂ ଫିଟ୍ ହେବେ, ତେବେ ସେ ନିଶ୍ଚିତ ଭାବେ କାଷ୍ଟ୍ କରିବେ ।